Online portal for settlement of Lord Jagannath land in Odisha

ଶ୍ରୀଜଗନ୍ନାଥଙ୍କ ଜମିର ହେବ ସେଟଲମେଣ୍ଟ, ମାସେ ଭିତରେ ଆସିବ ପୋର୍ଟାଲ

ଶ୍ରୀଜଗନ୍ନାଥଙ୍କ ଜମି ଦଖଲରେ ଥିବା ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ସେଟଲମେଣ୍ଟର ସୁଯୋଗ ଆସିବ। ୨୦୦୭ ପୂର୍ବରୁ ଜମି ଦଖଲରେ ଥିଲେ ନିୟମ ଅନୁସାରେ ସେଟଲମେଣ୍ଟ କରାଯାଇପାରିବ। ଏଥିପାଇଁ ଖୁବଶୀଘ୍ର ଅନଲାଇନ୍ ପୋର୍ଟାଲ ଆରମ୍ଭ ହେବ।

ଶ୍ରୀଜଗନ୍ନାଥଙ୍କ ଜମିକୁ ନେଇ ଆସିଛି ବଡ଼ ସୂଚନା। ଦୀର୍ଘଦିନ ଧରି ମହାପ୍ରଭୁଙ୍କ ଜମି ଦଖଲରେ ଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ନିୟମ ଅନୁସାରେ ଜମି ସେଟଲମେଣ୍ଟ କରିବାର ସୁଯୋଗ ମିଳିବ। ୨୦୦୭ ପୂର୍ବରୁ ଦଖଲରେ ଥିବା ଜମି ପାଇଁ ଏହି ପ୍ରକ୍ରିୟା ଲାଗୁ ହେବ। ଆବେଦନ ପାଇଁ ଏକ ଅନଲାଇନ୍ ପୋର୍ଟାଲ ମାସକ ମଧ୍ୟରେ ଆସିବାକୁ ଥିବା ସୂଚନା ମିଳିଛି।

ଆବେଦନକାରୀଙ୍କୁ ପୋର୍ଟାଲ ମାଧ୍ୟମରେ ଆବେଦନ କରିବା ସହ ଜମି ରେକର୍ଡ, ରେଜିଷ୍ଟର୍ଡ ଡିଡ୍, ଭଡ଼ା ରସିଦ, ଆବଶ୍ୟକ ହେଲେ ଲିଗାଲ୍ ହେୟାର୍ ସାର୍ଟିଫିକେଟ୍ ଏବଂ ଭୋଗଦଖଲ ସମ୍ପର୍କିତ ଦଲିଲ ଦେବାକୁ ପଡ଼ିବ। ଆବେଦନ ସମୟରେ୧,୦୦୦ ଟଙ୍କାର ନନ୍-ରିଫଣ୍ଡେବଲ୍ ଫିଦେବାକୁ ହେବ।

ଆବେଦନ ପରେ୭ ଦିନ ମଧ୍ୟରେ ନୋଡାଲ ଅଫିସର ପ୍ରାଥମିକ ଯାଞ୍ଚକରିବେ। ଏହାପରେ ତହସିଲଦାରଙ୍କ ଦ୍ୱାରା ଫିଲ୍ଡ ଇନକ୍ୱାରି କରାଯିବ। ଜମିର ସାଇଟ୍ ଭିଜିଟ୍, ସ୍କେଡ୍ୟୁଲ୍ ଓ ଟ୍ରେସ୍ ମ୍ୟାପ୍, ସାବିକ-ହାଲ୍ ତୁଳନା, ଭୋଗଦଖଲ ଓ ଟାଇଟଲ୍ ସମ୍ପର୍କିତ ଦଲିଲ ଯାଞ୍ଚ କରାଯିବ।

ତହସିଲଦାର୩୦ ଦିନ ମଧ୍ୟରେ ରିପୋର୍ଟଦେବେ। ପରବର୍ତ୍ତୀ୭ ଦିନ ମଧ୍ୟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଜିଲ୍ଲାସ୍ତରୀୟ କମିଟିରିପୋର୍ଟ ଯାଞ୍ଚ କରିବ। ଏହାପରେ ଶ୍ରୀଜଗନ୍ନାଥ ଟେମ୍ପଲ୍ ମ୍ୟାନେଜିଂ କମିଟିର NOC ଆବଶ୍ୟକ ହେବ।

୩ ସ୍ତରରେ ହେବ ଅନୁମୋଦନ

ଜମିର ପରିମାଣ ଅନୁଯାୟୀ ତିନୋଟି ସ୍ତରରେ ସେଟଲମେଣ୍ଟ ନେଇ ନିଷ୍ପତ୍ତି ହେବ।

  • କଲେକ୍ଟର:୫୦ ଡେସିମିଲ୍ ପର୍ଯ୍ୟନ୍ତ ଘରବାଡ଼ି ଜମି ଏବଂ ୧ ଏକର ପର୍ଯ୍ୟନ୍ତ କୃଷି ଜମି।
  • RDC:୫୦ରୁ ୧୦୦ ଡେସିମିଲ୍ ପର୍ଯ୍ୟନ୍ତ ଘରବାଡ଼ି ଜମି ଏବଂ ୧ରୁ ୨ ଏକର ପର୍ଯ୍ୟନ୍ତ କୃଷି ଜମି।
  • ଆଇନ ବିଭାଗ ସଚିବ:୧୦୦ରୁ ୧୫୦ ଡେସିମିଲ୍ ପର୍ଯ୍ୟନ୍ତ ଘରବାଡ଼ି ଜମି ଏବଂ ୧୫୦ ଡେସିମିଲ୍ ପର୍ଯ୍ୟନ୍ତ କମର୍ସିଆଲ୍ ଜମି।

DLSC ସୁପାରିସ୍ ପରେ ସମ୍ପୃକ୍ତ Competent Authority ଏକ ମାସ ମଧ୍ୟରେ ନିଷ୍ପତ୍ତି ନେବେ।

ଦଖଲ ଅବଧି ଅନୁସାରେ ଦେବାକୁ ପଡ଼ିବ ରାଶି

ଘରବାଡ଼ି ଜମି ପାଇଁ ଦଖଲ ଅବଧି ଅନୁସାରେ ଭିନ୍ନ ହାର ଧାର୍ଯ୍ୟ କରାଯାଇଛି।

ଦଖଲ ଅବଧି ସାଧାରଣ ଲୋକ ସେବକ ନିଯୋଗ ସେବକ
୩୦ ବର୍ଷରୁ ଅଧିକ ୧୦% ୫% ୭.୫%
୨୦–୩୦ ବର୍ଷ ୧୫% ୭.୫% ୧୦%
୧୨–୨୦ ବର୍ଷ ୨୫% ୧୨.୫% ୧୫%

୧୦୦ ଡେସିମିଲ୍ରୁ ଅଧିକ ଏବଂ ୨୫୦ ଡେସିମିଲ୍ ପର୍ଯ୍ୟନ୍ତ ଜମି ହେଲେ ପୂରା BMV ଦେବାକୁ ପଡ଼ିବ।

କୃଷି ଜମି ପାଇଁ ମଧ୍ୟ ଭିନ୍ନ ଦର ରହିଛି। ସେବକମାନେ ୧ ଏକର ପର୍ଯ୍ୟନ୍ତ ଜମି ପାଇଁ ବେଞ୍ଚମାର୍କ ଭାଲ୍ୟୁର ୫୦ ପ୍ରତିଶତ ଦେବେ। ୧ରୁ ୨ ଏକର ଜମି ପାଇଁ ପୂରା ବେଞ୍ଚମାର୍କ ଭାଲ୍ୟୁ ଦେବାକୁ ହେବ।

ମଠ ପାଇଁ ପ୍ରଥମ ୧୦୦ ଡେସିମିଲ୍ ଜମି ମାଗଣା ଦିଆଯିବ। ଏହାପରେ ୨୫୦ ଡେସିମିଲ୍ ପର୍ଯ୍ୟନ୍ତ ଜମି ପାଇଁ ବେଞ୍ଚମାର୍କ ଭାଲ୍ୟୁ ଦେବାକୁ ହେବ।

ସମଗ୍ର ସେଟଲମେଣ୍ଟ ପ୍ରକ୍ରିୟାକୁଦୁଇ ବର୍ଷ ମଧ୍ୟରେ ଶେଷ କରିବାର ଲକ୍ଷ୍ୟରହିଛି। ଅନୁମୋଦନ ପରେ ମୁଖ୍ୟ ପ୍ରଶାସକଙ୍କ ପକ୍ଷରୁ ଡିମାଣ୍ଡ ନୋଟିସ୍ ଜାରି ହେବ। ଆବେଦନକାରୀଙ୍କୁ ୩ ମାସ ମଧ୍ୟରେ ନିର୍ଦ୍ଧାରିତ ରାଶି ଜମା କରିବାକୁ ହେବ।

ଅନଲାଇନ୍ ପେମେଣ୍ଟ, ବ୍ୟାଙ୍କ ଡ୍ରାଫ୍ଟ କିମ୍ବା ବ୍ୟାଙ୍କର୍ସ ଚେକ୍ ଜରିଆରେ ଅର୍ଥ ପ୍ରଦାନ କରାଯାଇପାରିବ। ଟଙ୍କା ଜମା ପରେ ଡିଡ୍ ଏକ୍ଜିକ୍ୟୁସନ୍ ଓ ରେଜିଷ୍ଟ୍ରେସନ୍ ହେବ। ପରେ ତହସିଲଦାରଙ୍କ ଦ୍ୱାରା ଜମି ରେକର୍ଡ ଓ ମ୍ୟାପ୍ରେ ଆବଶ୍ୟକ ସଂଶୋଧନ କରାଯିବ।

ସୂଚନା ଅନୁସାରେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରାୟ୫୮ ହଜାର ଏକର ଜମିଥିବାବେଳେ ରେକର୍ଡରେ ପ୍ରାୟ ୩୬ ହଜାର ଏକର ଜମି ରହିଛି। ଓଡ଼ିଶା ବାହାରେ ମଧ୍ୟ ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କ ଜମି ଥିବା ସୂଚନା ରହିଛି। ପାକିସ୍ତାନର ସିନ୍ଧ ପ୍ରଦେଶରେ ମଧ୍ୟ ଶ୍ରୀଜଗନ୍ନାଥଙ୍କ ଜମି ଥିବା କୁହାଯାଇଛି।

ଅନଲାଇନ୍ ପୋର୍ଟାଲ ଆସିବା ପରେ ଆବେଦନ, ଯାଞ୍ଚ, NOC, ଅନୁମୋଦନ, ପେମେଣ୍ଟ, ରେଜିଷ୍ଟ୍ରେସନ୍ ଓ ରେକର୍ଡ ସଂଶୋଧନ ପ୍ରକ୍ରିୟାକୁ ଅନଲାଇନ୍ ଏବଂ ପାରଦର୍ଶୀ ଭାବେ କରାଯିବ।

Latest News
ଅଟଳ ଆବାସୀୟ ବିଦ୍ୟାଳୟ: ଉତ୍ତରପ୍ରଦେଶର ମାଗଣା ଆବାସିକ ଶିକ୍ଷା ଯୋଜନା ବିଷୟରେ ଜାଣନ୍ତୁ

ଅଟଳ ଆବାସୀୟ ବିଦ୍ୟାଳୟ: ଉତ୍ତରପ୍ରଦେଶର ମାଗଣା ଆବାସିକ...

ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...

NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲା: NTA ବିଶେଷଜ୍ଞଙ୍କ ସମେତ ୧୩ ଜଣଙ୍କ ବିରୋଧରେ CBI ଚାର୍ଜସିଟ୍

NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲା: NTA...

ନୂଆଦିଲ୍ଲୀ:NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ...

ପୋଷ୍ଟମ୍ୟାନ୍‌ରୁ ଡାକ୍ତର ହେବାର ସ୍ୱପ୍ନ; Re-NEETରେ ସଫଳ ହେଲେ କନ୍ଧମାଳର ବିନାୟକ

ପୋଷ୍ଟମ୍ୟାନ୍‌ରୁ ଡାକ୍ତର ହେବାର ସ୍ୱପ୍ନ; Re-NEETରେ ସଫଳ...

ସରକାରୀ ଚାକିରିର ସ୍ଥିରତା ଛାଡ଼ି ନିଜ ପିଲାଦିନର ସ୍ୱପ୍ନ ପ...

ଭଲ ଗଟ୍‌ ହେଲ୍ଥ ପାଇଁ ଖାଉଛନ୍ତି କି? ଏହି ୫ଟି ଖାଦ୍ୟକୁ ଡାଏଟ୍‌ରେ ସାମିଲ କରନ୍ତୁ

ଭଲ ଗଟ୍‌ ହେଲ୍ଥ ପାଇଁ ଖାଉଛନ୍ତି କି?...

ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...

ଗଣେଶ ପୂଜା ପୂର୍ବରୁ ରାଜ ଠାକରେଙ୍କ ଚେତାବନୀ: ‘ଡିଜେ’ ଓ ଲେଜର୍‌ ଲାଇଟ୍‌ ସ୍ୱାସ୍ଥ୍ୟ ପାଇଁ ବିପଦ

ଗଣେଶ ପୂଜା ପୂର୍ବରୁ ରାଜ ଠାକରେଙ୍କ ଚେତାବନୀ:...

ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...

ଅଧିକ ଘିଅ ଖାଉଛନ୍ତି କି? ହୋଇପାରେ ଗଲ୍‌ଷ୍ଟୋନ୍‌ ସମସ୍ୟା, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟଙ୍କ ପରାମର୍ଶ

ଅଧିକ ଘିଅ ଖାଉଛନ୍ତି କି? ହୋଇପାରେ ଗଲ୍‌ଷ୍ଟୋନ୍‌...

ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...

ସାପ୍ତାହିକ ରାଶିଫଳ: ୩୧ ଅଗଷ୍ଟରୁ ୭ ସେପ୍ଟେମ୍ବର, ଜାଣନ୍ତୁ ୧୨ ରାଶିର ଭାଗ୍ୟଫଳ : କେମିତି କଟିବ ଆପଣଙ୍କ ସପ୍ତାହ?

ସାପ୍ତାହିକ ରାଶିଫଳ: ୩୧ ଅଗଷ୍ଟରୁ ୭ ସେପ୍ଟେମ୍ବର,...

ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...

କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ଦାୟିତ୍ୱ ନେଲେ ଡ. ଅଜିତ କୁମାର ଶାସାନୀ

କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ...

କୋରାପୁଟସ୍ଥିତ କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟ (CUO)ର...

ସାପ୍ତାହିକ ରାଶିଫଳ: ୨୪ ଅଗଷ୍ଟରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ କାହାର ଚମକିବ ଭାଗ୍ୟ, କାହାକୁ ରହିବାକୁ ପଡ଼ିବ ସତର୍କ? ଜାଣନ୍ତୁ ଏହି ସପ୍ତାହର ରାଶିଫଳ

ସାପ୍ତାହିକ ରାଶିଫଳ: ୨୪ ଅଗଷ୍ଟରୁ ୩୧ ଅଗଷ୍ଟ...

ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର...

ମହାରାଷ୍ଟ୍ରରେ ୮୮୦ ଫାର୍ମା ୟୁନିଟ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ; ₹୧୧.୪୧ କୋଟିର ଔଷଧ ଓ କସମେଟିକ୍ସ ଜବତ

ମହାରାଷ୍ଟ୍ରରେ ୮୮୦ ଫାର୍ମା ୟୁନିଟ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ;...

ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...

ସାପ୍ତାହିକ ରାଶିଫଳ: ୭ ସେପ୍ଟେମ୍ବରରୁ ୧୪ ସେପ୍ଟେମ୍ବର ୨୦୨୬

ସାପ୍ତାହିକ ରାଶିଫଳ: ୭ ସେପ୍ଟେମ୍ବରରୁ ୧୪ ସେପ୍ଟେମ୍ବର...

ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...

ୟୁନିକର୍ଣ୍ଣ ହେଲା Astrotalk: ଜ୍ୟୋତିଷକୁ କିପରି ୧ ବିଲିୟନ୍ ଡଲାରର ବ୍ୟବସାୟରେ ପରିଣତ କଲା କମ୍ପାନୀ

ୟୁନିକର୍ଣ୍ଣ ହେଲା Astrotalk: ଜ୍ୟୋତିଷକୁ କିପରି ୧...

ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+