ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା ତିକ୍ତ ସମ୍ପର୍କ ମଧ୍ୟରେ ଇରାନ ପକ୍ଷରୁ ପୁଣି ଏକ କଡ଼ା ଚେତାବନୀ ଦିଆଯାଇଛି। ଇରାନ ସଂସଦର ଜାତୀୟ ସୁରକ୍ଷା କମିସନର ମୁଖ୍ୟ ଇବ୍ରାହିମ ଅଜିଜି କହିଛନ୍ତି ଯେ, ଯଦି ଆମେରିକୀୟ ସୈନିକମାନେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ମୋଜତାବା ଖେମିନିଙ୍କ ‘କେବେବି ଭୁଲିବ ନାହିଁ’ ବାର୍ତ୍ତାର ପ୍ରକୃତ ଅର୍ଥ ବୁଝିପାରିବେ, ତେବେ ସେମାନେ ମଧ୍ୟପ୍ରାଚ୍ୟ ଛାଡ଼ି ପଳାୟନ କରିବେ।
ଇବ୍ରାହିମ ଅଜିଜି ସୋସିଆଲ ମିଡିଆ ପ୍ଲାଟଫର୍ମଏକ୍ସ (X)ରେ ଏହି ବୟାନ ଦେଇ ଆମେରିକୀୟ ସୈନିକଙ୍କୁ ସତର୍କ କରିଛନ୍ତି। ତାଙ୍କ କହିବା ଅନୁସାରେ, ଇରାନର ସନ୍ଦେଶକୁ ହାଲୁକା ଭାବରେ ନେଲେ ଆମେରିକାକୁ ଗୁରୁତର ପରିଣାମ ଭୋଗିବାକୁ ପଡ଼ିପାରେ।
ଏହି ବୟାନ ପୂର୍ବରୁ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ମୋଜତାବା ଖେମିନି ମଧ୍ୟ ଆମେରିକାକୁ ଚେତାବନୀ ଦେଇ କହିଥିଲେ ଯେ, ଆମେରିକା ନିଜ କାର୍ଯ୍ୟର ଭାରୀ ମୂଲ୍ୟ ଦେବ। ସେ ଅଭିଯୋଗ କରିଥିଲେ ଯେ ଆମେରିକା ମଧ୍ୟପ୍ରାଚ୍ୟରେ ସଂଘର୍ଷକୁ ଆହୁରି ଉସ୍କାଇବାକୁ ଚେଷ୍ଟା କରୁଛି, ଯାହା ଫଳରେ ତାହାକୁ ଅଧିକ କ୍ଷତି ଓ ଅପମାନର ସମ୍ମୁଖୀନ ହେବାକୁ ପଡ଼ିବ।
ମୋଜତାବା କହିଥିଲେ ଯେ ଇରାନର ଜନସାଧାରଣ ଓ ‘ରେଜିଷ୍ଟାନ୍ସ ଫ୍ରଣ୍ଟ’ ଏଭଳି ଜବାବ ଦେବେ, ଯାହାକୁ ଶତ୍ରୁ କେବେବି ଭୁଲିପାରିବ ନାହିଁ। ସେ ଆମେରିକାକୁ ‘ବଡ଼ ଶୟତାନ’ ବୋଲି ମଧ୍ୟ ସମ୍ବୋଧନ କରିଥିଲେ।
ଏହା ସହିତ ମୋଜତାବା ୧୭ ଜୁନ୍ ୨୦୨୬ରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ସ୍ୱାକ୍ଷରିତ ୧୪-ଦଫା ଅନ୍ତରୀଣ ଶାନ୍ତି ଚୁକ୍ତିକୁ ମଧ୍ୟ ମୂଲ୍ୟହୀନ ବୋଲି କହିଛନ୍ତି।
ଇରାନ ଓ ଆମେରିକା ମଧ୍ୟରେ ବଢ଼ୁଥିବା ବାକ୍ଯୁଦ୍ଧ ମଧ୍ୟପ୍ରାଚ୍ୟର ସୁରକ୍ଷା ପରିସ୍ଥିତିକୁ ନେଇ ଆନ୍ତର୍ଜାତିକ ମହଳରେ ପୁଣି ଚିନ୍ତା ବଢ଼ାଇଛି।
ନବରଙ୍ଗପୁର: ମଶାଣିରେ ଅମାନବୀୟ ଓ ଚାଞ୍ଚଲ୍ୟକର ଘଟଣା। ସମାଧ...
କଟକ: ବରିଷ୍ଠ ଆଇପିଏସ୍ ଅଧିକାରୀ ସୁଶାନ୍ତ କୁମାର ନାଥଙ୍କ ଅ...
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ସ...
Joint CSIR-UGC NET December 2026 ପରୀକ୍ଷାକୁ ନେଇ ଆଶା...
ବାସୁଦେବପୁର, ୬/୧୧: ଧନତେରସକୁ ନେଇ ସାରା ଦେଶରେ ଉତ୍ସବର ମ...
MBA ପଢ଼ିବାକୁ ଆଶା ରଖିଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଅ...
ଭୁବନେଶ୍ୱର:ଦିନରେ ପୁଲିସ ଡ୍ରାଇଭର, ଆଉ ସନ୍ଧ୍ୟା ହେଲେ ଚେନ...
ସ୍କୁଲ୍ ପାଠପଢ଼ାରେ ଆସିଲା ବଡ଼ ପରିବର୍ତ୍ତନ। ଏଣିକି ନବମ ଶ...