ମଧ୍ୟପ୍ରାଚ୍ୟରେ ବଢ଼ିଲା ଯୁଦ୍ଧର ନିଆଁ: କୁଏତରେ ଆମେରିକୀୟ ଘାଟି ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣ

ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ସିଧାସଳଖ ସାମରିକ ସଂଘର୍ଷରେ ପରିଣତ ହୋଇଛି। କୁଏତରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ଇରାନ କ୍ଷେପଣାସ୍ତ୍ର ଆକ୍ରମଣ କରିଥିବାବେଳେ, ଉଭୟ ଦେଶ ପରସ୍ପରକୁ କଡ଼ା ଚେତାବନୀ ଦେଇଛନ୍ତି। ଏହା ସହ ହର୍ମୁଜ୍ ପ୍ରଣାଳୀରେ ଉତ୍ତେଜନା ବଢ଼ିବାରୁ ବିଶ୍ୱ ତୈଳ ଯୋଗାଣ ଉପରେ ଚିନ୍ତା ବଢ଼ିଛି।
Iran launches missile attack on the US Camp Arifjan military base in Kuwait amid escalating regional conflict.
Iran launches missile attack on the US Camp Arifjan military base in Kuwait amid escalating regional conflict.

ମଧ୍ୟପ୍ରାଚ୍ୟରେ ଇରାନ ଓ ଆମେରିକା ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ଏକ ବଡ଼ ସାମରିକ ସଂଘର୍ଷର ରୂପ ନେଇଛି। ମଙ୍ଗଳବାର ପ୍ରତ୍ୟୁଷରେ ଇରାନ ସେନା କୁଏତରେ ଥିବା ଆମେରିକାର ପ୍ରମୁଖ ସାମରିକ ଘାଟି 'କ୍ୟାମ୍ପ ଆରିଫଜାନ' ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିବା ଦାବି କରିଛି।

ଆକ୍ରମଣ ପରେ ଇରାନର ରାଷ୍ଟ୍ରପତି ମାସୁଦ ପେଜେଶକିୟାନ କହିଛନ୍ତି ଯେ, ଇରାନ ଏବେ ଆମେରିକା ବିରୋଧରେ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ସାମିଲ ହୋଇଛି। ଦେଶବାସୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ବର୍ତ୍ତମାନ ପଛକୁ ଫେରିବାର କୌଣସି ସୁଯୋଗ ନାହିଁ ଏବଂ ଦେଶକୁ ଯେକୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ।

ଇରାନର ସରକାରୀ ସମାଚାର ସଂସ୍ଥା ଆଇଆରଏନଏ (IRNA) ଅନୁଯାୟୀ, ଦକ୍ଷିଣ କୁଏତରେ ଥିବା ଏହି ଆମେରିକୀୟ ଘାଟିକୁ ଟାର୍ଗେଟ କରିବା ସହ ଆମେରିକାର ଆଧୁନିକ ହିମାର୍ସ (HIMARS) କ୍ଷେପଣାସ୍ତ୍ର ପ୍ରଣାଳୀକୁ ମଧ୍ୟ ଲକ୍ଷ୍ୟ କରାଯାଇଥିଲା। ଇରାନ ଦାବି କରିଛି ଯେ, ଏହି ଆକ୍ରମଣରେ ଆମେରିକାର କ୍ଷେପଣାସ୍ତ୍ର କ୍ଷମତାକୁ କ୍ଷତି ପହଞ୍ଚିଛି।

ଅନ୍ୟପଟେ କୁଏତ ସରକାର ଏହି ଆକ୍ରମଣକୁ କଡ଼ା ନିନ୍ଦା କରିବା ସହ ଦେଶର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ସତର୍କ ଅବସ୍ଥାରେ ରଖିଛି।

ଏହି ଆକ୍ରମଣ ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଲେଖିଛନ୍ତି ଯେ, ଯଦି କୌଣସି ଆମେରିକୀୟ ସୈନିକଙ୍କ କ୍ଷତି ହୁଏ, ତେବେ ଇରାନକୁ ତାହାର ଗୁରୁତର ପରିଣାମ ଭୋଗିବାକୁ ପଡ଼ିବ। ସେ ଇରାନର ବିଦ୍ୟୁତ୍ କେନ୍ଦ୍ର ଓ ପ୍ରମୁଖ ସେତୁଗୁଡ଼ିକୁ ଲକ୍ଷ୍ୟ କରାଯାଇପାରେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।

ଏପରିସ୍ଥିତିରେ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତୈଳ ପରିବହନ ମାର୍ଗ ହର୍ମୁଜ୍ ପ୍ରଣାଳୀ ଉପରେ ଇରାନ ନିଜର ନିୟନ୍ତ୍ରଣକୁ ଆହୁରି କଡ଼ା କରିଛି। ଏହା ଫଳରେ ତୈଳ ଓ ପ୍ରାକୃତିକ ଗ୍ୟାସ୍ ଯୋଗାଣ ବାଧାପ୍ରାପ୍ତ ହେବାର ଆଶଙ୍କା ବଢ଼ିଛି।

ଗତ ସପ୍ତାହରେ ଆମେରିକା ଇରାନର ତୈଳ ରପ୍ତାନିକୁ ଅଟକାଇବା ପାଇଁ ସମୁଦ୍ରପଥରେ କଡ଼ା ନଜରଦାରି କରିଥିଲା। ଆମେରିକୀୟ ସେନା ଅନୁଯାୟୀ, ଏପର୍ଯ୍ୟନ୍ତ ସାତଟି ଇରାନୀ ଜାହାଜକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ହର୍ମୁଜ୍ ପ୍ରଣାଳୀ ଦେଇ ବାଣିଜ୍ୟିକ ପରିବହନ ପ୍ରାୟ ଠପ୍ ହୋଇଯାଇଥିବାରୁ ବିଶ୍ୱ ତୈଳ ବଜାରରେ ଅନିଶ୍ଚିତତା ବଢ଼ିଛି।

LIVE TV
LIVE
Latest News
IIT-JEEରେ ଥିଲେ ଅଲ୍ ଇଣ୍ଡିଆ ତୃତୀୟ ଟପ୍ପର, IBM-Microsoftରେ କରିଥିଲେ କାମ; ଏବେ ଭାରତର ଗବେଷଣା କ୍ଷେତ୍ରର ନେତୃତ୍ୱ ନେଉଛନ୍ତି ଶିବକୁମାର!

IIT-JEEରେ ଥିଲେ ଅଲ୍ ଇଣ୍ଡିଆ ତୃତୀୟ ଟପ୍ପର,...

ନୂଆଦିଲ୍ଲୀ: ଦୃଢ଼ ଇଚ୍ଛାଶକ୍ତି, ମେଧା ଓ କଠିନ ପରିଶ୍ରମ ମଣ...

ଅତ୍ୟଧିକ ଗରମ ବଢ଼ାଉଛି ଗର୍ଭସ୍ଥ ଶିଶୁଙ୍କ ବିପଦ! ଭାରତରେ ୧୦ ହଜାରରୁ ଅଧିକ ଅକାଳ ପ୍ରସବର କାରଣ ହେଲା ତାପମାତ୍ରା

ଅତ୍ୟଧିକ ଗରମ ବଢ଼ାଉଛି ଗର୍ଭସ୍ଥ ଶିଶୁଙ୍କ ବିପଦ!...

ଦେଶରେ ବଢ଼ୁଥିବା ତାପମାତ୍ରା ଏବେ କେବଳ ସାଧାରଣ ଜନଜୀବନକୁ...

କେବଳ ରୋଗ ହେଲେ ନୁହେଁ, ସୁସ୍ଥ ରହିବା ପାଇଁ ମଧ୍ୟ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ

କେବଳ ରୋଗ ହେଲେ ନୁହେଁ, ସୁସ୍ଥ ରହିବା...

ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଲୋକ ଅସୁସ୍ଥ ହେଲେ ହିଁ ଡାକ...

୨୦୨୭ରେ  ଆସିବ ଭାରତର ପ୍ରଥମ ଡେଙ୍ଗୁ ଟିକା! Qdengaକୁ ନେଇ ଆଶା ସହ ବଢ଼ିଲା ଚିନ୍ତା

୨୦୨୭ରେ ଆସିବ ଭାରତର ପ୍ରଥମ ଡେଙ୍ଗୁ ଟିକା!...

ଭାରତରେ ଡେଙ୍ଗୁ ରୋଗର ମୁକାବିଲା ପାଇଁ ଏକ ନୂଆ ଆଶା ସୃଷ୍ଟି...

CAT 2026 ଆଡମିଟ୍ କାର୍ଡ ଜାରି! ନଭେମ୍ବର ୨୯ରେ ପରୀକ୍ଷା, ଏମିତି କରନ୍ତୁ ଡାଉନଲୋଡ୍

CAT 2026 ଆଡମିଟ୍ କାର୍ଡ ଜାରି! ନଭେମ୍ବର...

MBA ପଢ଼ିବାକୁ ଆଶା ରଖିଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଅ...

ବ୍ରଶ୍ କରୁଥିବା ବେଳେ ଟୁଥ୍‌ବ୍ରଶ୍ ଗିଳିଦେଲେ ବ୍ୟକ୍ତି! ଅସ୍ତ୍ରୋପଚାର ବିନା ୩୦ ମିନିଟ୍‌ରେ ବାହାର କଲେ ଡାକ୍ତର

ବ୍ରଶ୍ କରୁଥିବା ବେଳେ ଟୁଥ୍‌ବ୍ରଶ୍ ଗିଳିଦେଲେ ବ୍ୟକ୍ତି!...

ସକାଳୁ ଦାନ୍ତ ଘଷିବା ବେଳେ ଅସାବଧାନତା ଯୋଗୁଁ ଜଣେ ବ୍ୟକ୍ତି...

ନବମ ଶ୍ରେଣୀରୁ ପିଲା ପଢ଼ିବେ ଟଙ୍କା ରୋଜଗାର ଓ ନିବେଶର ପାଠ! NCERT ବହିରେ ମ୍ୟୁଚୁଆଲ୍ ଫଣ୍ଡ୍, GST ଓ ଷ୍ଟାର୍ଟଅପ୍

ନବମ ଶ୍ରେଣୀରୁ ପିଲା ପଢ଼ିବେ ଟଙ୍କା ରୋଜଗାର...

ସ୍କୁଲ୍ ପାଠପଢ଼ାରେ ଆସିଲା ବଡ଼ ପରିବର୍ତ୍ତନ। ଏଣିକି ନବମ ଶ...

CSIR-UGC NET 2026: ୨.୩୬ ଲକ୍ଷ ପଞ୍ଜୀକରଣ, ନଭେମ୍ବର ୯କୁ ବଢ଼ିଲା ଆବେଦନ ଅବଧି! ଜାଣନ୍ତୁ ନୂଆ ଡେଡଲାଇନ୍

CSIR-UGC NET 2026: ୨.୩୬ ଲକ୍ଷ ପଞ୍ଜୀକରଣ,...

Joint CSIR-UGC NET December 2026 ପରୀକ୍ଷାକୁ ନେଇ ଆଶା...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+