ଇରାନରଇସ୍ଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପ୍ସ (IRGC)ଶନିବାର (ସ୍ଥାନୀୟ ସମୟ) ହର୍ମୁଜ୍ ପ୍ରଣାଳୀ (Strait of Hormuz)କୁ‘ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ’କରାଯାଇଥିବା ଘୋଷଣା କରିଛି। IRGCର ବିବୃତ୍ତି ଅନୁଯାୟୀ, ପଶ୍ଚିମ ଏସିଆରେ ଆମେରିକାର କଥିତ ‘ହସ୍ତକ୍ଷେପ’ ବନ୍ଦ ନହେବା ପର୍ଯ୍ୟନ୍ତ ଏହି ନିଷ୍ପତ୍ତି ବଳବତ୍ତର ରହିବ।
IRGCର ବିବୃତ୍ତିରେ କୁହାଯାଇଛି ଯେ, ବିଦେଶୀ ଶକ୍ତିମାନଙ୍କ ‘ବେଆଇନ ହସ୍ତକ୍ଷେପ’ ଫଳରେ ସୃଷ୍ଟି ହୋଇଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ସେମାନଙ୍କ ଦାବି ଅନୁଯାୟୀ, ଏହି ସମୟରେ କୌଣସି ଜାହାଜକୁ ହର୍ମୁଜ୍ ପ୍ରଣାଳୀ ଦେଇ ଯାତାୟାତ କରିବାକୁ ଅନୁମତି ଦିଆଯିବ ନାହିଁ।
IRGC ନୌସେନା ଆହୁରି ସତର୍କ କରିଛି ଯେ, ହର୍ମୁଜ୍ ପ୍ରଣାଳୀ ବନ୍ଦକୁ ଆଧାର କରି ଯଦି ଇରାନ ବିରୋଧରେ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ହୁଏ, ତେବେ ତାହାର କଡ଼ା ଜବାବ ଦିଆଯିବ ଏବଂ ଅଞ୍ଚଳରେ ଥିବା ଶତ୍ରୁପକ୍ଷର ଅଧିକ ସାମରିକ ଘାଟିକୁ ଲକ୍ଷ୍ୟ କରାଯିବ ବୋଲି ଚେତାବନୀ ଦେଇଛି।
IRGC ଏହା ମଧ୍ୟ କହିଛି ଯେ, ଏହି ପରିସ୍ଥିତିରୁ ଉପୁଜୁଥିବା କୌଣସି ପରିଣାମ ପାଇଁ ଆମେରିକା, ଇସ୍ରାଏଲ ଏବଂ ଇରାନ ବିରୋଧୀ କାର୍ଯ୍ୟରେ ବ୍ୟବହୃତ ହେଉଥିବା ସାମରିକ ଘାଟିକୁ ଆଶ୍ରୟ ଦେଉଥିବା ଦେଶଗୁଡ଼ିକ ଦାୟୀ ରହିବେ।
ଏପଟେ ଉତ୍ତେଜନା ହ୍ରାସ ପାଇଁ କତାରର ମଧ୍ୟସ୍ଥମାନେ ଇରାନ ଗସ୍ତରେ ଥିବା ବେଳେ ଆମେରିକା-ଇରାନ ଆଲୋଚନା ପୁଣି ଆରମ୍ଭ କରିବାକୁ ପ୍ରୟାସ ଚାଲିଛି।
ଅନ୍ୟପଟେ, ଇରାନର ବୈଦେଶିକ ମନ୍ତ୍ରୀସେୟଦ ଅବ୍ବାସ ଆରାଘଚିଓମାନର ରାଜଧାନୀ ମସ୍କାଟରେ ତାଙ୍କ ଓମାନୀ ସମକକ୍ଷସେୟଦ ବଦ୍ର ଅଲ-ବୁସାଇଦିଙ୍କ ସହ ବୈଠକ କରି ଦ୍ୱିପାକ୍ଷିକ ସମ୍ପର୍କ, ଆଞ୍ଚଳିକ ପରିସ୍ଥିତି ଏବଂ ହର୍ମୁଜ୍ ପ୍ରଣାଳୀରେ ସାମୁଦ୍ରିକ ସୁରକ୍ଷା ନେଇ ଆଲୋଚନା କରିଛନ୍ତି।
ଏହି ସମୟରେ ଆମେରିକାର ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପକହିଛନ୍ତି ଯେ, ଇରାନର ଅନୁରୋଧ ପରେ ଉଭୟ ଦେଶ ମଧ୍ୟରେ ଆଲୋଚନା ଜାରି ରଖିବାକୁ ସମ୍ମତି ହୋଇଛି। ତେବେ ପୂର୍ବରୁ ହୋଇଥିବା ଯୁଦ୍ଧବିରତି ବର୍ତ୍ତମାନ ଆଉ ବଳବତ୍ତର ନୁହେଁ ବୋଲି ସେ ପୁନର୍ବାର କହିଛନ୍ତି।
ବିଶ୍ୱର ପ୍ରମୁଖ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ Binanceରେ...
ଦେଶରେ ଘର ବିକ୍ରି ବଢ଼ିଲା ୧୨%, ରିଅଲ୍ ଇଷ୍ଟେଟ୍ ବଜାରରେ ନ...
ଶୁକ୍ରବାର, ନଭେମ୍ବର ୬ ତାରିଖରେ ଭାରତୀୟ ସେୟାର ବଜାରରେ କେ...
Joint CSIR-UGC NET December 2026 ପରୀକ୍ଷାକୁ ନେଇ ଆଶା...
ଦୀପାବଳି ସଫାସୁତୁରା କେବଳ ଘରେ ନୁହେଁ, ଆର୍ଥିକ ଜୀବନରେ ବି...
MBA ପଢ଼ିବାକୁ ଆଶା ରଖିଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଅ...
ସ୍କୁଲ୍ ପାଠପଢ଼ାରେ ଆସିଲା ବଡ଼ ପରିବର୍ତ୍ତନ। ଏଣିକି ନବମ ଶ...
ନୂଆଦିଲ୍ଲୀ: ଦୃଢ଼ ଇଚ୍ଛାଶକ୍ତି, ମେଧା ଓ କଠିନ ପରିଶ୍ରମ ମଣ...