ଇଣ୍ଡିଆନ୍ ଆଇଡଲ୍ ସିଜନ୍–୧୬ର ବିଜେତା ତଥା ଓଡ଼ିଶାର ଗର୍ବଜ୍ୟୋତିର୍ମୟୀ ନାୟକବିଜୟ ପରେ ଘରକୁ ଫେରି ନିଜ ଅନୁଭୂତି ବାଣ୍ଟିଛନ୍ତି। ସେ କହିଛନ୍ତି ଯେ, ଏହି ବିଜୟ କେବଳ ତାଙ୍କର ନୁହେଁ, ବରଂ ସମଗ୍ର ଓଡ଼ିଶାବାସୀଙ୍କ ଭଲପାଇବା ଓ ଆଶୀର୍ବାଦର ବିଜୟ।
ଜ୍ୟୋତିର୍ମୟୀ କହିଛନ୍ତି,"ଆଜି ଇଣ୍ଡିଆନ୍ ଆଇଡଲ୍ ୧୬ର ଟ୍ରଫି ଓଡ଼ିଶାକୁ ଆସିଥିବାରୁ ମୁଁ ବହୁତ ଖୁସି। ଏହା କେବଳ ଆପଣମାନଙ୍କର ଭଲପାଇବା, ମହାପ୍ରଭୁ ଜଗନ୍ନାଥଙ୍କ କୃପା ଏବଂ ମୋ ବାପା-ମା’ଙ୍କ ଆଶୀର୍ବାଦର ଫଳ। ଫାଇନାଲ୍ ପରେ ଶୋ’ର ଟିମ୍ ମୋତେ କହିଥିଲେ ଯେ ଭୋଟ୍ ସଂଖ୍ୟାରେ ମୋ ପାଖାପାଖି କେହି ବି ନଥିଲେ।"
ଜ୍ୟୋତିର୍ମୟୀ କହିଛନ୍ତି ଯେ, ଈଶ୍ୱରଙ୍କ ଆଶୀର୍ବାଦ ବିନା କୌଣସି କାମ ସମ୍ଭବ ନୁହେଁ। ସେ ସବୁବେଳେ ନିଜ ସଙ୍ଗୀତ ଯାତ୍ରାକୁ ମହାପ୍ରଭୁଙ୍କୁ ସମର୍ପଣ କରିଆସିଛନ୍ତି।
ସେ କହିଛନ୍ତି,"ମୁଁ କେବେ ଭାବିନଥିଲି ଯେ ମୁଁ ଟାଇଟଲ୍ ଜିତିବି। ମୋର ଏକମାତ୍ର ଲକ୍ଷ୍ୟ ଥିଲା ପ୍ରତ୍ୟେକ ମଞ୍ଚରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବା। କେବେ ହାର ମାନନ୍ତୁ ନାହିଁ, ପ୍ରତିଦିନ ଅଭ୍ୟାସ କରନ୍ତୁ ଓ ନିଜ ଉପରେ ବିଶ୍ୱାସ ରଖନ୍ତୁ।"
ଜ୍ୟୋତିର୍ମୟୀ କହିଛନ୍ତି ଯେ, ତାଙ୍କ ଜୀବନର ଯାତ୍ରା କେବେ ବି ସରଳ ନଥିଲା। ଅନେକ ଉତ୍ଥାନ-ପତନ ମଧ୍ୟରେ ସେ ନିଜ ଲକ୍ଷ୍ୟରୁ ବିଚ୍ୟୁତ ହୋଇନଥିଲେ।
ସେ କହିଛନ୍ତି,"ଜୀବନରେ ସବୁବେଳେ ଉତ୍ଥାନ-ପତନ ଆସିବ। କିନ୍ତୁ ସେହି ସମୟରେ ବିଶ୍ୱାସ ରଖି ପରିଶ୍ରମ ଜାରି ରଖିଲେ ସଫଳତା ନିଶ୍ଚିତ ମିଳିବ।"
ସେ ମୁଖ୍ୟମନ୍ତ୍ରୀମୋହନ ଚରଣ ମାଝୀଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇବା ସହ ଶୋ’ର ବିଚାରକଶ୍ରେୟା ଘୋଷାଲ, ବିଶାଳ ଦଦଲାନୀ ଓ ବାଦଶାହଙ୍କ ସହଯୋଗକୁ ସ୍ମରଣ କରିଛନ୍ତି। ତାଙ୍କ ମତରେ, ଇଣ୍ଡିଆନ୍ ଆଇଡଲ୍ର ଯାତ୍ରା ତାଙ୍କ ପାଇଁ ଏକ ସ୍ୱପ୍ନ ସାକାର ହେବା ସହ ସମାନ।
ଜ୍ୟୋତିର୍ମୟୀ କହିଛନ୍ତି,"ଏହି ଟ୍ରଫି କେବଳ ଏକ ପୁରସ୍କାର ନୁହେଁ, ଏହା ଏକ ବଡ଼ ଦାୟିତ୍ୱ। ଓଡ଼ିଶାବାସୀଙ୍କ ଭଲପାଇବା ମୋ ସହ ରହିଲେ ମୁଁ ଆଗାମୀ ଦିନରେ ଆହୁରି ଭଲ କାମ କରିବି।"
ଜ୍ୟୋତିର୍ମୟୀଙ୍କ ମା’ କହିଛନ୍ତି ଯେ, ଗତ ଢେ଼ଇ ମାସ ଧରି ସେ ଝିଅଙ୍କ ସହ ରହି ପ୍ରତିଦିନର ଅଭ୍ୟାସ ଉପରେ କଡ଼ା ନଜର ରଖୁଥିଲେ। ସକାଳେ ଏକ ଘଣ୍ଟା ଶାସ୍ତ୍ରୀୟ ସଙ୍ଗୀତ ଅଭ୍ୟାସ, ରିହର୍ସାଲ୍ ଓ ପ୍ରତ୍ୟେକ ଗୀତକୁ ଦୈନିକ ୧୦ ଥର ଅଭ୍ୟାସ କରିବାକୁ ସେ ପ୍ରୋତ୍ସାହିତ କରୁଥିଲେ।
ସେ କହିଛନ୍ତି ଯେ, ଓଡ଼ିଶାବାସୀଙ୍କ ଅପାର ଭୋଟ୍ ଓ ଭଲପାଇବା ପାଇଁ ସେ ମହାପ୍ରଭୁ ଜଗନ୍ନାଥଙ୍କୁ କୃତଜ୍ଞତା ଜଣାଉଛନ୍ତି।
ବ୍ରହ୍ମପୁର ସହରରେ ପୁଣିଥରେ କୋଭିଡ୍ ସଂକ୍ରମଣ ଦେଖିବାକୁ ମି...
ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଆମେରିକା ଇରା...
ବର୍ଷା ଋତୁ ଆସିବା ସହ ଦେଶର ବିଭିନ୍ନ ଅଞ୍ଚଳରେ ଭାଇରାଲ୍ ସଂ...
ଓଡ଼ିଶାରେ କୋଭିଡ୍-୧୯ ମାମଲାକୁ ନେଇ ଜନସ୍ୱାସ୍ଥ୍ୟ ବିଭାଗ ପ...
ଅନଲାଇନ୍ ସପିଂ ବର୍ତ୍ତମାନ ସମୟରେ ଦୈନନ୍ଦିନ ଜୀବନର ଏକ ଅଂଶ...
ଇରାନର ଆଭ୍ୟନ୍ତରୀଣ ରାଜନୀତିରେ ଏବେ ଏକ ବଡ଼ ଧରଣର ବିବାଦ ଦ...
ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ସଂଘର୍ଷ ଓ ସାମୁଦ୍ରିକ ସୁରକ୍ଷାକ...
ସାଉଦି ଆରବର ଯୁବ ପ୍ରିନ୍ସ ଅବ୍ଦୁଲ୍ଲା ବିନ୍ ଫହଦ ବିନ୍ ଅବଦ...