ଭେନେଜୁଏଲାର କାର୍ଯ୍ୟବାହକ ରାଷ୍ଟ୍ରପତି ଡେଲସି ରୋଡ୍ରିଗେଜ୍ ଭାରତ ଗସ୍ତ ଅବସରରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ନେଇ ଫଳପ୍ରସୂ ଆଲୋଚନା କରିଛନ୍ତି।
ବୈଠକ ପରେ ଡେଲସି ରୋଡ୍ରିଗେଜ୍ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇ ଭାରତ ପକ୍ଷରୁ ମିଳିଥିବା ଉଷ୍ମ ସ୍ୱାଗତକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଏହି ଭ୍ରାତୃତ୍ୱପୂର୍ଣ୍ଣ ବୈଠକରେ ପରିବହନ, ସ୍ୱାସ୍ଥ୍ୟ, ଶକ୍ତି କ୍ଷେତ୍ରର ପରସ୍ପର ସହଯୋଗ, କୃଷି, ବିଜ୍ଞାନ ଓ ପ୍ରଯୁକ୍ତି ସମେତ ବିଭିନ୍ନ ମୁଦ୍ଦା ଉପରେ ଆଲୋଚନା ହୋଇଥିଲା।
ଉଭୟ ନେତା ଦୁଇ ଦେଶର ଲୋକଙ୍କ ସାମୂହିକ ସମୃଦ୍ଧି ଏବଂ ଗ୍ଲୋବାଲ ସାଉଥର ଉନ୍ନତି ପାଇଁ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଉପରେ ଜୋର ଦେଇଥିଲେ।
ବିଦେଶ ମନ୍ତ୍ରଣାଳୟର ପୂର୍ବ ବିଭାଗ ସଚିବ ରୁଦ୍ରେନ୍ଦ୍ର ଟଣ୍ଡନ କହିଛନ୍ତି ଯେ ଶକ୍ତି କ୍ଷେତ୍ରରେ ଭାରତ ଓ ଭେନେଜୁଏଲା ମଧ୍ୟରେ ସହଯୋଗର ବ୍ୟାପକ ସମ୍ଭାବନା ରହିଛି। ଭେନେଜୁଏଲା ବର୍ତ୍ତମାନ ଭାରତର ପ୍ରମୁଖ ତୈଳ ଯୋଗାଣକାରୀ ଦେଶମାନଙ୍କ ମଧ୍ୟରେ ରହିଥିବାରୁ ଉଭୟ ଦେଶ ଦୀର୍ଘମିଆଦି ଶକ୍ତି ଭାଗୀଦାରି ଉପରେ ଗୁରୁତ୍ୱ ଦେଇଛନ୍ତି।
ଆଲୋଚନା ସମୟରେ ଖଣିଜ ସମ୍ପଦ, ସୁନା, ହୀରା ଏବଂ ଅନ୍ୟାନ୍ୟ ପ୍ରାକୃତିକ ସମ୍ପଦ କ୍ଷେତ୍ରରେ ସହଯୋଗ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ଭବିଷ୍ୟତରେ ଏହି କ୍ଷେତ୍ରଗୁଡ଼ିକରେ ନିବେଶ ଓ ମୂଲ୍ୟାଙ୍କନ ପାଇଁ ଉଭୟ ଦେଶ ପଦକ୍ଷେପ ନେବେ ବୋଲି ଜଣାପଡ଼ିଛି।
ଡେଲସି ରୋଡ୍ରିଗେଜ୍ ଜୁନ୍ ୩ରୁ ୭ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନିଆ ଭାରତ ଗସ୍ତରେ ଅଛନ୍ତି। ଭାରତ ଓ ଭେନେଜୁଏଲା ମଧ୍ୟରେ ଶକ୍ତି, ବାଣିଜ୍ୟ, ନିବେଶ ଓ ଔଷଧ ଉତ୍ପାଦନ କ୍ଷେତ୍ରରେ ଦୀର୍ଘଦିନ ଧରି ସହଯୋଗ ରହିଆସିଛି। ଏହି ଗସ୍ତ ଦ୍ୱାରା ଦୁଇ ଦେଶର ରଣନୀତିକ ସମ୍ପର୍କ ଆହୁରି ମଜବୁତ ହେବ ବୋଲି ଆଶା କରାଯାଉଛି।
ସ୍କୁଲ୍ ପାଠପଢ଼ାରେ ଆସିଲା ବଡ଼ ପରିବର୍ତ୍ତନ। ଏଣିକି ନବମ ଶ...
ଦେଶରେ ବଢ଼ୁଥିବା ତାପମାତ୍ରା ଏବେ କେବଳ ସାଧାରଣ ଜନଜୀବନକୁ...
ସକାଳୁ ଦାନ୍ତ ଘଷିବା ବେଳେ ଅସାବଧାନତା ଯୋଗୁଁ ଜଣେ ବ୍ୟକ୍ତି...
ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଲୋକ ଅସୁସ୍ଥ ହେଲେ ହିଁ ଡାକ...
ନୂଆଦିଲ୍ଲୀ: ଦୃଢ଼ ଇଚ୍ଛାଶକ୍ତି, ମେଧା ଓ କଠିନ ପରିଶ୍ରମ ମଣ...
♈ ମେଷ ରାଶି (Aries) ଏହି ସପ୍ତାହ ମେଷ ରାଶିର ବ୍ୟକ୍ତ...
ଭାରତରେ ଡେଙ୍ଗୁ ରୋଗର ମୁକାବିଲା ପାଇଁ ଏକ ନୂଆ ଆଶା ସୃଷ୍ଟି...
Joint CSIR-UGC NET December 2026 ପରୀକ୍ଷାକୁ ନେଇ ଆଶା...