ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଅଞ୍ଚଳରେ ବେଆଇନ ଦେଶୀ ବନ୍ଧୁକ କାରବାର ବିରୋଧରେ ପୁଲିସ ବଡ଼ ଧରଣର ଚଢ଼ାଉ କରିଛି। ଏହି ଚଢ଼ାଉରେ ୪ଟି ଦେଶୀ ବନ୍ଧୁକ ଜବତ ହୋଇଥିବା ବେଳେ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି।
ବେଆଇନ ଅସ୍ତ୍ର କାରବାର ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଏହି ସମୟରେ ଦେଶୀ ବନ୍ଧୁକଗୁଡ଼ିକ ଜବତ କରାଯାଇଥିଲା।
ଗିରଫ ୩ ଅଭିଯୁକ୍ତଙ୍କ ବିରୋଧରେ ଆର୍ମ୍ସ ଆକ୍ଟ ଅଧୀନରେ ମାମଲା ରୁଜୁ କରାଯାଇଛି। ପରେ ସେମାନଙ୍କୁ କୋର୍ଟରେ ହାଜର କରାଯାଇଛି।
ଅଞ୍ଚଳରେ ବେଆଇନ ବନ୍ଧୁକ ନିର୍ମାଣ ଓ ବିକ୍ରି ରୋକିବା ପାଇଁ ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛି। ଏହି ଟିମ୍ ଅଞ୍ଚଳରେ ନଜରଦାରି ବଢ଼ାଇବା ସହ ଅସ୍ତ୍ର କାରବାରରେ ସମ୍ପୃକ୍ତ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ।
ଅନ୍ୟ ଏକ ଘଟଣାରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ପୁଲିସ ପାଟ୍ରୋଲିଂ ସମୟରେ ଗାବାଜୋର ଅଞ୍ଚଳରୁ ଏକ ଦେଶୀ ବନ୍ଧୁକ ଜବତ କରିଛି।
ପୁଲିସ ଏକ ସନ୍ଦେହଜନକ କାର୍କୁ ଅଟକାଇ ଯାଞ୍ଚ କରିବାକୁ ଚେଷ୍ଟା କରିଥିଲା। ତେବେ ପୁଲିସକୁ ଦେଖି ଚାଳକ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଗାଡ଼ି ଯାଞ୍ଚ ବେଳେ ଗୋଟିଏ ଦେଶୀ ବନ୍ଧୁକ ମିଳିଥିଲା।
ଏନେଇ ମାମଲା ରୁଜୁ ହୋଇଥିବା ବେଳେ ଗାଡ଼ି ମାଲିକ, ବନ୍ଧୁକର ଉତ୍ସ ଓ ଏହା କେଉଁଠାକୁ ନିଆଯାଉଥିଲା, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।
ଉତ୍ତରପ୍ରଦେଶରେ ବନ୍ୟା ପରିସ୍ଥିତି ଯୋଗୁଁ ୧୩ଟି ଜିଲ୍ଲାର ୧...
ଆମେରିକାର ମାସାଚୁସେଟ୍ସରେ ନିଜ ୩ ଶିଶୁଙ୍କୁ ହତ୍ୟା କରିବା...
କଲମ୍ବୋର ସିଂହଳୀଜ୍ ସ୍ପୋର୍ଟ୍ସ କ୍ଲବ୍‌ରେ ଭାରତ ଓ ଶ୍...
ଇଣ୍ଡୋନେସିଆର ଫ୍ଲୋରେସ୍‌ ଦ୍ୱୀପରେ ଶନିବାର ସକାଳେ ଘଟ...
ସ୍ୱିଡେନ୍‌ର ମଧ୍ୟଭାଗରେ ଥିବା ଫାଗେର୍ଷ୍ଟା ସହରର ଏକ...
କାନାଡାର ଏଡମଣ୍ଟନ୍‌ସ୍ଥିତ ଏକ ଶିଖ୍ ଗୁରୁଦ୍ୱାରରେ ଭୋ...
ଭାରତୀୟ ଲେଗ୍-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଓ ଭାରତ...
ଓଡ଼ିଶାରେ ପୁଣି ଥରେ ବର୍ଷାର ପ୍ରକୋପ ବଢ଼ିବାକୁ ଯାଉଛି। ଭା...
ନୂଆଦିଲ୍ଲୀରେ ରବିବାର ଫ୍ରାନ୍ସ ବ୍ୟାଡମିଣ୍ଟନ୍‌ ଇତିହ...
ଦକ୍ଷିଣ ଆଫ୍ରିକାରେ ଏକ ବଡ଼ ଧରଣର କ୍ରିଷ୍ଟାଲ୍ ମେଥାମ୍ଫେଟା...
ଗ୍ରୀନଲ୍ୟାଣ୍ଡରେ ଜଳବାୟୁ ପରିବର୍ତ୍ତନର ଆଉ ଏକ ବଡ଼ ପ୍ରଭାବ...
ପାକିସ୍ତାନର ପୂର୍ବତନ କ୍ରିକେଟ୍ ଅଧିନାୟକ ତଥା ପୂର୍ବତନ ପ୍...