ଦକ୍ଷିଣ ଆଫ୍ରିକାରେ ଏକ ବଡ଼ ଧରଣର କ୍ରିଷ୍ଟାଲ୍ ମେଥାମ୍ଫେଟାମାଇନ୍ ଲ୍ୟାବ୍ ଠାବ ପରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ମେକ୍ସିକୋ ନାଗରିକ, ୨ ଜଣ ଜିମ୍ବାୱେ ନାଗରିକ ଏବଂ ଜଣେ ମାଲାୱି ନାଗରିକ ଅଛନ୍ତି।
ଲିମ୍ପୋପୋ ପ୍ରଦେଶର ମୁସିନା ସହର ନିକଟରେ ଜିମ୍ବାୱେ ସୀମା ପାଖରେ ଥିବା ଏକ ଫାର୍ମରେ ରାତିରେ ପୋଲିସ ଚଢ଼ାଉ କରି ଏହି ଲ୍ୟାବ୍କୁ ଠାବ କରିଥିଲା। ସନ୍ଦେହଜନକ କାର୍ଯ୍ୟକଳାପ ସମ୍ପର୍କରେ ପ୍ରାୟ ଦୁଇ ମାସ ଧରି ତଦନ୍ତ ଚାଲିବା ପରେ ଏହି ଚଢ଼ାଉ କରାଯାଇଥିଲା।
ପୋଲିସର ସୂଚନା ଅନୁସାରେ, ଚଢ଼ାଉ ସମୟରେ ପ୍ରାୟ ୬୦୦ ନିୟୁତ ରାଣ୍ଡ୍ (ପ୍ରାୟ ୩୭ ନିୟୁତ ଡଲାର) ମୂଲ୍ୟର କ୍ରିଷ୍ଟାଲ୍ ମେଥ୍ ଓ ଏହାର ଉତ୍ପାଦନ ପାଇଁ ବ୍ୟବହୃତ ଉପକରଣ ଜବତ ହୋଇଛି। ଏହା ସହ ଅଜଣା ପରିମାଣର ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି।
ପୋଲିସ କହିଛି ଯେ ଏହା ଏକ ଅତ୍ୟନ୍ତ ଆଧୁନିକ ଓ ଶିଳ୍ପସ୍ତରୀୟ ଡ୍ରଗ୍ ଉତ୍ପାଦନ କାରବାର ହୋଇଥିବା ଅଭିଯୋଗ ରହିଛି। ଏଠାରେ ବିପଜ୍ଜନକ ନିଶାଦ୍ରବ୍ୟ ଉତ୍ପାଦନ କରି ବିଭିନ୍ନ ସ୍ଥାନକୁ ପଠାଇବା ଯୋଜନା ଥିବା ତଦନ୍ତକାରୀମାନେ ସନ୍ଦେହ କରୁଛନ୍ତି।
ଗତ ଦୁଇ ବର୍ଷ ମଧ୍ୟରେ ଦକ୍ଷିଣ ଆଫ୍ରିକାର ଦୁର୍ଗମ ଫାର୍ମଗୁଡ଼ିକରୁ ଏଭଳି ଅନେକ ବଡ଼ ମେଥ୍ ଲ୍ୟାବ୍ ଠାବ ହୋଇଛି। ଏଥିରୁ ଅନେକ ମାମଲାରେ ମେକ୍ସିକୋ ନାଗରିକଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି।
ଚଳିତ ବର୍ଷ ମେ’ ମାସରେ ଜୋହାନ୍ସବର୍ଗର ଉତ୍ତର-ପଶ୍ଚିମ ଅଞ୍ଚଳର ଏକ ଦୁର୍ଗମ ଫାର୍ମରୁ ପ୍ରାୟ ୬ ନିୟୁତ ଡଲାର ମୂଲ୍ୟର ଏକ ସନ୍ଦିଗ୍ଧ ଡ୍ରଗ୍ ଲ୍ୟାବ୍ ଠାବ ହୋଇଥିଲା। ଏହି ଘଟଣାରେ ୪ ଜଣ ମେକ୍ସିକୋ ନାଗରିକଙ୍କ ସମେତ ୧୧ ଜଣଙ୍କୁ ଗିରଫ କରାଯାଇଥିଲା।
୨୦୨୪ ସେପ୍ଟେମ୍ବରରେ ଦେଶର ପୂର୍ବ ଭାଗର ଏକ ଫାର୍ମରୁ ପ୍ରାୟ ୨୦ ନିୟୁତ ଡଲାର ମୂଲ୍ୟର କ୍ରିଷ୍ଟାଲ୍ ମେଥ୍ ସହ ଏକ ଲ୍ୟାବ୍ ଠାବ ହୋଇଥିଲା। ଏହି ଘଟଣାରେ ୫ ଜଣ ମେକ୍ସିକୋ ନାଗରିକ ଗିରଫ ହୋଇଥିଲେ।
ସେହିପରି ୨୦୨୪ ଜୁଲାଇରେ ଲିମ୍ପୋପୋ ପ୍ରଦେଶର ଏକ ଦୁର୍ଗମ ଫାର୍ମରେ ଚଢ଼ାଉ ବେଳେ ୩ ଜଣ ମେକ୍ସିକୋ ନାଗରିକଙ୍କ ସମେତ ଅନେକଙ୍କୁ ଗିରଫ କରାଯାଇଥିଲା। ସେଠାରୁ ପ୍ରାୟ ୧୦୮ ନିୟୁତ ଡଲାର ମୂଲ୍ୟର ଡ୍ରଗ୍ସ ଓ କ୍ରିଷ୍ଟାଲ୍ ମେଥ୍ ଲ୍ୟାବ୍ ଠାବ ହୋଇଥିଲା।
ମୁସିନା ଫାର୍ମ ମାମଲାରେ ଗିରଫ ୫ ଅଭିଯୁକ୍ତ ସୋମବାର କୋର୍ଟରେ ହାଜର ହେବେ। ସେମାନଙ୍କ ବିରୋଧରେ ଅବୈଧ ନିଶାଦ୍ରବ୍ୟ ଉତ୍ପାଦନ ଓ ରଖିବା ଅଭିଯୋଗ ଲଗାଯାଇଛି।
୨୦୨୨ର Global State of Harm Reduction ରିପୋର୍ଟ ଅନୁସାରେ, ଦକ୍ଷିଣ ଆଫ୍ରିକା ବିଶ୍ୱର ବଡ଼ କ୍ରିଷ୍ଟାଲ୍ ମେଥ୍ ବ୍ୟବହାରକାରୀ ବଜାର ମଧ୍ୟରୁ ଅନ୍ୟତମ। ଜାତିସଂଘ ଅନୁସାରେ, ଦେଶର ଭୌଗୋଳିକ ସ୍ଥିତି ଓ ଅନେକ ସ୍ଥାନରେ ସୀମା ନିରୀକ୍ଷଣର ଦୁର୍ବଳତା ଯୋଗୁଁ ଏହା ଅବୈଧ ନିଶାଦ୍ରବ୍ୟ ପରିବହନର ଏକ ପ୍ରମୁଖ ଟ୍ରାଞ୍ଜିଟ୍ ପଏଣ୍ଟ ହୋଇପାରିଛି।
ଆଫ୍ରିକାର ଅନ୍ୟ ଦେଶରେ ମଧ୍ୟ ଅବୈଧ ଡ୍ରଗ୍ ଲ୍ୟାବ୍ ଠାବ ହୋଇଛି। ଚଳିତ ବର୍ଷ ମେ’ରେ ନାଇଜେରିଆର ଡ୍ରଗ୍ ନିୟନ୍ତ୍ରଣ ଏଜେନ୍ସି ଏକ ବଡ଼ ନାଇଜେରିଆ-ମେକ୍ସିକୋ ମେଥାମ୍ଫେଟାମାଇନ୍ ଉତ୍ପାଦନ ନେଟୱର୍କକୁ ଧ୍ୱଂସ କରିଥିବା ଦାବି କରିଥିଲା। ଏକ ଘନ ଜଙ୍ଗଲ ଅଞ୍ଚଳରେ ଏହି ଲ୍ୟାବ୍ ଠାବ ହୋଇଥିଲା।
ଆମେରିକୀୟ ଆଫ୍ରିକା କମାଣ୍ଡ (Africom)ର କାଉଣ୍ଟର-ନାର୍କୋଟିକ୍ସ ଅଧିକାରୀଙ୍କ ଅନୁସାରେ, ୨୦୨୩ରୁ ଆଫ୍ରିକାର କେନିଆ, ମୋଜାମ୍ବିକ୍, ନାଇଜେରିଆ ଓ ଦକ୍ଷିଣ ଆଫ୍ରିକାରେ ମେକ୍ସିକୋ ନିୟନ୍ତ୍ରିତ ୧୪ଟି ଲ୍ୟାବ୍ରେ ଚଢ଼ାଉ ହୋଇଛି।
ବିଶେଷଜ୍ଞମାନଙ୍କ ମତରେ, ଏହାରୁ ମେକ୍ସିକୋର ଅପରାଧୀ ଗ୍ୟାଙ୍ଗ୍ଗୁଡ଼ିକ ଆଫ୍ରିକାକୁ କେବଳ ନିଶାଦ୍ରବ୍ୟ ପରିବହନର ରାସ୍ତା ଭାବେ ନୁହେଁ, ବରଂ ଡ୍ରଗ୍ ଉତ୍ପାଦନର ଏକ କେନ୍ଦ୍ର ଭାବେ ମଧ୍ୟ ଅଧିକ ବ୍ୟବହାର କରୁଥିବା ସଙ୍କେତ ମିଳୁଛି।
ସୁନା ଓ ରୁପା ଦର ପୁଣି ଥରେ ଚର୍ଚ୍ଚାରେ। ଚଳିତ ସପ୍ତାହରେ ଉ...
ନୂଆଦିଲ୍ଲୀ: ଟାଟା ସନ୍ସର ପରବର୍ତ୍ତୀ ଅଧ୍ୟକ୍ଷ ଚୟନ ପ୍ରକ୍ର...
ଭୁବନେଶ୍ୱର: ଖାଲି ପଡ଼ିଥିବା ଶିକ୍ଷକ ପଦବୀରେ ତୁରନ୍ତ ନିଯୁ...
ଲଗାତାର କ୍ଷତିର ଧାରା ପରେ ଶୁକ୍ରବାର ଭାରତୀୟ ଶେୟର ବଜାରର...
ସରକାରୀ ଚାକିରିର ସ୍ଥିରତା ଛାଡ଼ି ନିଜ ପିଲାଦିନର ସ୍ୱପ୍ନ ପ...
ନୂଆଦିଲ୍ଲୀ:ଭାରତୀୟ ବାୟୁସେନା (IAF) ନିଜର ପରିବହନ ବିମାନ...
ଭାରତ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଦୌଡ଼ରେ ପଛରେ ପଡ...
୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଓଡ଼ିଶାରେ ସ୍ନାତକୋତ୍ତର (PG)...
ମୟୂରଭଞ୍ଜ: ଭୀଷଣ ବର୍ଷାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲ...