ପଶ୍ଚିମ ଏସିଆରେ ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ସଂଘର୍ଷ ନୂଆ ମୋଡ଼ ନେଇଛି। ଆମେରିକା ପକ୍ଷରୁ ଇରାନର ଏକାଧିକ ସାମରିକ ସ୍ଥାପନା ଉପରେ ଆକ୍ରମଣ କରାଯାଇଥିବା ଖବର ମିଳିଛି। ଇରାକରେ ତିନିଜଣ ଆମେରିକୀୟ ସୈନ୍ୟଙ୍କ ମୃତ୍ୟୁ ପରେ ଆମେରିକା ପ୍ରତିଶୋଧମୂଳକ ପଦକ୍ଷେପ ନେଇଥିବା ଦାବି କରିଛି।
ଏହି ପରିସ୍ଥିତିରେ ବିଶ୍ୱର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତୈଳ ପରିବହନ ମାର୍ଗ ହର୍ମୁଜ୍ ପ୍ରଣାଳୀରେ ମଧ୍ୟ ସଙ୍କଟ ଦେଖାଦେଇଛି। ଓମାନର କୁମଜାର ଉପକୂଳରୁ ପ୍ରାୟ ୮ ନଟିକାଲ୍ ମାଇଲ୍ ଉତ୍ତର-ପଶ୍ଚିମରେ ଥିବା ଏକ ତେଲ ଟ୍ୟାଙ୍କର୍ରେ ବିସ୍ଫୋରଣ ଘଟି ନିଆଁ ଲାଗିଥିବା ସୂଚନା ମିଳିଛି।
ଇରାନର ଇସଲାମିକ୍ ରିଭଲ୍ୟୁସନାରି ଗାର୍ଡ କର୍ପସ୍ (ଆଇଆରଜିସି) ଦାବି କରିଛି ଯେ, ଦକ୍ଷିଣ ହର୍ମୁଜ୍ ପ୍ରଣାଳୀରେ ସମୁଦ୍ର ମାଇନ୍ ବିସ୍ଫୋରଣ ଯୋଗୁଁ ଦୁଇଟି ତେଲ ଟ୍ୟାଙ୍କର୍ କ୍ଷତିଗ୍ରସ୍ତ ହୋଇଛି। ସେହି ଟ୍ୟାଙ୍କର୍ଗୁଡ଼ିକ ହର୍ମୁଜ୍ ପ୍ରଣାଳୀ ଦେଇ ଯାତ୍ରା କରୁଥିବା ବେଳେ ଏହି ଘଟଣା ଘଟିଥିବା କୁହାଯାଇଛି।
ଆଇଆରଜିସି ପକ୍ଷରୁ କୁହାଯାଇଛି ଯେ, ଯେପର୍ଯ୍ୟନ୍ତ ଆମେରିକାର ସାମରିକ ଆକ୍ରମଣ ଜାରି ରହିବ, ସେପର୍ଯ୍ୟନ୍ତ ହର୍ମୁଜ୍ ପ୍ରଣାଳୀ ସୁରକ୍ଷିତ ରହିବ ନାହିଁ। ଏହାସହ ହର୍ମୁଜ୍ ଜଳପଥ ଦେଇ ତେଲ, ଗ୍ୟାସ୍ ଓ ପେଟ୍ରୋକେମିକାଲ୍ ସାମଗ୍ରୀ ପରିବହନକୁ ଅନୁମତି ଦିଆଯିବ ନାହିଁ ବୋଲି କଡ଼ା ଚେତାବନୀ ଦିଆଯାଇଛି।
ହର୍ମୁଜ୍ ପ୍ରଣାଳୀ ବିଶ୍ୱର ଅନ୍ୟତମ ବ୍ୟସ୍ତ ତୈଳ ପରିବହନ ମାର୍ଗ ହୋଇଥିବାରୁ ଏଠାରେ ଅସ୍ଥିରତା ସୃଷ୍ଟି ହେଲେ ବିଶ୍ୱ ବଜାରରେ ତେଲ ଯୋଗାଣ ଓ ମୂଲ୍ୟ ଉପରେ ବଡ଼ ପ୍ରଭାବ ପଡ଼ିପାରେ।
ଶୁକ୍ରବାର, ନଭେମ୍ବର ୬ ତାରିଖରେ ଭାରତୀୟ ସେୟାର ବଜାରରେ କେ...
ଦେଶରେ ଘର ବିକ୍ରି ବଢ଼ିଲା ୧୨%, ରିଅଲ୍ ଇଷ୍ଟେଟ୍ ବଜାରରେ ନ...
ଭାରତର ମହାନ ସଙ୍ଗୀତଜ୍ଞ, ଗାୟକ, କବି ଓ ଚଳଚ୍ଚିତ୍ର ନିର୍ମା...
ଜମ୍ମୁ-କଶ୍ମୀରର ରାଜନୀତିରେ ଏବେ ହଟଚମଟ। ଶାସକ ନ୍ୟାସନାଲ କ...
Joint CSIR-UGC NET December 2026 ପରୀକ୍ଷାକୁ ନେଇ ଆଶା...
ଆଦିବାସୀ ସମ୍ପ୍ରଦାୟର ସମସ୍ୟା ଓ ଅଭିଯୋଗର ସମାଧାନ ପାଇଁ ଜମ...
MBA ପଢ଼ିବାକୁ ଆଶା ରଖିଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଅ...
ବିରୋଧୀ ଦଳଗୁଡ଼ିକର INDIA ମେଣ୍ଟକୁ ନେଇ ବଡ଼ ବୟାନ ଦେଇଛନ୍...