ଜୁଲାଇ ୯ରେ ହୀରାକୁଦ ଡ୍ୟାମରୁ ଚଳିତ ଋତୁର ପ୍ରଥମ ବନ୍ୟାଜଳ ନିଷ୍କାସନ, ତଳିଆ ଅଞ୍ଚଳ ପାଇଁ ସତର୍କତା ଜାରି

ଲଗାଣ ବର୍ଷା ଏବଂ ଉପରମୁଣ୍ଡରୁ ବଢ଼ୁଥିବା ଜଳପ୍ରବାହ ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଜୁଲାଇ ୯ ତାରିଖ ସକାଳ ୧୧ଟାରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଡ୍ୟାମରୁ ଛଡ଼ାଯିବ। ତଳିଆ ଅଞ୍ଚଳବାସୀଙ୍କୁ ସତର୍କ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି।
Hirakud Dam to release the season's first floodwater on July 9 due to rising reservoir levels.
Hirakud Dam to release the season's first floodwater on July 9 due to rising reservoir levels.

ଓଡ଼ିଶାରେ ଲଗାଣ ବର୍ଷା ଏବଂ ଛତିଶଗଡ଼ର ଉପରମୁଣ୍ଡ ଅଞ୍ଚଳରୁ ବଢ଼ୁଥିବା ଜଳପ୍ରବାହ ଯୋଗୁଁ ସମ୍ବଲପୁରସ୍ଥିତ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଜୁଲାଇ ୯ ତାରିଖ ସକାଳ ୧୧ଟାରେ ଚଳିତ ଋତୁର ପ୍ରଥମ ବନ୍ୟାଜଳ ଡ୍ୟାମରୁ ନିଷ୍କାସନ କରାଯିବ।

ସରକାରୀ ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର୬୦୬.୧୨ ଫୁଟ୍ରହିଥିଲା। ବର୍ତ୍ତମାନ ଉପରମୁଣ୍ଡରୁ ପ୍ରତି ସେକେଣ୍ଡରେ ପ୍ରାୟ୧,୭୯,୮୧୨ କ୍ୟୁସେକ୍ଜଳ ପ୍ରବେଶ କରୁଥିବା ବେଳେ ପ୍ରାୟ୧୯,୮୯୮ କ୍ୟୁସେକ୍ଜଳ ତଳମୁଣ୍ଡକୁ ଛଡ଼ାଯାଉଛି।

ଡ୍ୟାମର ଗେଟ୍ ଖୋଲିବା ପୂର୍ବରୁ ସମ୍ବଲପୁର ଜିଲ୍ଲା ପ୍ରଶାସନ ଓ ହୀରାକୁଦ କର୍ତ୍ତୃପକ୍ଷ ତଳିଆ ଅଞ୍ଚଳରେ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି। ମାଇକିଂ ଏବଂ ସଚେତନତା ଗାଡ଼ି ମାଧ୍ୟମରେ ଲୋକଙ୍କୁ ମହାନଦୀକୁ ନଯିବା, ନଦୀପଠାରେ ଗୋରୁ ଚରାଇବାରୁ ବିରତ ରହିବା ଏବଂ ନଦୀଠାରୁ ସୁରକ୍ଷିତ ଦୂରତା ବଜାୟ ରଖିବାକୁ ପରାମର୍ଶ ଦିଆଯାଉଛି।

ବୁର୍ଲା, ହୀରାକୁଦ, ସମ୍ବଲପୁର ସମେତ ମହାନଦୀର ତଳିଆ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମକୁ ଜୋରଦାର କରାଯାଇଛି।

ଏପଟେ ପଡ଼ୋଶୀ ଛତିଶଗଡ଼ର କଲମା ବ୍ୟାରେଜରୁ ଜଳ ନିଷ୍କାସନ ବଢ଼ାଯାଇଛି। ସୋମବାର ପର୍ଯ୍ୟନ୍ତ ୧୪ଟି ଗେଟ୍ ଖୋଲା ଥିବା ବେଳେ ମଙ୍ଗଳବାର ଆଉ ୧୩ଟି ଗେଟ୍ ଖୋଲାଯାଇ ମୋଟ ୨୭ଟି ଗେଟ୍ ଦେଇ ବନ୍ୟାଜଳ ଛଡ଼ାଯାଉଛି। ଏହା ହୀରାକୁଦ ଜଳଭଣ୍ଡାରକୁ ଆସୁଥିବା ଜଳପ୍ରବାହକୁ ଆହୁରି ବଢ଼ାଇଛି।

ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଥିବା ବେଳେ ମହାନଦୀ କୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ସରକାରୀ ସୁରକ୍ଷା ପରାମର୍ଶ ପାଳନ କରିବାକୁ ଅନୁରୋଧ କରାଯାଇଛି।

LIVE TV
LIVE
Latest News
IPL ୨୦୨୭ ପୂର୍ବରୁ CSK-SRH ମଧ୍ୟରେ ବଡ଼ ଟ୍ରେଡ୍! ଚେନ୍ନାଇକୁ ଲିଭିଂଷ୍ଟୋନ୍ ଓ ଜ୍ୟାକ୍ ଏଡୱାର୍ଡସ୍, ହାଇଦ୍ରାବାଦକୁ ଖଲିଲ୍ ଓ ନାଥନ୍ ଏଲିସ୍

IPL ୨୦୨୭ ପୂର୍ବରୁ CSK-SRH ମଧ୍ୟରେ ବଡ଼...

ନୂଆଦିଲ୍ଲୀ: IPL ୨୦୨୭ ପାଇଁ ଦଳ ଗଠନ ପ୍ରକ୍ରିୟା ଆରମ୍ଭ ହେ...

ବ୍ରଶ୍ କରୁଥିବା ବେଳେ ଟୁଥ୍‌ବ୍ରଶ୍ ଗିଳିଦେଲେ ବ୍ୟକ୍ତି! ଅସ୍ତ୍ରୋପଚାର ବିନା ୩୦ ମିନିଟ୍‌ରେ ବାହାର କଲେ ଡାକ୍ତର

ବ୍ରଶ୍ କରୁଥିବା ବେଳେ ଟୁଥ୍‌ବ୍ରଶ୍ ଗିଳିଦେଲେ ବ୍ୟକ୍ତି!...

ସକାଳୁ ଦାନ୍ତ ଘଷିବା ବେଳେ ଅସାବଧାନତା ଯୋଗୁଁ ଜଣେ ବ୍ୟକ୍ତି...

୨୦୨୭ରେ  ଆସିବ ଭାରତର ପ୍ରଥମ ଡେଙ୍ଗୁ ଟିକା! Qdengaକୁ ନେଇ ଆଶା ସହ ବଢ଼ିଲା ଚିନ୍ତା

୨୦୨୭ରେ ଆସିବ ଭାରତର ପ୍ରଥମ ଡେଙ୍ଗୁ ଟିକା!...

ଭାରତରେ ଡେଙ୍ଗୁ ରୋଗର ମୁକାବିଲା ପାଇଁ ଏକ ନୂଆ ଆଶା ସୃଷ୍ଟି...

ବିଦେଶୀ ନାଗରିକଙ୍କ ପାଇଁ ପାସପୋର୍ଟ-ଭିସା ନିୟମ କୋହଳ କଲେ କେନ୍ଦ୍ର! ପାକିସ୍ତାନୀ, ଶରଣାର୍ଥୀ ଓ ତିବ୍ବତୀୟଙ୍କୁ ମିଳିବ ଆଶ୍ୱସ୍ତି

ବିଦେଶୀ ନାଗରିକଙ୍କ ପାଇଁ ପାସପୋର୍ଟ-ଭିସା ନିୟମ କୋହଳ...

ଭାରତରେ ରହୁଥିବା କିଛି ବର୍ଗର ବିଦେଶୀ ନାଗରିକଙ୍କୁ ବଡ଼ ଆଶ...

କେବଳ ରୋଗ ହେଲେ ନୁହେଁ, ସୁସ୍ଥ ରହିବା ପାଇଁ ମଧ୍ୟ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ

କେବଳ ରୋଗ ହେଲେ ନୁହେଁ, ସୁସ୍ଥ ରହିବା...

ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଲୋକ ଅସୁସ୍ଥ ହେଲେ ହିଁ ଡାକ...

ୟୁରୋପରେ ବିମାନକୁ ବୋମା ଧମକ! ଏକାଧିକ ବିମାନର ଜରୁରୀ ଅବତରଣ, ତଦନ୍ତ ଜାରି

ୟୁରୋପରେ ବିମାନକୁ ବୋମା ଧମକ! ଏକାଧିକ ବିମାନର...

ୟୁରୋପ: ୟୁରୋପରେ ବିମାନ ଯାତ୍ରାକୁ ନେଇ ଦେଖାଦେଇଛି ଆତଙ୍କ।...

ଇରାକ୍ ଆକାଶମାର୍ଗ ଖୋଲିବାରୁ ଯାତ୍ରୀଙ୍କୁ ଆଶ୍ୱସ୍ତି! ଦିଲ୍ଲୀ-ମୁମ୍ବାଇରୁ ଆମେରିକା ଯାତ୍ରା ସମୟ ୩ ଘଣ୍ଟା କମିଲା

ଇରାକ୍ ଆକାଶମାର୍ଗ ଖୋଲିବାରୁ ଯାତ୍ରୀଙ୍କୁ ଆଶ୍ୱସ୍ତି! ଦିଲ୍ଲୀ-ମୁମ୍ବାଇରୁ...

ଆମେରିକା ଯାତ୍ରା କରୁଥିବା ଭାରତୀୟ ବିମାନ ଯାତ୍ରୀଙ୍କ ପାଇଁ...

୧୧୪ ପଦକ ଜିତି ଇତିହାସ ରଚିଲେ ପାରା ଆଥଲେଟ୍, ଖେଳାଳିଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ମୋଦୀ

୧୧୪ ପଦକ ଜିତି ଇତିହାସ ରଚିଲେ ପାରା...

ନୂଆଦିଲ୍ଲୀ: ଏସିଆନ୍ ପାରା ଗେମ୍ସ ୨୦୨୬ରେ ଭାରତୀୟ ଖେଳାଳିମ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+