ପ୍ରାୟ ଦୁଇ ଦଶନ୍ଧି ଧରି ଗାଜା ଷ୍ଟ୍ରିପର ବେସାମରିକ ପ୍ରଶାସନିକ ଦାୟିତ୍ୱ ସମ୍ଭାଳୁଥିବା ହମାସ ଏକ ବଡ଼ ରାଜନୈତିକ ପଦକ୍ଷେପ ନେଇଛି। ସଂଗଠନ ନିଜର ବେସାମରିକ ଶାସନ ବ୍ୟବସ୍ଥାକୁ ଭଙ୍ଗ କରି ଏକ ବୈଷୟିକ (ଟେକ୍ନୋକ୍ରାଟିକ୍) ପ୍ରଶାସନିକ କମିଟିକୁ ଦାୟିତ୍ୱ ହସ୍ତାନ୍ତର କରିବାକୁ ଘୋଷଣା କରିଛି।
ଆମେରିକାର ମଧ୍ୟସ୍ଥତାରେ ଗତ ଅକ୍ଟୋବରରେ ଇସ୍ରାଏଲ ସହ ହୋଇଥିବା ଅସ୍ତ୍ରବିରତି ଚୁକ୍ତି ପରଠାରୁ ହମାସ ବେସାମରିକ ପ୍ରଶାସନରୁ ଦୂରେଇ ରହିବାର ସଙ୍କେତ ଦେଇଆସୁଥିଲା। ବର୍ତ୍ତମାନର ଏହି ନିଷ୍ପତ୍ତି ପରେ ଗାଜାରେ ନୂତନ ପ୍ରଶାସନିକ ବ୍ୟବସ୍ଥା ଗଠନର ପଥ ପ୍ରଶସ୍ତ ହୋଇଛି। ତେବେ ହମାସର ନିରସ୍ତ୍ରୀକରଣ ପ୍ରସଙ୍ଗ ଏବେ ମଧ୍ୟ ଅମୀମାଂସିତ ରହିଛି।
ଗାଜା ସରକାରୀ ଗଣମାଧ୍ୟମ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତିରେ ଜରୁରୀକାଳୀନ କମିଟିର ମୁଖ୍ୟମହମ୍ମଦ ଅଲ-ଫାରାନିଜ ପଦରୁ ଇସ୍ତଫା ଦେଇଥିବା ସହ କମିଟିକୁ ଭଙ୍ଗ କରାଯାଇଥିବା ସୂଚନା ଦିଆଯାଇଛି। ଏହାଦ୍ୱାରା ନୂତନ ପ୍ରଶାସନିକ ଢାଞ୍ଚା ଗଠନ ସହଜ ହେବ ବୋଲି କୁହାଯାଇଛି।
ଏହି ପଦକ୍ଷେପ ପରେ ଗାଜାର ବେସାମରିକ ପ୍ରଶାସନିକ ଦାୟିତ୍ୱ'ନ୍ୟାସନାଲ କମିଟି ଫର ଦି ଆଡମିନିଷ୍ଟ୍ରେସନ ଅଫ ଗାଜା (NCAG)'ହାତକୁ ଯିବ। ଆମେରିକା ସମର୍ଥିତ ଯୋଜନା ଅନୁଯାୟୀ ଏହି କମିଟି ଗାଜାର ବେସାମରିକ ପ୍ରଶାସନର ତଦାରଖ କରିବ।
ହମାସର ପ୍ରବକ୍ତାହାଜେମ କାସେମକହିଛନ୍ତି ଯେ, ଗାଜା ଉପରେ ଇସ୍ରାଏଲର ସାମରିକ ଅଭିଯାନ ପାଇଁ ଦିଆଯାଉଥିବା ବାହାନାକୁ ଦୂର କରିବା ଏବଂ ନୂତନ ପ୍ରଶାସନିକ ବ୍ୟବସ୍ଥାକୁ ସୁଗମ କରିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି। ସେ କହିଛନ୍ତି ଯେ, ଖୁବଶୀଘ୍ର ନୂତନ କମିଟି କାର୍ଯ୍ୟଭାର ଗ୍ରହଣ କରିବ।
ଅନ୍ୟପଟେ,NCAGର ମୁଖ୍ୟଅଲ୍ଲୀ ଶାଥଏହି ନିଷ୍ପତ୍ତିକୁ ସ୍ୱାଗତ କରି କହିଛନ୍ତି ଯେ, ଆବଶ୍ୟକ ସମ୍ବଳ ଉପଲବ୍ଧ ହେବା ମାତ୍ରେ କମିଟି ଦାୟିତ୍ୱ ଗ୍ରହଣ ପାଇଁ ପ୍ରସ୍ତୁତ ରହିଛି।
ଏହି ଘଟଣା ଉପରେ ନଜର ରଖୁଥିବାବୋର୍ଡ ଅଫ୍ ପିସ୍ ଫର ଗାଜାର ଉଚ୍ଚ ପ୍ରତିନିଧିନିକୋଲାୟ ମ୍ଲାଡେନୋଭଏହାକୁ ଶାନ୍ତି ପ୍ରକ୍ରିୟା ଦିଗରେ ଏକ ସକାରାତ୍ମକ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି।
ତେବେ ଇସ୍ରାଏଲ କହିଛି ଯେ, କୌଣସି ପରିସ୍ଥିତିରେ ହମାସକୁ ପୁଣି ଗାଜାର ଶାସନ ଚଳାଇବାକୁ ଦିଆଯିବ ନାହିଁ। ସେହିପରି ବର୍ତ୍ତମାନ ସମୟରେ ୱେଷ୍ଟ ବ୍ୟାଙ୍କରେ ଶାସନ କରୁଥିବା ପାଲେଷ୍ଟାଇନ ଅଥରିଟିଙ୍କୁ ମଧ୍ୟ ଗାଜାର ପ୍ରଶାସନିକ ଦାୟିତ୍ୱ ହସ୍ତାନ୍ତର କରାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।
କଟକ: ବରିଷ୍ଠ ଆଇପିଏସ୍ ଅଧିକାରୀ ସୁଶାନ୍ତ କୁମାର ନାଥଙ୍କ ଅ...
ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଲୋକ ଅସୁସ୍ଥ ହେଲେ ହିଁ ଡାକ...
ଭୁବନେଶ୍ୱର:ଦିନରେ ପୁଲିସ ଡ୍ରାଇଭର, ଆଉ ସନ୍ଧ୍ୟା ହେଲେ ଚେନ...
ଦେଶରେ ବଢ଼ୁଥିବା ତାପମାତ୍ରା ଏବେ କେବଳ ସାଧାରଣ ଜନଜୀବନକୁ...
ଭାରତରେ ଡେଙ୍ଗୁ ରୋଗର ମୁକାବିଲା ପାଇଁ ଏକ ନୂଆ ଆଶା ସୃଷ୍ଟି...
ସକାଳୁ ଦାନ୍ତ ଘଷିବା ବେଳେ ଅସାବଧାନତା ଯୋଗୁଁ ଜଣେ ବ୍ୟକ୍ତି...
ଦୀପାବଳି ଅବସରରେ ନିଜ ଜନ୍ମମାଟି କେନ୍ଦୁଝରକୁ ବଡ଼ ଉପହାର ଦ...
ବାସୁଦେବପୁର, ୬/୧୧: ଧନତେରସକୁ ନେଇ ସାରା ଦେଶରେ ଉତ୍ସବର ମ...