ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ଗୁହିରାଘାଟ ଗାଁରେ ଗୁଳିକାଣ୍ଡ ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଏହି ଘଟଣାରେ ତରଭା ପୋଲିସ ୪ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଗତ ୧୬ ତାରିଖ ଅପରାହ୍ଣରେ କିଛି ଯୁବକ ଗୁହିରାଘାଟ ଗ୍ରାମର ସୁରଦୀପ ସାହୁଙ୍କୁ ଗୁଳି କରିଥିଲେ। ଗୁଳିମାଡ଼ରେ ସୁରଦୀପ ଗୁରୁତର ଆହତ ହୋଇଥିଲେ। ପ୍ରଥମେ ତାଙ୍କୁ କଣ୍ଟାମାଳ ଏବଂ ପରେ ବଲାଙ୍ଗୀରର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ତାଙ୍କ ପେଟରୁ ଗୁଳି ବାହାର କରାଯାଇଥିବା ବେଳେ ସେ ବର୍ତ୍ତମାନ ଭୀମଭୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।
ଘଟଣା ସମ୍ପର୍କରେ ମିଳିଥିବା ସୂଚନା ଅନୁସାରେ, ସନ୍ଧ୍ୟା ସମୟରେ କଣ୍ଟାମାଳ ଅଞ୍ଚଳର ଜଣେ ଯୁବକଙ୍କୁ ୩ଟି ବାଇକରେ ଆସିଥିବା ୯ ଜଣ ଯୁବକ ଗୁଞ୍ଜିମୁଣ୍ଡା ଅଞ୍ଚଳରୁ ପିଛା କରୁଥିଲେ। ଭୟରେ ଯୁବକ ଜଣକ ଗୁହିରାଘାଟର ଏକ ଘର ଭିତରକୁ ପଶିଯାଇଥିଲେ। ତାଙ୍କୁ ପିଛା କରୁଥିବା ଯୁବକମାନେ ମଧ୍ୟ ଘର ଭିତରକୁ ପଶିଥିଲେ।
ଏହା ଦେଖି ଗ୍ରାମବାସୀ ସେଠାରେ ପହଞ୍ଚି ଘଟଣା ସମ୍ପର୍କରେ ପଚରାଉଚରା କରିଥିଲେ। ଏହି ସମୟରେ ଦୁର୍ବୃତ୍ତମାନଙ୍କ ମଧ୍ୟରୁ ଜଣେ ଗୁଳି ଚଳାଇଥିଲା। ଗୁଳିଟି ଗୁହିରାଘାଟର ସୁରଦୀପ ସାହୁଙ୍କ ବାମପଟ ପେଟରେ ବାଜିଥିଲା।
ଖବର ପାଇ ତରଭା ପୋଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିଲା। ଘଟଣାରେ ସନ୍ଦେହରେ ୪ ଜଣ ଯୁବକଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।
ତେବେ ଘଟଣାର ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ଥିବା ବେଳେ, ତାଙ୍କୁ ଧରିବା ସହ ଗୁଳିକାଣ୍ଡ ପଛର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସର ତଦନ୍ତ ଜାରି ରହିଛି।
ନୂଆଦିଲ୍ଲୀ:ଜନଗଣନା ୨୦୨୭ ପାଇଁ କେନ୍ଦ୍ର ସରକାର ପ୍ରଶ୍ନପତ୍...
ଡାର୍ୱିନ୍:ଅଷ୍ଟ୍ରେଲିଆ ମାଟିରେ ଐତିହାସିକ ଟେଷ୍ଟ ବିଜୟ ହାସ...
ଓଡ଼ିଶାର ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ବୀମା ସୁବିଧାକୁ ନେ...
ଭୁବନେଶ୍ୱର:ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ...
୦୦ ଦିନିଆ ଟିବି ମୁକ୍ତ ଭାରତ ଅଭିଯାନର ସଫଳତା ଓ ଆଗାମୀ ରଣନ...
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ ପାଇଁ ୨୦୨୬ ବିଶ୍ୱ ଚାମ୍...
ଭାରତୀୟ କ୍ରିକେଟ୍‌ର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଟ...
ଓଡ଼ିଶାରେ କ୍ୟାନ୍ସର ରୋଗୀଙ୍କ ପାଇଁ ଚିକିତ୍ସା ସୁବିଧାକୁ ଆ...
ଭାରତୀୟ ମହିଳା ହକି ଦଳର ମୁଖ୍ୟ କୋଚ୍ ସ୍ଜୋର୍ଡ ମାରିଜନେ ଚୀ...
ଓଡ଼ିଶାରେ ପୁଣି ଥରେ ବର୍ଷାର ପ୍ରକୋପ ବଢ଼ିବାକୁ ଯାଉଛି। ଭା...
ଓଡ଼ିଶା ଉପରେ ପୁଣି ବର୍ଷା ବିପଦ। ବଙ୍ଗୋପସାଗରରେ ସୃଷ୍ଟ ଲଘ...
ଇଣ୍ଡୋନେସିଆର ଫ୍ଲୋରେସ୍‌ ଦ୍ୱୀପରେ ଶନିବାର ସକାଳେ ଘଟ...