ବିଶ୍ୱପ୍ରସିଦ୍ଧଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରାପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର ପୁରୀ। ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପାଇଁ ପ୍ରଶାସନ ଓ ବିଭିନ୍ନ ସଂସ୍ଥା ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଜରୁରୀକାଳୀନ ଚିକିତ୍ସାକୁ ସର୍ବାଧିକ ପ୍ରାଥମିକତା ଦେଇ ବଡ଼ଦାଣ୍ଡରେସ୍ୱତନ୍ତ୍ର ‘ଗ୍ରୀନ କରିଡର’ ବା ଆମ୍ବୁଲାନ୍ସ କରିଡରବ୍ୟବସ୍ଥା କରାଯାଇଛି। ଏହି କରିଡର ଜରିଆରେ ଅସୁସ୍ଥ କିମ୍ବା ଆହତ ଶ୍ରଦ୍ଧାଳୁଙ୍କୁ ଦ୍ରୁତ ଗତିରେ ନିକଟସ୍ଥ ଚିକିତ୍ସା କେନ୍ଦ୍ର କିମ୍ବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପହଞ୍ଚାଇବା ସମ୍ଭବ ହେବ।
ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ ସାଧାରଣ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହୁଥିବାରୁ ଜରୁରୀ ପରିସ୍ଥିତିରେ ଆମ୍ବୁଲାନ୍ସ ଚଳାଚଳ ସୁନିଶ୍ଚିତ କରିବା ପାଇଁ ରାସ୍ତାର ଏକ ନିର୍ଦ୍ଦିଷ୍ଟ ପାର୍ଶ୍ୱକୁ ସବୁବେଳେ ଖାଲି ରଖାଯାଉଛି।
ଭିଡ଼ ନିୟନ୍ତ୍ରଣ କରି ଆମ୍ବୁଲାନ୍ସକୁ ବିନା ବାଧାରେ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁଶହ ଶହ ସ୍ୱେଚ୍ଛାସେବୀ ଏବଂ ସୁରକ୍ଷାକର୍ମୀନିୟୋଜିତ ହୋଇଛନ୍ତି। ଏହା ସହ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟ ଖୋଲାଯାଇଛି।
ଏହି ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେଡାକ୍ତର, ପାରାମେଡିକାଲ୍ କର୍ମଚାରୀ ଓ ଆମ୍ବୁଲାନ୍ସ ଚାଳକମାନେ୨୪ ଘଣ୍ଟା ସଜାଗ ରହି ଶ୍ରଦ୍ଧାଳୁଙ୍କୁ ଆବଶ୍ୟକ ଚିକିତ୍ସା ସେବା ଯୋଗାଇବେ।
ପ୍ରଶାସନ କହିଛି, ମହାପ୍ରଭୁଙ୍କ ଘୋଷଯାତ୍ରା ସମୟରେ ଯଦି କୌଣସି ଶ୍ରଦ୍ଧାଳୁ ଅସୁସ୍ଥ ହୁଅନ୍ତି କିମ୍ବା କୌଣସି ଜରୁରୀ ପରିସ୍ଥିତି ସୃଷ୍ଟି ହୁଏ, ତେବେ ଗ୍ରୀନ କରିଡର ମାଧ୍ୟମରେ ସେମାନଙ୍କୁ ସର୍ବନିମ୍ନ ସମୟ ମଧ୍ୟରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଜୀବନରକ୍ଷା ହିଁ ଏହି ବ୍ୟବସ୍ଥାର ମୂଳ ଉଦ୍ଦେଶ୍ୟ ବୋଲି ପ୍ରଶାସନ ସୂଚନା ଦେଇଛି।
ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...
ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...
ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...
ଅଲିମ୍ପିକ୍ ଲଙ୍ଗ୍ ଜମ୍ପ୍ ଚାମ୍ପିଅନ୍ତାରା ଡେଭିସ୍-ଉଡହଲ୍କା...
ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...
ଆଷ୍ଟନ୍ ଭିଲା ପାଇଁ ଚଳିତ ପ୍ରିମିୟର ଲିଗ୍ ସିଜନର ଆରମ୍ଭ ଆଶ...
ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...
ନ୍ୟୁୟର୍କ: ୟୁଏସ୍‌ ଓପନ୍‌ରେ ଭାରତୀୟ ଟେନିସ୍&z...
ନ୍ୟୁୟର୍କ: US Open 2026 ଦ୍ୱିତୀୟ ସପ୍ତାହରେ ପହଞ୍ଚିଛି।...