ବିଶ୍ୱ ବଜାରରେ ଦୁଇ ମାସର ତଳସ୍ତରକୁ ଖସିବା ପରେସୁନା ଦରରେ ପୁଣି ସୁଧାରଦେଖାଯାଇଛି। ଗୁରୁବାର ଡଲାର ଦରରେ ଦୁର୍ବଳତା ଆସିବା ପରେ ସୁନା ଉପରେ ଚାପ କିଛି ହ୍ରାସ ପାଇଛି। Reuters ରିପୋର୍ଟ ଅନୁଯାୟୀ, ସ୍ପଟ୍ ଗୋଲ୍ଡ ପ୍ରାୟ୦.୫% ବଢ଼ି ୪,୧୩୨.୬୬ ଡଲାର ପ୍ରତି ଆଉନ୍ସରେ ପହଞ୍ଚିଥିଲା। ଡିସେମ୍ବର ଡେଲିଭରି ପାଇଁ US Gold Futures ମଧ୍ୟ ୦.୪% ବଢ଼ି୪,୧୫୭.୬୦ ଡଲାରହୋଇଥିଲା।
ଏହାର ଠିକ୍ ପୂର୍ବ ଦିନ ବୁଧବାର ସୁନା ଦରଅଗଷ୍ଟ ୫ ପରଠାରୁ ସର୍ବନିମ୍ନ ସ୍ତରକୁ ଖସିଥିଲା। ଶକ୍ତିଶାଳୀ ଡଲାର ଏବଂ ଆମେରିକୀୟ Treasury yield ବୃଦ୍ଧି ସୁନା ଦର ଉପରେ ଚାପ ସୃଷ୍ଟି କରିଥିଲା।
ଡଲାର ଦୁର୍ବଳ ହେବାରୁ ଡଲାରରେ ମୂଲ୍ୟାୟିତ ସୁନା ଅନ୍ୟ ଦେଶର ନିବେଶକଙ୍କ ପାଇଁ ଅପେକ୍ଷାକୃତ ଶସ୍ତା ହୋଇଥାଏ। ଫଳରେ ସୁନାର ଚାହିଦା ବଢ଼ିବାର ସମ୍ଭାବନା ରହେ।
ବର୍ତ୍ତମାନ ନିବେଶକଙ୍କ ନଜରUS Federal Reserveର ସୁଧ ହାର ନୀତିଉପରେ ରହିଛି। Fedର ଅଧିକ ସୁଧ ହାର ସାଧାରଣତଃ ସୁନା ଭଳି କୌଣସି ସୁଧ ନଦେଉଥିବା ସମ୍ପତ୍ତିକୁ ଆକର୍ଷଣୀୟତାରେ ଚାପ ଦେଇଥାଏ। ବଜାରରେ ଚଳିତ ମାସରେ Fed rate hike ହେବାର ସମ୍ଭାବନା କମ୍ ଥିବାବେଳେ, ଡିସେମ୍ବରରେ ବୃଦ୍ଧି ହେବାର ଆଶା ଅଧିକ ରହିଛି।
ବିଶେଷଜ୍ଞଙ୍କ ମତରେ ସୁନାର ଅଲ୍ପକାଳୀନ outlook ଏବେ ବି ଚ୍ୟାଲେଞ୍ଜିଂ। ନିକଟ ଭବିଷ୍ୟତରେ ସୁନା ଆହୁରି ଉପରକୁ ଯିବା ପାଇଁ୪,୨୭୫ ଡଲାର ପ୍ରତି ଆଉନ୍ସ ସ୍ତର ଉପରେ ଦୃଢ଼ ଭାବରେ ଭାଙ୍ଗିବାଆବଶ୍ୟକ ବୋଲି Pepperstoneର ଗବେଷଣା ମୁଖ୍ୟ Chris Weston କହିଛନ୍ତି।
ଓଡ଼ିଶା ପ୍ରଶାସନିକ ସ୍ତରରେ ଆଉ ଏକ ଅଦଳବଦଳ ହୋଇଛି। ସାଧାରଣ...
ବିଶ୍ୱର ଅନ୍ୟତମ ଲୋକପ୍ରିୟ କାହାଣୀକାର ତଥା ବ୍ରିଟିଶ ଲେଖକ...
ଖଣି ଓ ଖଣିଜ ସମ୍ପଦକୁ ନେଇ ଲାଗୁ ହୋଇଥିବା ନୂଆ MMDR ବ୍ୟବସ...
ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀର ପ୍ରତ୍ୟାବର୍ତ୍ତନ ପ୍ରକ...
ଆସ୍ତାନା: ଭାରତ ଓ କାଜାଖସ୍ତାନ ନିଜ ଦ୍ୱିପାକ୍ଷିକ ସମ୍ପର୍କ...
ଆମେରିକାରେ ଉଚ୍ଚଶିକ୍ଷା ଶେଷ କରିବା ପରେ ସେଠାରେ ଚାକିରି କ...
ଆସାମରେ ମହଙ୍ଗା ହେଲା MBBS ପଢ଼ା, ପରିବାରର ବାର୍ଷିକ ଆୟ ଅ...
ଇସଲାମାବାଦ: ବଲୁଚିସ୍ତାନରେ ବଢୁଥିବା ସୁରକ୍ଷା ସଙ୍କଟ ମଧ୍ୟ...