ଗଣେଶ ପୂଜାକୁ ନେଇ କଟକରେ କମିଶନରେଟ୍ ପୋଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ଗୁରୁବାର କଟକର ଶହୀଦ ଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ପୋଲିସ ଅଧିକାରୀ, ପୂଜା କମିଟି ସଦସ୍ୟ, ଶାନ୍ତି କମିଟି ପ୍ରତିନିଧି ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଯୋଗ ଦେଇଥିଲେ।
ବୈଠକରେ ଗଣେଶ ପୂଜା ଆୟୋଜନ, ଭସାଣି ଶୋଭାଯାତ୍ରା ଏବଂ ଆଇନଶୃଙ୍ଖଳା ବ୍ୟବସ୍ଥା ନେଇ ଆଲୋଚନା ହୋଇଥିଲା।
ବୈଠକରେ ପୋଲିସ ସ୍ପଷ୍ଟ କରିଛି ଯେ ବଳପୂର୍ବକ ଚାନ୍ଦା ଆଦାୟକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ। ଏଭଳି ଘଟଣା ବିରୋଧରେ ପୋଲିସ ଜିରୋ ଟଲେରାନ୍ସ ନୀତି ଆପଣାଇବ। ପୂଜା କମିଟିଗୁଡ଼ିକୁ ମଧ୍ୟ ସମସ୍ତ ନିର୍ଦ୍ଧାରିତ ନିୟମ ପାଳନ କରିବାକୁ କୁହାଯାଇଛି।
କମିଶନର ଏସ୍ ଦେବଦତ୍ତ ସିଂହଙ୍କ ସୂଚନା ଅନୁସାରେ, ଗଣେଶ ପୂଜା ପାଇଁ ପ୍ରାୟ ୧୨୦୦ ଜଣ ଆୟୋଜକ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି। ପୂଜା ଓ ଭସାଣି କାର୍ଯ୍ୟକ୍ରମ ଯେପରି ଶାନ୍ତିପୂର୍ଣ୍ଣ ଭାବେ ଏବଂ କୌଣସି ଅପ୍ରୀତିକର ଘଟଣା ବିନା ସମ୍ପନ୍ନ ହୁଏ, ସେନେଇ ଆଲୋଚନା ହୋଇଛି।
ଗଣେଶ ପୂଜା ପାଇଁ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟାକୁ ଅଧିକ ସରଳ କରିବା ପାଇଁ ସିଙ୍ଗଲ୍-ୱିଣ୍ଡୋ ରେଜିଷ୍ଟ୍ରେସନ୍ ବ୍ୟବସ୍ଥା ବଢ଼ାଇବାକୁ ପୋଲିସ ଉଦ୍ୟମ କରୁଛି। ଭୁବନେଶ୍ୱରରେ ଏହି ବ୍ୟବସ୍ଥା ଭଲ ଭାବେ କାର୍ଯ୍ୟ କରୁଥିବାରୁ କଟକରେ ମଧ୍ୟ ଏହାକୁ ଲାଗୁ କରିବା ନେଇ ଉଦ୍ୟମ ହେଉଛି।
CMC ପକ୍ଷରୁ ମଧ୍ୟ ସିଙ୍ଗଲ୍-ୱିଣ୍ଡୋ ମାଧ୍ୟମରେ ରେଜିଷ୍ଟ୍ରେସନ୍ କରାଯିବ। ଅଗ୍ନିଶମ ବିଭାଗ ସହ ସମନ୍ୱୟ କରି ଆବଶ୍ୟକ ଅନୁମତି ବ୍ୟବସ୍ଥା କରାଯିବ ବୋଲି ପୋଲିସ କହିଛି।
ଗଣେଶ ପୂଜା ସମୟରେ ନିଶାଦ୍ରବ୍ୟ ଓ DJ ବ୍ୟବହାର ଉପରେ କଟକଣା ଲଗାଯାଇଛି। ଭସାଣି ଶୋଭାଯାତ୍ରା ପାଇଁ ଚାରିଟି ଟ୍ରଲି ଓ ଛଅଟି ବକ୍ସ ପାଇଁ ଅନୁମତି ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।
ବୈଠକରେ ବିକୃତ ଢଙ୍ଗର ଗଣେଶ ମୂର୍ତ୍ତି ନିର୍ମାଣ ଉପରେ ମଧ୍ୟ ଆପତ୍ତି ଉଠାଯାଇଛି। ଏଭଳି ମୂର୍ତ୍ତି ନିର୍ମାଣ କରୁଥିବା ପୂଜା କମିଟିକୁ ଅନୁମତି ଦିଆଯିବ ନାହିଁ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ଗଣେଶ ପୂଜା ଓ ଭସାଣି ଶୋଭାଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ସହ ନିର୍ଦ୍ଧାରିତ ନିୟମ ପାଳନ ସୁନିଶ୍ଚିତ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି।
ୟୁକ୍ରେନକୁ ସାମରିକ ସହାୟତା ଦେବା ପାଇଁ ଗୋଳାବାରୁଦ କିଣିବା...
ଆଗ୍ରାରେ ତାମିଲନାଡୁ ଏକ୍ସପ୍ରେସ୍ର ଏକ ଅନରିଜର୍ଭ୍ଡ କୋଚ୍ରୁ...
ସମ୍ବେଦନଶୀଳ CCTV ଫୁଟେଜ୍‌ ସମ୍ପର୍କରେ ଏକ ଗୁରୁତ୍ୱପ...
କେରଳର କୋଚିରେ ଜଣେ କଲେଜ ଛାତ୍ରଙ୍କ ବିରୋଧରେ ଶିକ୍ଷକ ଓ ସହ...
ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇ-ଅହମଦାବାଦବନ୍ଦେ ଭାରତ ଏକ୍ସ...
ମହାରାଷ୍ଟ୍ରରେ ମରାଠା ସଂରକ୍ଷଣ ଦାବିକୁ ନେଇ ଚାଲିଥିବା ଆନ୍...
ଶିରୋମଣି ଅକାଳୀ ଦଳ (ପୁନର ସୁରଜିତ) ବିଜେପି ସହ ମେଣ୍ଟକୁ ନ...
୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ, ପଞ୍ଜାବ...
ଦିଲ୍ଲୀରେ ବଢୁଥିବା ସାଇବର ଅପରାଧ ଓ ଟେକ୍ନୋଲୋଜି ଆଧାରିତ ଧ...
ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲର୍ଡ୍ସରେ ଚାଲିଥିବା ଟେଷ୍ଟକ...