ଗଜପତି: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତର ପ୍ରଭାବରେ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି। ସୋମବାର ରାତିରୁ ହାଲୁକା ବର୍ଷା ହେଉଥିବାବେଳେ ସକାଳଠାରୁ ବର୍ଷାର ତୀବ୍ରତା ବଢ଼ିଛି। ପାଣିପାଗ ବିଭାଗର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଗଜପତି ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି।
ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ଭୂସ୍ଖଳନପ୍ରବଣ ଅଞ୍ଚଳ ଉପରେ ପ୍ରଶାସନର ନଜର ରହିଛି। ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୪୦ଟି ସ୍ଥାନକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରି ଅଧିକାରୀମାନେ ନିରନ୍ତର ନିରୀକ୍ଷଣ କରୁଛନ୍ତି।
ସମ୍ଭାବ୍ୟ ଜରୁରୀ ପରିସ୍ଥିତିରେ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ୬ଟି ସାଇକ୍ଲୋନ୍ ସେଲ୍ଟର ଏବଂ ୨୬୪ଟି ଅସ୍ଥାୟୀ ଆଶ୍ରୟସ୍ଥଳ ପ୍ରସ୍ତୁତ ରଖାଯାଇଛି। ବ୍ଲକ୍ ଓ ତହସିଲ୍ ସ୍ତରର ଅଧିକାରୀଙ୍କୁ ପରିସ୍ଥିତି ଉପରେ କଡ଼ା ନଜର ରଖି ଆବଶ୍ୟକ ହେଲେ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି।
ଏଥିସହ ଫାୟାର୍ ସର୍ଭିସ୍ ସମେତ ଅନ୍ୟାନ୍ୟ ବିଭାଗକୁ ସତର୍କ ରଖାଯାଇଛି। ବର୍ଷା ଯୋଗୁଁ ଗଛ ଉପୁଡ଼ିବା, ରାସ୍ତା ପ୍ରଭାବିତ ହେବା, ଭୂସ୍ଖଳନ କିମ୍ବା ଅନ୍ୟ କୌଣସି ଅଘଟଣ ଘଟିଲେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ଟିମ୍ଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି।
IMDର ସେପ୍ଟେମ୍ବର ୨୨ର ଚେତାବନୀ ଅନୁସାରେ ୨୩ ଓ ୨୪ ତାରିଖରେ ଓଡ଼ିଶାରେ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି। ଗଜପତି, ଗଞ୍ଜାମ ଓ କୋରାପୁଟରେ ୨୩-୨୪ ତାରିଖରେ ଅତିପ୍ରବଳ ବର୍ଷା ହୋଇପାରେ।
ଅଲ୍ଲୁ ଅର୍ଜୁନ ଓ ନିର୍ଦ୍ଦେଶକ ଆଟଲୀଙ୍କ ଆଗାମୀ ସାଇ-ଫାଇ ଫି...
ଗତ ବର୍ଷର ଗଣେଶ ଚତୁର୍ଥୀ ସମୟ ତୁଳନାରେ ଭାରତରେ ସୁନା ଦରରେ...
ଗଣେଶ ଚତୁର୍ଥୀ ପର୍ବର ମାହୋଲ ମଧ୍ୟରେ ମୁମ୍ବାଇର ପ୍ରସିଦ୍ଧଲ...
ନୂଆଦିଲ୍ଲୀ:ଆଜି,ସେପ୍ଟେମ୍ବର ୨୨, ୨୦୨୬, ଭାରତୀୟ ଶେୟାର ବଜ...
ନୂଆଦିଲ୍ଲୀ: ଯୁବ ବୟସରେ ହାର୍ଟ ଆଟାକ୍‌ର ଘଟଣା ନେଇ ଚ...
ନୂଆଦିଲ୍ଲୀ/ହାଇଦ୍ରାବାଦ:ଭାରତରେ Cloud Computing ଓ Arti...
ନୂଆଦିଲ୍ଲୀ:ଭାରତରେ ଏକ ଜଟିଳ ଲିଭର ଟ୍ରାନ୍ସପ୍ଲାଣ୍ଟ ପରେ ଜ...
ମାଲାୟାଲମ୍ ସିନେମା‘Bethlehem Kudumba Unit&rsqu...
‘Hanuman Ansh’ ଫିଲ୍ମକୁ ନେଇ ଚର୍ଚ୍ଚା ମଧ୍...
HIV ପ୍ରତିରୋଧ କ୍ଷେତ୍ରରେ ଏକ ନୂଆ ଔଷଧ ନେଇ ଆଶା ସୃଷ୍ଟି ହ...
ନୂଆଦିଲ୍ଲୀ/ମୁମ୍ବାଇ: GST ହାରରେ କମିବାର ପ୍ରାୟ ଏକ ବର୍ଷ...
ଆଜିକାଲି କାମ, ମୋବାଇଲ୍, ସୋସିଆଲ୍ ମିଡିଆ କିମ୍ବା ଦେରିରାତ...