ନୂଆଦିଲ୍ଲୀ:ଭାରତରେ ଏକ ଜଟିଳ ଲିଭର ଟ୍ରାନ୍ସପ୍ଲାଣ୍ଟ ପରେ ଜୀବନର ନୂଆ ଆଶା ପାଇଛନ୍ତି ଇରାକର ୧୧ ବର୍ଷୀୟା ଝିଅ ଜୈନବ। ୱିଲସନ୍ସ ଡିଜିଜ୍ ଯୋଗୁଁ ତାଙ୍କ ଲିଭର ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଗୁରୁଗ୍ରାମରParas Healthରେ ଡାକ୍ତରମାନେ ତାଙ୍କର Living Donor Liver Transplant କରିଛନ୍ତି।
ୱିଲସନ୍ସ ଡିଜିଜ୍ ଏକ ବିରଳ ବଂଶଗତ ରୋଗ। ଏହି ରୋଗରେ ଶରୀର ଅତିରିକ୍ତ ତମ୍ବା ବା Copperକୁ ଠିକ୍ ଭାବେ ବାହାର କରିପାରେ ନାହିଁ। ଫଳରେ ଲିଭର ଓ ମସ୍ତିଷ୍କ ଭଳି ଅଙ୍ଗରେ ତମ୍ବା ଜମା ହୋଇ ଗୁରୁତର ସମସ୍ୟା ସୃଷ୍ଟି କରିପାରେ।
ଜୈନବ ପ୍ରାୟ ଏକ ବର୍ଷ ଧରି ବାରମ୍ବାର ଜଣ୍ଡିସ୍, ଦୁର୍ବଳତା ଓ ଥକାପଣରେ ପୀଡ଼ିତ ଥିଲେ। ଇରାକରେ ଚିକିତ୍ସା ଚାଲିଥିଲେ ମଧ୍ୟ ତାଙ୍କ ସ୍ଥିତି ଧୀରେ ଧୀରେ ଖରାପ ହୋଇଥିଲା। ପରେ ସେ ଗୁରୁତର ଲିଭର ଫେଲ୍ୟୁଅର୍, hepatic encephalopathy ଏବଂ ରକ୍ତ ଜମାଟ ବାନ୍ଧିବାର ସମସ୍ୟାରେ ପଡ଼ିଥିଲେ। ଏହି ପରିସ୍ଥିତିରେ ଲିଭର ଟ୍ରାନ୍ସପ୍ଲାଣ୍ଟ ଆବଶ୍ୟକ ହୋଇଥିଲା।
ଭାରତରେ ପହଞ୍ଚିବା ପରେ ଡାକ୍ତରମାନେ ତାଙ୍କ ଅବସ୍ଥାର ବିସ୍ତୃତ ପରୀକ୍ଷା କରିଥିଲେ। ତାଙ୍କ ସମ୍ପର୍କୀୟ ଭାଇଙ୍କୁ Living Donor ଭାବେ ପରୀକ୍ଷା କରାଯାଇଥିଲା ଏବଂ ସେ ଦାନ ପାଇଁ ଉପଯୁକ୍ତ ବୋଲି ଜଣାପଡ଼ିଥିଲା।
ଡାକ୍ତରମାନେLeft Lobe Liver Graftବ୍ୟବହାର କରି ଟ୍ରାନ୍ସପ୍ଲାଣ୍ଟ କରିଥିଲେ। ଅପରେସନ୍ ସମୟରେ ଜୈନବଙ୍କ ଲିଭର ବଢ଼ିଯାଇଥିବା ଓ ଗାଠିଆ ହୋଇଥିବା ସହ ପେଟରେ ତରଳ ପଦାର୍ଥ ଜମିଥିବା ଦେଖାଯାଇଥିଲା।
ଟ୍ରାନ୍ସପ୍ଲାଣ୍ଟ ପାଇଁ ଡାକ୍ତରଙ୍କ ସହ୧୮ ଜଣିଆ ମଲ୍ଟିଡିସିପ୍ଲିନାରୀ ଟିମ୍କାମ କରିଥିଲା। ଜୈନବଙ୍କ ଅପରେସନ୍ ପ୍ରାୟ ୮ ଘଣ୍ଟା ଚାଲିଥିବାବେଳେ ଡୋନରଙ୍କ ଅପରେସନ୍ ପ୍ରାୟ ୪ ଘଣ୍ଟା ଲାଗିଥିଲା। ଟ୍ରାନ୍ସପ୍ଲାଣ୍ଟ ହୋଇଥିବା ଲିଭର ଗ୍ରାଫ୍ଟର ଓଜନ ପ୍ରାୟ ୩୬୪ ଗ୍ରାମ ଥିଲା।
ଅପରେସନ୍ ପରେ ଜୈନବଙ୍କୁ ପ୍ରାୟ ୫ ଦିନ ICUରେ ରଖାଯାଇଥିଲା। ପରେ ତାଙ୍କ ଅବସ୍ଥାରେ ଉନ୍ନତି ହେବା ସହ ସେ ସାଧାରଣ ଖାଦ୍ୟ ଖାଇବା ଓ ଚାଲିବା ଆରମ୍ଭ କରିଥିଲେ। ପ୍ରାୟ ଦୁଇ ସପ୍ତାହ ହସ୍ପିଟାଲ୍ରେ ରହିବା ପରେ ସେ ଡିସ୍ଚାର୍ଜ ହୋଇଥିଲେ। ତାଙ୍କ ଲିଭର ଫଙ୍କସନ୍ ଟେଷ୍ଟ ମଧ୍ୟ ସାଧାରଣ ଥିଲା।
ବର୍ତ୍ତମାନ ଜୈନବ ଇରାକ ଫେରିଯାଇଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟ ଭଲ ଥିବା ଜଣାପଡ଼ିଛି। ସେ ଧୀରେ ଧୀରେ ସାଧାରଣ ଜୀବନ ଓ ପାଠପଢ଼ାକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି। ୱିଲସନ୍ସ ଡିଜିଜ୍ ବଂଶଗତ ହୋଇଥିବାରୁ ତାଙ୍କ ଦୁଇ ସାନ ଭାଇଙ୍କର ମଧ୍ୟ ସ୍କ୍ରିନିଂ କରାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।
ଆଇପିଏଲ୍‌ ୨୦୨୭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ନି...
ମାଲାୟାଲମ୍ ସିନେମା‘Bethlehem Kudumba Unit&rsqu...
ଜାପାନରେ କ୍ରିକେଟ୍‌ର ଲୋକପ୍ରିୟତା ବଢ଼ାଇବା ପାଇଁ ଭା...
‘Hanuman Ansh’ ଫିଲ୍ମକୁ ନେଇ ଚର୍ଚ୍ଚା ମଧ୍...
ଗଣେଶ ଚତୁର୍ଥୀ ପର୍ବର ମାହୋଲ ମଧ୍ୟରେ ମୁମ୍ବାଇର ପ୍ରସିଦ୍ଧଲ...
ଏସୀୟ କ୍ରୀଡ଼ା ୨୦୨୬ର ମହିଳା କ୍ରିକେଟ୍ ଫାଇନାଲ୍‌ରେ...
ଅଲ୍ଲୁ ଅର୍ଜୁନ ଓ ନିର୍ଦ୍ଦେଶକ ଆଟଲୀଙ୍କ ଆଗାମୀ ସାଇ-ଫାଇ ଫି...
ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ମହିଳା କ୍ରିକେଟ୍ ଟିମ୍&zwn...