ରାୟଗଡ଼ା ଜିଲ୍ଲାର ଜଣେ ପରିଚିତ ରାଜନୈତିକ ବ୍ୟକ୍ତିତ୍ୱ ଏବଂ ପୂର୍ବତନ ଗୁଣୁପୁର ବିଧାୟକ ରାମମୂର୍ତ୍ତି ଗମାଙ୍ଗୋଙ୍କର ଶୁକ୍ରବାର ପ୍ରଭାତରେ ପରଲୋକ ଘଟିଛି। ସେ କଟକସ୍ଥିତ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁବେଳକୁ ତାଙ୍କ ବୟସ ୭୬ ବର୍ଷ ହୋଇଥିଲା।
ସୂଚନା ଅନୁଯାୟୀ, ରାମମୂର୍ତ୍ତି ଗମାଙ୍ଗୋ ଦୀର୍ଘଦିନ ଧରି ଉଚ୍ଚ ରକ୍ତଚାପ, ମଧୁମେହ ସହ ବିଭିନ୍ନ ବୟସଜନିତ ରୋଗରେ ପୀଡ଼ିତ ଥିଲେ। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବା ପରେ ପ୍ରଥମେ ତାଙ୍କୁ ଭୁବନେଶ୍ୱରସ୍ଥିତ AIIMSରେ ଭର୍ତ୍ତି କରାଯାଇଥିଲା। ପରେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ କଟକ ଏସ୍ସିବି ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା।
ରାମମୂର୍ତ୍ତି ଗମାଙ୍ଗୋ ଗୁଣୁପୁର ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଜନସେବା କରିଥିଲେ। ରାୟଗଡ଼ା ଏବଂ ଦକ୍ଷିଣ ଓଡ଼ିଶାର ରାଜନୀତିରେ ସେ ଏକ ପରିଚିତ ମୁହଁ ଥିଲେ।
ତେବେ ତାଙ୍କ ରାଜନୈତିକ ଜୀବନ ପରବର୍ତ୍ତୀ ସମୟରେ ଏକ ବହୁଚର୍ଚ୍ଚିତ ଆପରାଧିକ ମାମଲା ଯୋଗୁଁ ବିବାଦ ଘେରକୁ ଆସିଥିଲା। ୧୯୯୫ ମସିହାରେ ଭୁବନେଶ୍ୱରର ବିଧାୟକ କଲୋନୀରେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ଘଟଣାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ମାମଲାର ଶୁଣାଣି ପରେ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଥିଲେ।
ଅଦାଲତଙ୍କ ରାୟ ପରେ ୨୦୨୩ ଜୁନ୍ ୨୭ ତାରିଖରୁ ସେ ଝାରପଡ଼ା ସ୍ୱତନ୍ତ୍ର କାରାଗାରରେ ଆଜୀବନ କାରାଦଣ୍ଡ ଭୋଗୁଥିଲେ। କାରାବାସ ସମୟରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା କ୍ରମାଗତ ଭାବେ ଅବନତି ଘଟିଥିଲା।
ଗତ କିଛି ମାସ ଧରି ବିଭିନ୍ନ ଶାରୀରିକ ସମସ୍ୟା ଯୋଗୁଁ ସେ ଚିକିତ୍ସାଧୀନ ଥିଲେ। ଡାକ୍ତରମାନଙ୍କ ସମସ୍ତ ପ୍ରୟାସ ସତ୍ତ୍ୱେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା।
ତାଙ୍କ ବିୟୋଗରେ ରାୟଗଡ଼ା ଅଞ୍ଚଳର ରାଜନୈତିକ ମହଳ, ସମର୍ଥକ ଓ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଆବଶ୍ୟକ ଆଇନଗତ ପ୍ରକ୍ରିୟା ସମାପ୍ତ ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି।
ହିମାଚଳ ପ୍ରଦେଶର ଛାତ୍ରଛାତ୍ରୀ ଏବଂ ମେଡିକାଲ...
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ପୁଲିସ ଓ...
ବିଦେଶରେ ପଢ଼ିବା ନେଇ ଭାରତୀୟ ଛାତ୍ରଛାତ୍ରୀଙ୍କ ଚିନ୍ତାଧାର...
ଇରାନକୁ ନେଇ ଆମେରିକାର ଆଭିମୁଖ୍ୟ ପୁଣିଥରେ କଡ଼ା ହୋଇଛି। ଆ...
ୟୁରୋପରେ ୨୦୨୬ର ଗ୍ରୀଷ୍ମ ଅସହ୍ୟ ଗରମର ଏକ ଭୟାବହ ଚିତ୍ର ସା...
ହରିୟାଣାର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଆମ...
ଆମେରିକା-ଇରାନ ମଧ୍ୟରେ ତିକ୍ତତା ପୁଣି ବଢ଼ିବାର ସଙ୍କେତ ମି...
ନାବାଳିକା ନିଖୋଜ ପରେ ମିଳିଥିଲା ମୃତଦେହ ରିପୋର୍ଟ ଅନୁଯ...