ଅକ୍ଟୋବର ୨୫ରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଫ୍ଲାଭିଓ ବୋଲସୋନାରୋ, ବର୍ତ୍ତମାନର ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଦା ସିଲ୍ଭାଙ୍କଠାରୁ ପରାଜିତ ହୋଇଥିଲେ। ଲୁଲା ପ୍ରାୟ ୫୧.୮% ଭୋଟ୍ ପାଇଥିବାବେଳେ ଫ୍ଲାଭିଓଙ୍କୁ ୪୮.୨% ଭୋଟ୍ ମିଳିଥିଲା। ଉଭୟଙ୍କ ମଧ୍ୟରେ ପ୍ରାୟ ୪୦ ଲକ୍ଷରୁ ଅଧିକ ଭୋଟ୍ର ତଫାତ ଥିଲା।
ପରାଜୟ ପରେ ଫ୍ଲାଭିଓ ନିର୍ବାଚନ ଫଳାଫଳକୁ ସ୍ୱୀକାର କରିନାହାନ୍ତି। ଭୋଟିଂ ସମୟକୁ ଦୁଇ ଘଣ୍ଟା ବଢ଼ାଇବା ନିଷ୍ପତ୍ତିକୁ ନେଇ ସେ ଆପତ୍ତି ଉଠାଇଥିଲେ ଏବଂ ନିର୍ବାଚନ ବାତିଲ ପାଇଁ ଆଇନଗତ ପଦକ୍ଷେପ ନେବେ ବୋଲି କହିଥିଲେ।
ଫ୍ଲାଭିଓଙ୍କ କହିବା ଅନୁଯାୟୀ, ସେ ତାଙ୍କ ବାପା ତଥା ପୂର୍ବତନ ରାଷ୍ଟ୍ରପତି ଜାଇର ବୋଲସୋନାରୋଙ୍କୁ ଭେଟି ଫେରୁଥିବା ସମୟରେ ଫେଡେରାଲ୍ ପୋଲିସ ତାଙ୍କୁ ପାସପୋର୍ଟ ଜମା କରିବା ସମ୍ପର୍କିତ ଆଦେଶ ଦେଇଥିଲା। ଏହା ସହିତ ତାଙ୍କୁ ବ୍ରାଜିଲ ଛାଡ଼ିବା ଉପରେ ମଧ୍ୟ ରୋକ୍ ଲଗାଯାଇଛି।
ବ୍ରାଜିଲର Agência Brasil ଅନୁଯାୟୀ, ଏହି ଆଦେଶ ଏକ ସୁପ୍ରିମକୋର୍ଟ ତଦନ୍ତ ସହ ଜଡ଼ିତ ଏବଂ ଆଦେଶର ବିସ୍ତୃତ ବିବରଣୀ ‘ଜୁଡିସିଆଲ୍ ସିକ୍ରେସି’ ଅଧୀନରେ ରହିଛି। ଫ୍ଲାଭିଓଙ୍କୁ ତାଙ୍କ ପାସପୋର୍ଟ ଫେଡେରାଲ୍ ପୋଲିସ ନିକଟରେ ଜମା କରିବାକୁ କୁହାଯାଇଛି।
ରିପୋର୍ଟ ଅନୁଯାୟୀ, ଫ୍ଲାଭିଓ ଏକ ଅଲଗା ଆର୍ଥିକ ମାମଲାରେ ମଧ୍ୟ ତଦନ୍ତର ସମ୍ମୁଖୀନ ହେଉଛନ୍ତି। ଫେଡେରାଲ୍ ପୋଲିସ ତାଙ୍କର କିଛି ଆର୍ଥିକ ଲେନଦେନ ଏବଂ ମନି ଲଣ୍ଡରିଂ ସନ୍ଦେହ ସମ୍ପର୍କରେ ତଦନ୍ତ କରୁଛି। ତାଙ୍କ ସହ ସମ୍ପର୍କିତ ଓକିଲ୍ ୱିଲର୍ ଟୋମାଜ୍ଙ୍କ ବିରୋଧରେ ମଧ୍ୟ ତଦନ୍ତ ଚାଲିଛି। ଫ୍ଲାଭିଓ ନିଜ ବିରୋଧରେ ଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି।
ଫ୍ଲାଭିଓ କହିଛନ୍ତି, ତାଙ୍କ ଭାଇ ଏଡୁଆର୍ଡୋ ବୋଲସୋନାରୋ ନିକଟରେ ଦେଇଥିବା ଏକ ବୟାନକୁ ଆଧାର କରି ଏହି ପଦକ୍ଷେପ ନିଆଯାଇଛି। ଏଡୁଆର୍ଡୋ ଆମେରିକାରେ ରହୁଛନ୍ତି ଏବଂ ଫ୍ଲାଭିଓ ନିର୍ବାଚନ ହାରିଲେ ବ୍ରାଜିଲ ଛାଡ଼ିବା ଉଚିତ ବୋଲି ସେ କହିଥିବା ରିପୋର୍ଟ ରହିଛି।
ତେବେ ଫ୍ଲାଭିଓ କହିଛନ୍ତି ଯେ, ସେ ଦେଶ ଛାଡ଼ିବାକୁ କେବେ ଯୋଜନା କରିନଥିଲେ। ତାଙ୍କ ଉପରେ ଲାଗିଥିବା ଭ୍ରମଣ ନିଷେଧକୁ ସେ “ଭୟ ଦେବାର ପ୍ରୟାସ” ବୋଲି ଅଭିହିତ କରିଛନ୍ତି।
ଫ୍ଲାଭିଓ ଏବେ ମଧ୍ୟ ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ କରିବାର କଥା କହୁଛନ୍ତି। ତେବେ ରଏଟର୍ସ ସହ କଥାହୋଇଥିବା ନିର୍ବାଚନୀ ଓ ଆଇନ ବିଶେଷଜ୍ଞମାନଙ୍କ ମତରେ, ୪୦ ଲକ୍ଷରୁ ଅଧିକ ଭୋଟ୍ର ତଫାତ ଥିବାରୁ ନିର୍ବାଚନ ବାତିଲ କରିବାର ଚେଷ୍ଟା ସଫଳ ହେବାର ସମ୍ଭାବନା ଅତ୍ୟନ୍ତ କମ୍। ଅତିରିକ୍ତ ଦୁଇ ଘଣ୍ଟାର ଭୋଟିଂରେ ୩୫ ହଜାରରୁ କମ୍ ଭୋଟ୍ ପଡ଼ିଥିବା ଏକ ବିଶ୍ଳେଷଣରୁ ଜଣାପଡ଼ିଛି।
ନିର୍ବାଚନ ପରେ ଫ୍ଲାଭିଓ କହିଛନ୍ତି ଯେ ସେ ଲୁଲା ସରକାର ବିରୋଧରେ ବିରୋଧୀ ଦଳକୁ ସଂଗଠିତ କରିବେ। ଏପରି ସ୍ଥିତିରେ ତାଙ୍କ ଉପରେ ଭ୍ରମଣ ନିଷେଧ ବ୍ରାଜିଲର ରାଜନୀତିରେ ଆଉ ଏକ ବଡ଼ ବିବାଦର ସୃଷ୍ଟି କରିଛି।
ନୂଆଦିଲ୍ଲୀ: Appleର ପ୍ରଥମ ଫୋଲ୍ଡିଂ ସ୍ମାର୍ଟଫୋନ୍ iPhone...
ରିଅଲିଟି ଶୋ’ **‘Rise & Fall Season...
NEET-PG 2026 counselling Round 1ରେ ମେଡିକାଲ୍ ଟପ୍ ରା...
ନୂଆଦିଲ୍ଲୀ: Paytm ବ୍ରାଣ୍ଡର ମାଲିକାନା ଥିବା One 97 Com...
ଆୟୁଷ୍ମାନ ଖୁରାନା ଓ ସାରା ଅଲି ଖାନଙ୍କ ‘Udta Teer...
ବାତ୍ୟା ‘ଆର୍ଣ୍ଣବ’ର ସମ୍ଭାବ୍ୟ ପ୍ରଭାବକୁ ନଜ...
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ମଙ୍...
NEET-PG 2026 counsellingରେ AIQ seat ପାଇଥିବା ପ୍ରାର୍...