ସହଆୟୋଜକ ମେକ୍ସିକୋ ଫିଫା ବିଶ୍ୱକପ୍ ୨୦୨୬ରେ ନିଜର ଦମଦାର ପ୍ରଦର୍ଶନ ଜାରି ରଖି ପ୍ରିକ୍ୱାର୍ଟରଫାଇନାଲ୍ରେ ସ୍ଥାନ ପକ୍କା କରିଛି। ରାଉଣ୍ଡ-୩୨ ମୁକାବିଲାରେ ମେକ୍ସିକୋ ୨-୦ ଗୋଲ୍ରେ ଇକ୍ୱେଡରକୁ ପରାସ୍ତ କରି ଘରୋଇ ଦର୍ଶକଙ୍କ ସମ୍ମୁଖରେ ଆଉ ଏକ ସ୍ମରଣୀୟ ବିଜୟ ହାସଲ କରିଛି।
ପାଗ ଖରାପ ଥିବାରୁ ମ୍ୟାଚ୍ ପ୍ରାୟ ଏକ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ତଥାପି ଜାଭିଅର୍ ଆଗୁଇରେଙ୍କ ପ୍ରଶିକ୍ଷଣାଧୀନ ମେକ୍ସିକୋ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା।
ମ୍ୟାଚ୍ର ୨୨ତମ ମିନିଟ୍ରେ ରୋବର୍ଟ ଅଲ୍ଭାର୍ଡୋଙ୍କ ପାସ୍କୁ ଜୁଲିଆନ୍ କ୍ୱିନୋନେସ୍ ସଫଳତାର ସହ ଗୋଲ୍ରେ ପରିଣତ କରି ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଏହାର ୯ ମିନିଟ୍ ପରେ କ୍ୱିନୋନେସ୍ଙ୍କ ଆଉ ଏକ ସୁନ୍ଦର ପାସ୍କୁ ରାଉଲ ଜିମେନେଜ ଗୋଲ୍ରେ ପରିଣତ କରି ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ମେକ୍ସିକୋକୁ ୨-୦ରେ ଆଗୁଆ କରିଥିଲେ।
ଦ୍ୱିତୀୟାର୍ଦ୍ଧରେ ଉଭୟ ଦଳ ଗୋଲ୍ କରିବା ପାଇଁ ଜୋରଦାର ଚେଷ୍ଟା କରିଥିଲେ ମଧ୍ୟ ଆଉ କୌଣସି ଗୋଲ୍ ହୋଇନଥିଲା। ଫଳରେ ମେକ୍ସିକୋ ୨-୦ ଗୋଲ୍ରେ ବିଜୟୀ ହୋଇ ପ୍ରିକ୍ୱାର୍ଟରଫାଇନାଲ୍ରେ ପ୍ରବେଶ କରିଛି।
ଅନ୍ୟପକ୍ଷରେ ଇକ୍ୱେଡର ପାଇଁ ଏହି ପରାଜୟ ଆହୁରି ନିରାଶାଜନକ ହୋଇଥିଲା। ଇଞ୍ଜୁରି ଟାଇମ୍ର ୯୦+୫ତମ ମିନିଟ୍ରେ ପିଓର୍ ହିନ୍କାପି ରେଡ୍ କାର୍ଡ ପାଇ ପଡ଼ିଆ ଛାଡ଼ିଥିଲେ, ଯାହା ଦଳର ସମସ୍ୟାକୁ ଆହୁରି ବଢ଼ାଇଥିଲା।
ଦରବୃଦ୍ଧିର ଝଟକାରେ ଗ୍ରାହକଙ୍କୁ ଆଉ ଏକ ଝଟକା ଦେଇଛି କର୍ଣ୍...
ଭୋଟର ପଞ୍ଜୀକରଣ ପ୍ରକ୍ରିୟାରେ ବଡ଼ ପରିବର୍ତ୍ତନ କରିଛି ଭାର...
ଶ୍ରୀନଗର: ଜମ୍ମୁ-କଶ୍ମୀରର ରାଜନୀତିରେ ନୂଆ ବିବାଦ। ନ୍ୟାସନ...
ଜୟପୁର: ରାଜସ୍ଥାନର ବିକାଶ ଓ ବିଭିନ୍ନ ସରକାରୀ ପ୍ରକଳ୍ପକୁ...
୪୩ ବର୍ଷର ଆଇନ ଲଢ଼େଇରେ ଓଡ଼ିଶା ସରକାରଙ୍କ ବଡ଼ ବିଜୟ! ୮୦୦...
ପୃଥିବୀ ପରେ ଏବେ ଚନ୍ଦ୍ରକୁ ନେଇ ଆରମ୍ଭ ହେବାକୁ ଯାଉଛି ନୂଆ...
ଝାରସୁଗୁଡ଼ାରେ ବେଦାନ୍ତର ସବୁଜ ଅଭିଯାନ, ରୋପଣ କଲା ୨ ହଜାର...
କୋଟିଆରେ ଫେଲ୍ ମାରିଲା ଆନ୍ଧ୍ରର ନିର୍ବାଚନୀ ରଣନୀତି, ୩ ପ୍...