ଦରବୃଦ୍ଧିର ଝଟକାରେ ଗ୍ରାହକଙ୍କୁ ଆଉ ଏକ ଝଟକା ଦେଇଛି କର୍ଣ୍ଣାଟକର ଲୋକପ୍ରିୟ ଦୁଗ୍ଧ ବ୍ରାଣ୍ଡ ନନ୍ଦିନୀ। କ୍ଷୀର ଓ ଦହିର ଦାମ୍ ବୃଦ୍ଧି ପରେ ଏବେ ଘିଅ, ବଟର ଓ ପନିରର ମୂଲ୍ୟ ମଧ୍ୟ ବଢ଼ାଇ ଦିଆଯାଇଛି। ବେଙ୍ଗାଲୁରୁ ମିଲ୍କ ୟୁନିଅନ୍ (BAMUL) ପକ୍ଷରୁ ନୂଆ ଦର ଘୋଷଣା କରାଯାଇଥିବା ବେଳେ ଏହା ନଭେମ୍ବର ୪ ତାରିଖରୁ ଲାଗୁ ହୋଇଛି।
ନନ୍ଦିନୀ ଘିଅର ଏକ ଲିଟର ପ୍ୟାକେଟ୍ର ଦାମ୍ ପୂର୍ବରୁ ୭୧୫ ଟଙ୍କା ଥିବା ବେଳେ ଏବେ ଏହା ୮୫୦ ଟଙ୍କା ହୋଇଛି। ଅର୍ଥାତ୍ ଲିଟର ପିଛା ୧୩୫ ଟଙ୍କା ବୃଦ୍ଧି ପାଇଛି। ସେହିପରି ୨୦୦ ମିଲି ପ୍ୟାକେଟ୍ର ଦାମ୍ ୯୫ ଟଙ୍କା ଓ ୫୦୦ ମିଲି ପ୍ୟାକେଟ୍ର ଦାମ୍ ୪୨୫ ଟଙ୍କା ରଖାଯାଇଛି। PET ଜାର୍ରେ ମିଳୁଥିବା ଏକ ଲିଟର ଘିଅର ଦାମ୍ ୮୭୦ ଟଙ୍କା ହୋଇଛି।
ଘିଅ ସହିତ ବଟର ଓ ପନିରର ଦାମ୍ ମଧ୍ୟ ବୃଦ୍ଧି ପାଇଛି। ୫୦୦ ଗ୍ରାମ୍ ଅନସଲ୍ଟେଡ୍ ବଟରର ଦାମ୍ ୨୮୫ ଟଙ୍କାରୁ ବଢ଼ି ୩୯୦ ଟଙ୍କା ହୋଇଛି। ଅନ୍ୟପଟେ ୫୦୦ ଗ୍ରାମ୍ ସଲ୍ଟେଡ୍ ବଟର ୩୮୦ ଟଙ୍କାରେ ମିଳିବ।
ପନିର କ୍ଷେତ୍ରରେ ମଧ୍ୟ ନୂଆ ଦର ଲାଗୁ ହୋଇଛି। ଏକ କିଲୋଗ୍ରାମ୍ ନନ୍ଦିନୀ ପନିରର ଦାମ୍ ୪୦୮ ଟଙ୍କାରୁ ବଢ଼ି ୪୮୫ ଟଙ୍କା ହୋଇଛି। ୨୦୦ ଗ୍ରାମ୍ ପ୍ୟାକେଟ୍ର ଦାମ୍ ୧୧୫ ଟଙ୍କା ଓ ୫୦୦ ଗ୍ରାମ୍ ପ୍ୟାକେଟ୍ର ଦାମ୍ ୨୬୦ ଟଙ୍କା ରହିଛି।
|
ଉତ୍ପାଦ |
ପ୍ୟାକେଟ୍ |
ନୂଆ ଦାମ୍ |
|---|---|---|
|
ଘିଅ (ସାଚେଟ୍) |
୨୦୦ ମିଲି |
₹୯୫ |
|
ଘିଅ (ସାଚେଟ୍) |
୫୦୦ ମିଲି |
₹୪୨୫ |
|
ଘିଅ (ସାଚେଟ୍) |
୧ ଲିଟର |
₹୮୫୦ |
|
ଘିଅ (PET ଜାର୍) |
୧ ଲିଟର |
₹୮୭୦ |
|
ସଲ୍ଟେଡ୍ ବଟର |
୫୦୦ ଗ୍ରାମ୍ |
₹୩୮୦ |
|
ଅନସଲ୍ଟେଡ୍ ବଟର |
୫୦୦ ଗ୍ରାମ୍ |
₹୩୯୦ |
|
ପନିର |
୨୦୦ ଗ୍ରାମ୍ |
₹୧୧୫ |
|
ପନିର |
୫୦୦ ଗ୍ରାମ୍ |
₹୨୬୦ |
|
ପନିର |
୧ କିଲୋଗ୍ରାମ୍ |
₹୪୮୫ |
ଏହି ନୂଆ ଦର ବୃଦ୍ଧି କର୍ଣ୍ଣାଟକରେ ନନ୍ଦିନୀ କ୍ଷୀର ଓ ଦହିର ମୂଲ୍ୟ ପରିବର୍ତ୍ତନ ପରେ ହୋଇଛି। ନଭେମ୍ବର ୧ରୁ ନନ୍ଦିନୀ କ୍ଷୀରର କେତେକ ପ୍ରକାରର ଦାମ୍ ଲିଟର ପିଛା ୮ରୁ ୧୨ ଟଙ୍କା ପର୍ଯ୍ୟନ୍ତ ବଢ଼ିଥିଲା। ଏବେ ଘିଅ, ବଟର ଓ ପନିର ଦାମ୍ ବୃଦ୍ଧି ହେବାରୁ ଗ୍ରାହକଙ୍କ ଘରୋଇ ବଜେଟ୍ ଉପରେ ଆହୁରି ଚାପ ପଡ଼ିବା ଆଶଙ୍କା ରହିଛି।
ବିହାର ବୋର୍ଡର ଦଶମ ଓ ଦ୍ୱାଦଶ ଶ୍ରେଣୀର ୨୦୨୭ ବାର୍ଷିକ ପରୀ...
କାଠଯୋଡ଼ି ନଦୀପଠାରେ ଅଭିଯୁକ୍ତଙ୍କୁ ନେଇ ତଦନ୍ତ ...
ଦେଶରେ ଗବେଷଣା ଓ ନୂତନ ଉଦ୍ଭାବନକୁ ଉତ୍ସାହିତ କରିବା ଲକ୍ଷ୍...
♈ ମେଷ ରାଶି (Aries) ଏହି ସପ୍ତାହ ମେଷ ରାଶିର ବ୍ୟକ୍ତ...
ଗବେଷଣା ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ନୂଆ ସହଯୋଗ ଉଚ୍ଚଶିକ...
ଭୁବନେଶ୍ୱର: ଆର୍ଥିକ ଠକେଇ ମାମଲାରେ ED ଚଢ଼ାଉ ଚାଲିଥିବା ବ...
ଅକ୍ଟୋବର ମାସର ଶେଷ ସପ୍ତାହରୁ ନଭେମ୍ବର ମାସର ଆରମ୍ଭ ପର୍ଯ୍...
‘ଅରାଜକତା ହଟାଅ, ଗଣତନ୍ତ୍ର ବଞ୍ଚାଅ’ ସ୍ଲୋଗା...