ଜଗତସିଂହପୁର ଜିଲ୍ଲାରପାରାଦୀପରେ ଏକ ବଡ଼ ନକଲି ମଦ କାରବାରର ପର୍ଦ୍ଦାଫାଶ କରିଛି ପାରାଦୀପ ବନ୍ଦର ଅବକାରୀ ବିଭାଗ। ଅବକାରୀ ଟିମ୍ଅଠରବାଙ୍କି ଅମ୍ବିକାପଡ଼ାର ଏକ ଭଡ଼ାଘର ଉପରେ ଚଢ଼ାଉ କରି ସେଠାରୁ ଏକ ନକଲି ମଦ କାରଖାନା ଠାବ କରିଛି।
ଚଢ଼ାଉ ବେଳେ ଘର ଭିତରୁବିପୁଳ ପରିମାଣର ନକଲି ବିଦେଶୀ ମଦ, ମଦ ବୋତଲ, ନକଲି ଲେବୁଲ, ପ୍ୟାକେଜିଂ ସାମଗ୍ରୀ ଓ ଏକ ମୋଟରସାଇକେଲଜବତ କରାଯାଇଛି। ଏହି ଘଟଣାରେ ନକଲି ମଦ ପ୍ରସ୍ତୁତ କରୁଥିବାଦୁଇ ଜଣ ଯୁବକଙ୍କୁ ଗିରଫକରାଯାଇଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ,ନକଲି ମଦ ପ୍ରସ୍ତୁତ ପାଇଁ ଆବଶ୍ୟକ ସାମଗ୍ରୀ କେନ୍ଦ୍ରାପଡ଼ାରୁ ଆସୁଥିଲା। ଅଭିଯୁକ୍ତମାନେ ଦୀର୍ଘ ଦିନ ଧରି ଏହି ଭଡ଼ାଘରରେ ନକଲି ମଦ ପ୍ରସ୍ତୁତ କରିପାରାଦୀପ ଓ କେନ୍ଦ୍ରାପଡ଼ା ଅଞ୍ଚଳରେ ବିକ୍ରି କରୁଥିବାସନ୍ଦେହ କରାଯାଉଛି।
ଅବକାରୀ ବିଭାଗ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଏହି ବେଆଇନ କାରବାର ସହ ଜଡ଼ିତ ଅନ୍ୟ ସହଯୋଗୀମାନଙ୍କୁ ମଧ୍ୟ ଚିହ୍ନଟ କରାଯାଉଛି ଏବଂ ସେମାନଙ୍କୁ ଖୁବଶୀଘ୍ର ଗିରଫ କରି ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପାରାଦୀପ ଅବକାରୀ ବିଭାଗ ସୂଚନା ଦେଇଛି।
ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ (CHSE), ଓଡ଼ିଶା ପକ୍ଷରୁ୨୦୨...
ରାଜ୍ୟରେ ଲଗାତାର ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁଁ ଜନଜୀବ...
ଗାଜା ଯୁଦ୍ଧକୁ ନେଇ ଇସ୍ରାଏଲ ସରକାରଙ୍କ ନୀତିର ସମାଲୋଚନା କ...
ଓଡ଼ିଶା ସରକାର ଭୁବନେଶ୍ୱରରେ ଏକ ନୂତନ IT ହବ୍ ଗଢ଼ି ତୋଳିବ...
ଦୀର୍ଘ ଆଲୋଚନା ପରେ Public Examinations (Prevention o...
ଲ୍ୟାବ୍-ଗ୍ରୋନ୍ ଡାୟମଣ୍ଡ (LGD) ଶିଳ୍ପ କ୍ଷେତ୍ରରେ ଓଡ଼ିଶା...
ଉଡ଼ାଣ ସମୟରେ ବିମାନ ଭିତରେ ହଠାତ୍ ଏକ ରହସ୍ୟମୟ ଦୁର୍ଗନ୍ଧ...
ପଶ୍ଚିମ ଏସିଆରେ ଯୁଦ୍ଧ ଓ କୂଟନୈତିକ ଟଣାଓଟରା ମଧ୍ୟରେ ପରିସ...
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଦିନକୁ ଦିନ ଅଧିକ ଭୟାବହ...
ଗଜପତି ଜିଲ୍ଲାର ମୋହନା ବ୍ଲକ୍ ଅଧୀନ ଡେଙ୍ଗାସଖାଲ ସରକାରୀ ଉ...
ଭୁବନେଶ୍ୱର ବିକାଶ କର୍ତ୍ତୃପକ୍ଷ (BDA) ପକ୍ଷରୁ ଶହ ଶହ କୋଟ...
ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଦେଶର ପ୍ରମୁଖ ତ...