ରଥଯାତ୍ରା ନା ଡିଜେ ପ୍ରତିଯୋଗିତା? ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ ଅନ୍ତର୍ଗତ ଏନ୍ଏମ୍ ପାଡ଼ିଆ ପଞ୍ଚାୟତ ଅଞ୍ଚଳରୁ ଆସିଛି ଏଭଳି ଏକ ଚିତ୍ର, ଯାହା ରଥଯାତ୍ରାର ଆଧ୍ୟାତ୍ମିକ ପରିବେଶ ଉପରେ ପ୍ରଶ୍ନ ଉଠାଇଛି। ମହାପ୍ରଭୁଙ୍କ ରଥଯାତ୍ରା ନାଁରେ ଏଠାରେ ବିରାଟ ଡିଜେ କମ୍ପିଟିସନର ଆୟୋଜନ ହୋଇଥିବା ଅଭିଯୋଗ ହୋଇଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଏକାସାଙ୍ଗରେ ୫ରୁ ଅଧିକ ଡିଜେ ଗୋଟିଏ ସ୍ଥାନରେ ବଜାଯାଇଥିଲା। ଉଚ୍ଚ ଶବ୍ଦରେ ସାରା ଅଞ୍ଚଳ କମ୍ପି ଉଠିଥିବା ବେଳେ ରାତିସାରା ଡିଜେର ବିକଟାଳ ଶବ୍ଦ ଶୁଣିବାକୁ ମିଳିଥିଲା। ଡିଜେଗୁଡ଼ିକ ମଧ୍ୟରେ ଏକ ପ୍ରକାର ସାଉଣ୍ଡ କମ୍ପିଟିସନ ଚାଲିଥିବା ପରି ମନେ ହେଉଥିଲା।
ଏହି ଡିଜେ କମ୍ପିଟିସନ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ମଧ୍ୟ ଜମିଥିଲା। ତେବେ ଏତେ ବଡ଼ ଆୟୋଜନ ସତ୍ତ୍ୱେ ସ୍ଥାନୀୟ ପୁଲିସ କୌଣସି ପଦକ୍ଷେପ ନେଇ ନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ରଥଯାତ୍ରା ପରି ଏକ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପର୍ବରେ ଶବ୍ଦ ପ୍ରଦୂଷଣ ଓ ଅତ୍ୟଧିକ ଉଚ୍ଚ ଶବ୍ଦରେ ଡିଜେ ବ୍ୟବହାରକୁ ନେଇ ଅନେକେ ପ୍ରଶ୍ନ ଉଠାଇଛନ୍ତି। ସ୍ଥାନୀୟ ପ୍ରଶାସନ ଏବଂ ପୁଲିସ ଏ ନେଇ କି ପଦକ୍ଷେପ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।
ମୟୂରଭଞ୍ଜ: ଜାତୀୟ ରାଜପଥ ନା ମୃତ୍ୟୁପଥ? NH-18ର କଳମାରୁ ବ...
ପ୍ରାୟ ୫ ବର୍ଷ ଧରି ଚାଲିଥିବା IDBI ବ୍ୟାଙ୍କର ଘରୋଇକରଣ ପ୍...
କେନ୍ଦ୍ରାପଡ଼ା/ସୁବର୍ଣ୍ଣପୁର:ବେଆଇନ ମଦ କାରବାରକୁ ନେଇ ଓଡ଼...
ଭୁବନେଶ୍ୱର:ଡିଜିଟାଲ୍ ପେମେଣ୍ଟ ଏବେ ଆମ ଦୈନନ୍ଦିନ ଜୀବନର ଏ...
ଓଡ଼ିଶା ସମେତ ୫ଟି ରାଜ୍ୟର ରେଳ ଯୋଗାଯୋଗକୁ ଆହୁରି ମଜବୁତ କ...
ଲଗାଣ ବର୍ଷା ପରେ ବିହାରରେ ବନ୍ୟା ପରିସ୍ଥିତି ଆହୁରି ଗମ୍ଭୀ...
ଆବୁଧାବି:ଓଡ଼ିଶାରେ ବୃହତ୍ ନିବେଶ ଆଣିବା ଲକ୍ଷ୍ୟରେ ୟୁଏଇ ଗ...
ପିତାମାତାଙ୍କ ସମ୍ପତ୍ତିକୁ ନେଇ ଚାଲିଥିବା ଏକ ବିବାଦରେ ସୁପ...