କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନ ପୂର୍ବରୁ ଦୁଇଥର ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଥିଲେ ହେଁ, ସେତେବେଳେ କେନ୍ଦ୍ର ସରକାର ତାହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ନୀଟ୍ ପ୍ରଶ୍ନପତ୍ର ଲିକ୍ ବିବାଦକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତିରୁ ଓହରି ଯିବା ପରିବର୍ତ୍ତେ ଶିକ୍ଷା ବ୍ୟବସ୍ଥାର ସୁଧାର ଉପରେ ଗୁରୁତ୍ୱ ଦେବାକୁ ସରକାର ତାଙ୍କୁ ଦାୟିତ୍ୱରେ ରହିବା ପାଇଁ ଅନୁରୋଧ କରିଥିଲେ।
ତେବେ, ପରବର୍ତ୍ତୀ ସମୟରେ ପରିସ୍ଥିତିରେ ଦ୍ରୁତ ପରିବର୍ତ୍ତନ ଆସିଥିଲା। ବିଭିନ୍ନ ସଂଗଠନଙ୍କ ଆନ୍ଦୋଳନ ଚେତାବନୀ ଏବଂ ସୁରକ୍ଷା ସଂସ୍ଥାମାନଙ୍କ ସଂବେଦନଶୀଳ ରିପୋର୍ଟ ପରେ କେନ୍ଦ୍ର ସରକାର ନିଜ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଥିବା କୁହାଯାଉଛି।
ସୁରକ୍ଷା ସଂସ୍ଥାର ତଦନ୍ତରୁ ଛାତ୍ର ଆନ୍ଦୋଳନକୁ କେତେକ ଦେଶବିରୋଧୀ ଶକ୍ତି ନିଜ ସ୍ୱାର୍ଥରେ ବ୍ୟବହାର କରିବାକୁ ଉଦ୍ୟମ କରୁଥିବା ନେଇ ସୂଚନା ମିଳିଥିବା ଦାବି କରାଯାଇଛି। ଡିଜିଟାଲ ମନିଟରିଂ ମାଧ୍ୟମରେ ଅନେକ ସୋସିଆଲ ମିଡିଆ ଆକାଉଣ୍ଟକୁ ଚିହ୍ନଟ କରାଯାଇଥିବା ମଧ୍ୟ ଉଲ୍ଲେଖ ହୋଇଛି।
ଏହାସହ ଦିଲ୍ଲୀ ପୋଲିସର ଫେସିଆଲ ରେକଗନିସନ ସିଷ୍ଟମ ଜରିଆରେ ଆନ୍ଦୋଳନ ସ୍ଥଳରୁ କିଛି ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଥିବା ସୂଚନା ମିଳିଛି। ଶେଷରେ ଦେଶର ଶାନ୍ତି ଓ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଗ୍ରହଣ କରାଯାଇଥିବା ବେଳେ, କ୍ୟାବିନେଟ୍ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।
ଲଗାତାର ବର୍ଷା ଯୋଗୁଁ ରାଜଧାନୀଭୁବନେଶ୍ୱରଓକଟକସମେତ ଓଡ଼ିଶା...
ନବରଙ୍ଗପୁର ଜିଲ୍ଲାର ଉମରକୋଟରେ ଥିବା ଏକ ସରକାରୀ ଆଶ୍ରମ ବି...
ଲଗାତାର ବର୍ଷା ଓ ନଦୀରେ ଜଳସ୍ତର ବୃଦ୍ଧି ପାଇବା ଫଳରେସୁବର୍...
ଲଗାତାର ବର୍ଷା ଯୋଗୁଁ କଟକ ଜିଲ୍ଲାରନିଆଳି ବ୍ଲକଅନ୍ତର୍ଗତପୋ...
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଡିପ୍ରେସନ ପ୍ରଭାବରେ ଓଡ଼ି...
କଟକର ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ ପୁଣିଥରେ ଚିକିତ...
ଗଞ୍ଜାମ ଜିଲ୍ଲାରେ ଏକ ବଡ଼ ଅଘଟଣ ଅଳ୍ପକେ ଟଳିଯାଇଛି। ଧରାକୋ...
ଓଡ଼ିଶାର ସବୁଠାରୁ ବଡ଼ ରେଫରାଲ୍ ହସ୍ପିଟାଲ କଟକସ୍ଥିତ ଏସ୍ସ...
ଭୁବନେଶ୍ୱରର ବାରମୁଣ୍ଡା ବସ୍ଷ୍ଟାଣ୍ଡ ନିକଟରେ ମିଳିଥିବା ମୁ...
ଓଡ଼ିଶାରେ କୋଭିଡ୍-୧୯ ମାମଲାକୁ ନେଇ ଜନସ୍ୱାସ୍ଥ୍ୟ ବିଭାଗ ପ...
ଗଜପତି ଜିଲ୍ଲାର ମୋହନା କମ୍ୟୁନିଟି ହେଲ୍ଥ ସେଣ୍ଟର (ସିଏଚ୍ସ...