ଗଭୀର ଅବଦାବରେ ପରିଣତ ହେଲା ଲଘୁଚାପ: ଓଡ଼ିଶାର ୨୭ ଜିଲ୍ଲାରେ ଆକସ୍ମିକ ବନ୍ୟା ଆଶଙ୍କା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବଦାବରେ ପରିଣତ ହୋଇଥିବାରୁ ସୋମବାର ସମଗ୍ର ଓଡ଼ିଶାରେ ମୂଷଳଧାରା ବର୍ଷାର ସମ୍ଭାବନା ରହିଛି। ୨୭ ଜିଲ୍ଲାରେ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାବେଳେ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।
Deep depression over Bay of Bengal triggers red alert and heavy rainfall across Odisha.
Deep depression over Bay of Bengal triggers red alert and heavy rainfall across Odisha.

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଶକ୍ତିଶାଳୀ ହୋଇ ଗଭୀର ଅବଦାବରେ ପରିଣତ ହୋଇଛି। ଏହାର ପ୍ରଭାବରେ ସୋମବାର ରାଜ୍ୟର ଅଧିକାଂଶ ଜିଲ୍ଲାରେ ମୂଷଳଧାରା ବର୍ଷା ହେବାର ସମ୍ଭାବନା ଥିବାବେଳେ ଭାରତୀୟ ପାଣିପାଗ ବିଭାଗ (IMD) ସତର୍କ ସୂଚନା ଜାରି କରିଛି।

ଲଗାତାର ବର୍ଷା ଯୋଗୁଁ ଓଡ଼ିଶାର ୨୭ଟି ଜିଲ୍ଲାରେ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାକୁ ନଜରରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର (SRC) ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। IMD ଅନୁଯାୟୀ, ଜୁଲାଇ ୨୯ ପର୍ଯ୍ୟନ୍ତ ଏହି ବର୍ଷାର ପ୍ରଭାବ ଜାରି ରହିବ।

ଆଜି ଉପକୂଳ ଅତିକ୍ରମ କରିବ ଗଭୀର ଅବଦାବ

ରବିବାର ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ନିକଟରେ ଲଘୁଚାପ ସୃଷ୍ଟି ହୋଇଥିଲା। ଏହା ସୋମବାର ଗଭୀର ଅବଦାବରେ ପରିଣତ ହୋଇ ଦିନ ପ୍ରାୟ ୧୨ଟା ସମୟରେ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।

ରବିବାର ରାତି ୧୧:୩୦ ସୁଦ୍ଧା ଏହା ପଶ୍ଚିମବଙ୍ଗର ସାଗର ଦ୍ୱୀପଠାରୁ ପ୍ରାୟ ୬୦ କି.ମି. ଦକ୍ଷିଣ, ଦୀଘାଠାରୁ ୮୦ କି.ମି. ଦକ୍ଷିଣ-ପୂର୍ବ, ଚାନ୍ଦବାଲିଠାରୁ ୧୫୦ କି.ମି. ପୂର୍ବ-ଉତ୍ତରପୂର୍ବ ଏବଂ ବାଲେଶ୍ୱରଠାରୁ ୧୪୦ କି.ମି. ପୂର୍ବ-ଦକ୍ଷିଣପୂର୍ବରେ କେନ୍ଦ୍ରୀଭୂତ ଥିଲା।

୩ ଜିଲ୍ଲାକୁ ରେଡ୍ ଆଲର୍ଟ

IMD ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଛି। ଏହାଛଡ଼ା ୧୨ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି।

ଭାରି ବର୍ଷାର ଆଶଙ୍କାକୁ ଦୃଷ୍ଟିରେ ରଖି ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ସୋମବାର ପାଇଁ ବନ୍ଦ ରଖାଯାଇଛି।

ଜୁଲାଇ ୨୯ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ

ଗଭୀର ଅବଦାବର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ଜୁଲାଇ ୨୯ ପର୍ଯ୍ୟନ୍ତ କୌଣସି ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପ୍ରଶାସନ ପକ୍ଷରୁ କଡ଼ା ପରାମର୍ଶ ଦିଆଯାଇଛି। ଉପକୂଳବର୍ତ୍ତୀ ଅଞ୍ଚଳର ଲୋକମାନଙ୍କୁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି।

LIVE TV
LIVE
Latest News
ଦିନରେ ପୁଲିସ ଡ୍ରାଇଭର, ସନ୍ଧ୍ୟାରେ ଚେନ୍ ଲୁଟେରା! ଭୁବନେଶ୍ୱରରେ ୩ ଗିରଫ, ୧୩ ଲକ୍ଷର ସୁନା ଜବତ

ଦିନରେ ପୁଲିସ ଡ୍ରାଇଭର, ସନ୍ଧ୍ୟାରେ ଚେନ୍ ଲୁଟେରା!...

ଭୁବନେଶ୍ୱର:ଦିନରେ ପୁଲିସ ଡ୍ରାଇଭର, ଆଉ ସନ୍ଧ୍ୟା ହେଲେ ଚେନ...

ଛତ୍ରପୁରରେ ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ, ୨ ଲକ୍ଷ ଟଙ୍କାର ବାଣ ଜବତ; ଜଣେ ଗିରଫ

ଛତ୍ରପୁରରେ ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ,...

ଛତ୍ରପୁର: ପାର୍ବଣ ଋତୁ ପୂର୍ବରୁ ବେଆଇନ ବାଣ କାରବାର ଉପରେ...

ଓଡ଼ିଶାରେ ଟର୍ଣ୍ଣାଡୋ ଆଶଙ୍କା କେତେ ବଡ଼? କରଞ୍ଜିଆରୁ ଏରସମା ଘଟଣା, ଜାଣନ୍ତୁ ଘୂର୍ଣ୍ଣିଝଡ଼ ସୃଷ୍ଟିର କାରଣ

ଓଡ଼ିଶାରେ ଟର୍ଣ୍ଣାଡୋ ଆଶଙ୍କା କେତେ ବଡ଼? କରଞ୍ଜିଆରୁ...

ଓଡ଼ିଶା କହିଲେ ମନକୁ ଆସେ ବାତ୍ୟା, ବନ୍ୟା ଓ କାଳବୈଶାଖୀର ଚ...

ED ଚଢ଼ାଉ ବେଳେ ବଡ଼ ଖୁଲାସା! ଘରୁ ମିଳିଲା ହାତୀ ଦାନ୍ତ ଓ ହରିଣ ଶିଙ୍ଗ, ଗିରଫ ହେଲେ ଈଶ୍ୱର

ED ଚଢ଼ାଉ ବେଳେ ବଡ଼ ଖୁଲାସା! ଘରୁ...

ଭୁବନେଶ୍ୱର: ଆର୍ଥିକ ଠକେଇ ମାମଲାରେ ED ଚଢ଼ାଉ ଚାଲିଥିବା ବ...

ନବରଙ୍ଗପୁରରେ ଅଭାବନୀୟ କାଣ୍ଡ! ତନ୍ତ୍ରବିଦ୍ୟା ପାଇଁ ମଶାଣିରେ ବୀଭତ୍ସ କାଣ୍ଡ ! ସମାଧି ଖୋଳି ଶବରୁ କାଟିନେଲେ ମୁଣ୍ଡ

ନବରଙ୍ଗପୁରରେ ଅଭାବନୀୟ କାଣ୍ଡ! ତନ୍ତ୍ରବିଦ୍ୟା ପାଇଁ ମଶାଣିରେ...

ନବରଙ୍ଗପୁର: ମଶାଣିରେ ଅମାନବୀୟ ଓ ଚାଞ୍ଚଲ୍ୟକର ଘଟଣା। ସମାଧ...

ଦୀପାବଳି ପୂର୍ବରୁ ଭୁବନେଶ୍ୱରରେ ବାଣ ବିକ୍ରି ଆରମ୍ଭ! କଡ଼ା ସୁରକ୍ଷା ନିୟମ, ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ

ଦୀପାବଳି ପୂର୍ବରୁ ଭୁବନେଶ୍ୱରରେ ବାଣ ବିକ୍ରି ଆରମ୍ଭ!...

ଭୁବନେଶ୍ୱର: ଆଲୋକର ପର୍ବ ଦୀପାବଳିକୁ ଆଉ ଅଳ୍ପ ଦିନ ବାକି।...

କୋଟିଆରେ ଓଡ଼ିଶାର କଟକଣାକୁ ଚକ୍‌ମା! ଜଙ୍ଗଲ ରାସ୍ତାରେ ଯାଇ ଆନ୍ଧ୍ରରେ ଭୋଟ୍ ଦେଲେ ୮୦୦ରୁ ଅଧିକ ଭୋଟର

କୋଟିଆରେ ଓଡ଼ିଶାର କଟକଣାକୁ ଚକ୍‌ମା! ଜଙ୍ଗଲ ରାସ୍ତାରେ...

ପୁଣି ଚର୍ଚ୍ଚାରେ ଓଡ଼ିଶା-ଆନ୍ଧ୍ର ସୀମା ବିବାଦୀୟ ଅଞ୍ଚଳ କୋ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+