ବାତ୍ୟା ‘ଆର୍ଣ୍ଣବ’ର ପ୍ରଭାବକୁ ନଜରରେ ରଖି ପାରାଦୀପ ବନ୍ଦରରେ ନମ୍ବର-୨ ବିପଦ ସଙ୍କେତ (Distant Warning Signal No. II) ଜାରି ରହିଛି। ଜଗତସିଂହପୁର ଜିଲ୍ଲାର ପାରାଦୀପ ବନ୍ଦରରେ ସତର୍କତା ବଢ଼ାଯାଇଥିବା ବେଳେ ବନ୍ଦର କର୍ତ୍ତୃପକ୍ଷ ସ୍ଥିତି ଉପରେ ନଜର ରଖିଛନ୍ତି।
ବନ୍ଦରରେ ଥିବା କାର୍ଗୋ ଜାହାଜ, କୋଷ୍ଟଗାର୍ଡ ଜାହାଜ, ଡଙ୍ଗା ଓ ଡ୍ରେଜରଗୁଡ଼ିକୁ ଆବଶ୍ୟକ ନିର୍ଦ୍ଦେଶ ମିଳିବା ମାତ୍ରେ ବନ୍ଦର ଓ ଆଙ୍କରେଜ୍ ଅଞ୍ଚଳ ଛାଡ଼ି ସମୁଦ୍ରର ଅପେକ୍ଷାକୃତ ସୁରକ୍ଷିତ ଅଞ୍ଚଳକୁ ଯିବା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି।
ସେହିପରି ବନ୍ଦର ଭିତରେ ମାଲ ପରିବହନ ଓ ହ୍ୟାଣ୍ଡଲିଂରେ ବ୍ୟବହୃତ ଭାରୀ ଯାନ, କ୍ରେନ୍ ଓ ଲୋଡର୍ଗୁଡ଼ିକୁ ସୁରକ୍ଷିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ସ୍ଥାନରେ ହାଇ-ମାଷ୍ଟ ଲାଇଟ୍ଗୁଡ଼ିକୁ ତଳକୁ କରାଯାଉଛି।
ବାତ୍ୟାକୁ ଦୃଷ୍ଟିରେ ରଖି ପାରାଦୀପ ବେଳାଭୂମିରେ ସାଧାରଣ ଲୋକଙ୍କ ପ୍ରବେଶକୁ ମଧ୍ୟ ନିଷିଦ୍ଧ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି। ମଙ୍ଗଳବାର ସକାଳଠାରୁ ପାରାଦୀପ ଆକାଶ ମେଘାଚ୍ଛନ୍ନ ରହିଥିବା ଜଣାପଡ଼ିଛି।
ପାଣିପାଗ ବିଭାଗ ଅନୁସାରେ, ‘ଆର୍ଣ୍ଣବ’ ଅକ୍ଟୋବର ୨୮ ତାରିଖରେ ଆନ୍ଧ୍ରପ୍ରଦେଶର ବାପଟଲା ଓ ବିଶାଖାପାଟଣା ମଧ୍ୟରେ, ୟାନାମ ନିକଟରେ ଅତି ଭୀଷଣ ବାତ୍ୟା ଭାବେ ସ୍ଥଳଭାଗ ଅତିକ୍ରମ କରିପାରେ। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ୧୧୫-୧୨୫ କିମି ପ୍ରତି ଘଣ୍ଟା, ଝଟକା ପବନ ସର୍ବାଧିକ ୧୪୦ କିମି ପ୍ରତି ଘଣ୍ଟା ପର୍ଯ୍ୟନ୍ତ ପହଞ୍ଚିପାରେ।
ଏହାର ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଜିଲ୍ଲାଗୁଡ଼ିକରେ ଭାରୀରୁ ଅତିଭାରୀ ବର୍ଷା ଓ ଝଡ଼ ପବନର ଆଶଙ୍କା ରହିଛି। ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଭଳି ଜିଲ୍ଲାକୁ ନେଇ ପ୍ରଶାସନ ସତର୍କ ରହିଛି।
ଏହି ସମୟରେ ସମୁଦ୍ରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ପାରାଦୀପ ଓ ଧାମରା ବନ୍ଦରରେ Distant Warning Signal-II ଜାରି ରହିଥିବା ବେଳେ ପୁରୀ ଓ ଗୋପାଳପୁର ବନ୍ଦରରେ ମଧ୍ୟ ସତର୍କତା ସଙ୍କେତ ଜାରି ରହିଛି।
ନୂଆଦିଲ୍ଲୀର ସମ୍ବିଧାନ ସଦନରେ ଅକ୍ଟୋବର ୨୬ ଓ ୨୭ରେ ୧୨ତମ ବ...
ଆନ୍ଧ୍ର ଉପକୂଳରେ ବଡ଼ ବିପଦର ଆଶଙ୍କା IMDର ନୂଆ ସୂଚନା...
ନେତାନ୍ୟାହୁଙ୍କ ସାମ୍ନାରେ କଡ଼ା ଚ୍ୟାଲେଞ୍ଜ ପ୍ରାୟ ୧୯...
‘ଅର୍ଣ୍ଣବ’ ନାମ କିଏ ଦେଇଛି? ବାଂଲାଦେଶ &...
ଲୁଲାଙ୍କ ବିଜୟ, ହାରିଲେ ଫ୍ଲାଭିଓ ବୋଲସୋନାରୋ ରବିବାର ହ...
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ନିଜ ଗ୍ରାହକଙ୍କ ତଥ୍ୟ...
ଘୋଣ୍ଡା ଓ ନାଙ୍ଗଲୋଇରେ ଚଢ଼ାଉ ଦିଲ୍ଲୀ ପୋଲିସ କ୍ରାଇମ୍...
ହରିୟାଣାର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଆମ...