କଟକରେ ଏକ ଚଞ୍ଚଳକର ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ବିବାହର ପ୍ରଲୋଭନ ଦେଇ ଜିମ୍ ଟ୍ରେନର ଜଣେ ଯୁବତୀଙ୍କୁ ପୁନଃପୁନି ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। କଟକ ପୋଲିସ ଏହି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମ ତୋଫାନ ବେହେରା (୨୭), ଯିଏ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଅଞ୍ଚଳର ନିବାସୀ ଏବଂ ବର୍ତ୍ତମାନ କଟକର ଜଗତପୁର ନିମପୁର ଅଞ୍ଚଳରେ ବସବାସ କରୁଥିଲେ। ବାଦମବାଡ଼ି ଥାନାରେ ଦାଖଲ ହୋଇଥିବା ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି ଏବଂ କୋର୍ଟକୁ ପଠାଇଛି।
ପୀଡ଼ିତା (୨୨) ବାଦମବାଡ଼ି ଅଞ୍ଚଳର ନିବାସୀ ହୋଇଥିବାବେଳେ, ସେ ୨୦୨୫ରେ ଜଗତପୁରର ଏକ ଜିମ୍ରେ ଟ୍ରେନିଂ ପାଇଁ ଯୋଗଦେଇଥିଲେ। ସେଠାରେ ତୋଫାନଙ୍କ ସହିତ ପରିଚୟ ହୋଇ ଦୁହେଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ପରେ ତୋଫାନ ବିବାହ ପ୍ରସ୍ତାବ ଦେଇଥିଲେ ଓ ଯୁବତୀ ସେଥିରେ ସମ୍ମତି ଦେଇଥିଲେ।
କିନ୍ତୁ ବିବାହର ଆଶ୍ୱାସନ ଦେଇ ତୋଫାନ କଟକର ବିଭିନ୍ନ ହୋଟେଲକୁ ନେଇ ଯାଇ ଯୁବତୀଙ୍କୁ ପୁନଃପୁନି ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ପରେ ସେ ବିବାହକୁ ଅସ୍ୱୀକାର କରି ଯୁବତୀଙ୍କ ସହିତ ସମ୍ପର୍କ ଭଙ୍ଗ କରିଦେଇଥିଲେ।
ଏହା ପରେ ପୀଡ଼ିତା ବାଦମବାଡ଼ି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତତ୍କ୍ଷଣାତ୍ କାର୍ଯ୍ୟନୁଷ୍ଠାନ ନେଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ବର୍ତ୍ତମାନ ଘଟଣାର ତଦନ୍ତ ଜାରି ରହିଛି।
ୟୁକ୍ରେନ୍ର କିଭ୍ ଅଞ୍ଚଳର ବୁଚା ଜିଲ୍ଲାର ମାଇଲା ଗାଁରେ ଶୁକ...
ଫ୍ରାନ୍ସର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଭୟଙ୍କର ଟର୍ନାଡୋ ତାଣ୍...
କାନାଡାର ଏଡମଣ୍ଟନ୍‌ସ୍ଥିତ ଏକ ଶିଖ୍ ଗୁରୁଦ୍ୱାରରେ ଭୋ...
ଭାରତୀୟ ବଜାରରେ ମିଳୁଥିବା ଅନେକ ପ୍ରସିଦ୍ଧ ଗ୍ଲୋବାଲ୍ ବ୍ରା...
ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲର୍ଡ୍ସରେ ଚାଲିଥିବା ଟେଷ୍ଟକ...
ଆଗ୍ରାରେ ତାମିଲନାଡୁ ଏକ୍ସପ୍ରେସ୍ର ଏକ ଅନରିଜର୍ଭ୍ଡ କୋଚ୍ରୁ...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ସ୍ୱିଡେନ୍‌ର ମଧ୍ୟଭାଗରେ ଥିବା ଫାଗେର୍ଷ୍ଟା ସହରର ଏକ...
ଗ୍ରୀନଲ୍ୟାଣ୍ଡରେ ଜଳବାୟୁ ପରିବର୍ତ୍ତନର ଆଉ ଏକ ବଡ଼ ପ୍ରଭାବ...
ଜିମ୍‌ରୁ ବାହାରିବା ପରେ ଚାରିଜଣ ସନ୍ଦିଗ୍ଧ ଆକ୍ରମଣକା...
ନେପାଳର ରାସୁୱା ଜିଲ୍ଲାରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆ...