କଟକ: ରୂପାର ସହର କଟକରେ ଆରମ୍ଭ ହେବାକୁ ଯାଉଛି ଐତିହାସିକ ବାଲିଯାତ୍ରା। ଏହି ମହାମେଳାକୁ ଆସୁଥିବା ଲକ୍ଷାଧିକ ଲୋକଙ୍କ ସୁରକ୍ଷା ଓ ଯାତାୟାତକୁ ସୁବ୍ୟବସ୍ଥିତ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଚଳିତବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଆଠ ଦିନ ଧରି ଚାଲିବ ବାଲିଯାତ୍ରା।
ବାଲିଯାତ୍ରା ସମୟରେ ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ବଜାୟ ରଖିବାକୁ ୭୦ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ପ୍ରାୟ ୪୦୦ ପୋଲିସ ଅଧିକାରୀ ମୁତୟନ ହେବେ। ମେଳା ପଡ଼ିଆର ବିଭିନ୍ନ ସ୍ଥାନରେ ୩୮ଟି ୱାଚ୍ ଟାୱାର ନିର୍ମାଣ କରାଯିବ। ଏହାସହ ୧୨୦୦ଟି ସିସିଟିଭି କ୍ୟାମେରା ଓ ୧୦୦ଟି AI କ୍ୟାମେରା ମାଧ୍ୟମରେ ଭିଡ଼ ଉପରେ ନଜର ରଖାଯିବ।
ଉଭୟ ଉପର ଓ ତଳ ବାଲିଯାତ୍ରା ପଡ଼ିଆରେ ପୋଲିସ ସହାୟତା କେନ୍ଦ୍ର ମଧ୍ୟ ଖୋଲାଯିବ। ଏହାଦ୍ୱାରା ଦର୍ଶକମାନେ ଚୋରି, ମୋବାଇଲ୍ ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ସହଜରେ ଅଭିଯୋଗ କରିପାରିବେ।
ବାଲିଯାତ୍ରା ସମୟରେ କଟକ ସହରରେ ପ୍ରତିଦିନ ଅପରାହ୍ନ ୨ଟାରୁ ଭିଡ଼ ହଟିବା ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଉପରେ ନିୟନ୍ତ୍ରଣ ରହିବ। ନଭେମ୍ବର ୨୪ରୁ ଡିସେମ୍ବର ୧ ପର୍ଯ୍ୟନ୍ତ କଟକ ସହର ଓ ରିଂ ରୋଡ୍ରେ ଭାରୀ ଯାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ।
ବେଲଭ୍ୟୁ, ସତୀଚଉରା, ସେଲ୍ଟର ଛକ ଓ କନିକା ଛକ ଭଳି ପ୍ରବେଶ ପଥ ଦେଇ ବାଲିଯାତ୍ରା ପଡ଼ିଆକୁ ସିଧାସଳଖ ଗାଡ଼ି ନେବା ଉପରେ କଟକଣା ଲାଗୁ ହେବ।
ଭୁବନେଶ୍ୱର, ନନ୍ଦନକାନନ, ବାରଙ୍ଗ ଓ ତ୍ରିଶୁଳିଆ ପଟୁ: କାଠଯୋଡ଼ି ରିଂ ରୋଡ୍ ଦେଇ ଆସୁଥିବା ଗାଡ଼ିଗୁଡ଼ିକୁ CDA-11 ଛକ ଓ ଚହଟା ଛକ ପାର୍କିଂ ଆଡ଼କୁ ଡାଇଭର୍ଟ କରାଯିବ।
ଆଠଗଡ଼ ଓ ବାଙ୍କୀ ପଟୁ: ନରାଜ ବ୍ରିଜ୍ ଓ ମଧୁସୂଦନ ବ୍ରିଜ୍ ଦେଇ ଗାଡ଼ି ଆସିପାରିବ। ଚହଟା ଛକ, ଗୋରାକବର ଗ୍ରାଉଣ୍ଡ ଓ ଖ୍ରୀଷ୍ଟିଆନ୍ ଗ୍ରାଉଣ୍ଡରେ ପାର୍କିଂ ବ୍ୟବସ୍ଥା ରହିବ।
ଅନ୍ୟ ଅଞ୍ଚଳରୁ ଆସୁଥିବା ଦର୍ଶକ: ଦୟାଶ୍ରମ, କ୍ୟାଣ୍ଟନମେଣ୍ଟ ଥାନା, ବୋସ୍ ଇଞ୍ଜିନିୟରିଂ କଲେଜ, ସିଲଭର ସିଟି ବୋଟିଂ କ୍ଲବ୍ ଓ ଅନ୍ୟ ନିର୍ଦ୍ଧାରିତ ସ୍ଥାନରେ ଗାଡ଼ି ପାର୍କିଂ କରିପାରିବେ।
ଚହଟା ଛକ ପାର୍କିଂ ସ୍ଥଳରୁ କ୍ୟାଣ୍ଟନମେଣ୍ଟ ଥାନା ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ସଟଲ୍ ବସ୍ ସେବା ଯୋଗାଇ ଦିଆଯିବ। ଏହାଦ୍ୱାରା ଦର୍ଶକମାନେ ମେଳା ପଡ଼ିଆ ନିକଟରେ ସହଜରେ ପହଞ୍ଚିପାରିବେ।
ଟ୍ରାଫିକ୍ କଟକଣା ସତ୍ତ୍ୱେ ପୋଲିସ, ଅଗ୍ନିଶମ ବିଭାଗ ଓ ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ସେବା ଗାଡ଼ିଗୁଡ଼ିକୁ ଏହି କଟକଣାରୁ ବାଦ୍ ଦିଆଯାଇଛି।
ପୋଲିସ ପକ୍ଷରୁ ଦର୍ଶକମାନଙ୍କୁ ନିର୍ଦ୍ଧାରିତ ପାର୍କିଂ ସ୍ଥାନରେ ଗାଡ଼ି ରଖିବା, ସମ୍ଭବ ହେଲେ ସାଧାରଣ ପରିବହନ ବ୍ୟବହାର କରିବା ଏବଂ ଟ୍ରାଫିକ୍ ନିୟମ ପାଳନ କରିବାକୁ ଅନୁରୋଧ କରାଯାଇଛି।
ନୂଆଦିଲ୍ଲୀ: ଭାରତ ଓ ନେପାଳ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ...
ହୃଦୟ ଅସ୍ତ୍ରୋପଚାରରେ ଆସୁଛି ବଡ଼ ପରିବର୍ତ୍ତନ ଚିକିତ୍ସ...
ନୂଆଦିଲ୍ଲୀ: ଯୁବପିଢ଼ିଙ୍କୁ ସାମାଜିକ, ରାଜନୈତିକ ଓ ସାଂସ୍କ...
ଦାମୀ ଫେସିଆଲ୍ ନୁହେଁ, ଘରେ ତିଆରି କରନ୍ତୁ ଏହି ଜୁସ୍! ଗାଜ...
ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନରେ ଲାଗି ରହିଥିବା ଅ...
ନୂଆଦିଲ୍ଲୀ:ଉତ୍ତରପ୍ରଦେଶରେ ଧାର୍ମିକ ସ୍ଲୋଗାନକୁ ନେଇ ରାଜନ...
ନୂଆଦିଲ୍ଲୀ: ଭାରତ ଓ ନେପାଳ ମଧ୍ୟରେ ସମ୍ପର୍କକୁ ଆହୁରି ମଜଭ...
ନୂଆଦିଲ୍ଲୀ: ଏସିଆରେ ଭାରତର ଶକ୍ତି ଓ ପ୍ରଭାବ ଆହୁରି ମଜବୁତ...