ନୂଆଦିଲ୍ଲୀ: ଭାରତ ଓ ନେପାଳ ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ କରିବା ଦିଗରେ ବଡ଼ ପଦକ୍ଷେପ। ନେପାଳର ପ୍ରଧାନମନ୍ତ୍ରୀ ବାଲେନ୍ ଶାହ ସୋମବାର ନୂଆଦିଲ୍ଲୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ରାଷ୍ଟ୍ରପତି ଭବନରେ ବାଲେନ୍ ଶାହଙ୍କୁ ଔପଚାରିକ ଭବ୍ୟ ସ୍ୱାଗତ କରାଯାଇଥିଲା। ନେପାଳ ପ୍ରଧାନମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ।
ମୋଦୀ ଓ ବାଲେନ୍ ଶାହଙ୍କ ମଧ୍ୟରେ ହେବାକୁ ଥିବା ଦ୍ୱିପାକ୍ଷିକ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସ୍ଥାନ ପାଇବ। ବିଶେଷକରି ଶକ୍ତି, ଜଳବିଦ୍ୟୁତ ପ୍ରକଳ୍ପ, ରେଳପଥ, ବାଣିଜ୍ୟ, ଭିତ୍ତିଭୂମି ବିକାଶ ଓ ଦୁଇ ଦେଶ ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉପରେ ଆଲୋଚନା ହେବ।
ଏହି ଗସ୍ତରେ ଦୁଇ ଦେଶର ଦୀର୍ଘଦିନର ବନ୍ଧୁତ୍ୱକୁ ନୂଆ ଦିଗ ଦେବା ସହ ଆର୍ଥିକ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ।
ଏହି ଗସ୍ତର ଆଉ ଏକ ପ୍ରମୁଖ ଆକର୍ଷଣ ହେଉଛି ଅଯୋଧ୍ୟା ଓ ନେପାଳର ଜନକପୁର ମଧ୍ୟରେ ରେଳ ସଂଯୋଗ। ଉଭୟ ଦେଶର ପ୍ରଧାନମନ୍ତ୍ରୀ ଭର୍ଚୁଆଲ୍ ମାଧ୍ୟମରେ ସରୟୁ-କମଳା ଏକ୍ସପ୍ରେସ୍ର ଶୁଭାରମ୍ଭ କରିବା କାର୍ଯ୍ୟକ୍ରମ ରହିଛି। ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ରେଳ ଯୋଗାଯୋଗ ଓ ଧାର୍ମିକ ପର୍ଯ୍ୟଟନକୁ ନୂଆ ଗତି ମିଳିବା ଆଶା କରାଯାଉଛି।
ବୈଠକ ପରେ ଭାରତ ଓ ନେପାଳ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ବୁଝାମଣାପତ୍ର (MoU) ସ୍ୱାକ୍ଷର ହେବାର ସମ୍ଭାବନା ରହିଛି। ଏହାସହ ନେପାଳରେ ଅନେକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ନୂଆ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ମଧ୍ୟ ରହିଛି।
ବାଲେନ୍ ଶାହଙ୍କ ଏହି ଭାରତ ଗସ୍ତ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ରାଜନୈତିକ, ଆର୍ଥିକ ଓ ସାଂସ୍କୃତିକ ସମ୍ପର୍କକୁ ଆହୁରି ମଜଭୁତ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।
ନୂଆଦିଲ୍ଲୀ: କ୍ରିକେଟ୍ ପଡ଼ିଆରେ ନିଜର ଲେଗ୍ ସ୍ପିନ୍ ବୋଲିଂ...
ହାଇଦ୍ରାବାଦ: ୨୦୨୮ ତେଲେଙ୍ଗାନା ବିଧାନସଭା ନିର୍ବାଚନକୁ ନେ...
ଦୋହା:କ୍ରିକେଟ୍ ମଇଦାନରେ ପୁଣି ଦେଖିବାକୁ ମିଳିବ ଭାରତ-ପାକ...
ୱେଲିଂଟନ୍: ଭାରତୀୟ କ୍ରିକେଟ୍ ଦଳକୁ ଲାଗିଛି ବଡ଼ ଝଟକା। ନ୍...
ମୁମ୍ବାଇ: ଆଇପିଏଲ୍‌ ୨୦୨୭ ପାଇଁ ଏବେଠାରୁ ପ୍ରସ୍ତୁତି...
ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନରେ ଲାଗି ରହିଥିବା ଅ...
ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ପୁଣି ତେଜିଲା ବିଜେପି-ବିଜ...