ନିଶା କାରବାର ଓ କଫ୍ ସିରପ୍ର ଦୁରୁପଯୋଗକୁ ରୋକିବା ପାଇଁ କେନ୍ଦ୍ର ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ଡ୍ରଗ୍ସ ରୁଲ୍ସ, ୧୯୪୫ରେ ସଂଶୋଧନ କରି ସରକାର ଅଧିକ ଆଲକହଲ୍ ଥିବା କଫ୍ ସିରପ୍ ଓ ଟନିକ୍ ବିକ୍ରି ଉପରେ କଠୋର ନିୟମ ଲାଗୁ କରିଛନ୍ତି।
ନୂଆ ନିୟମ ଅନୁଯାୟୀ,୧୨ ପ୍ରତିଶତରୁ ଅଧିକ ଆଲକହଲ୍ ଥିବା ଓରାଲ୍ ଔଷଧ ଏବେ 'Schedule H1' ଶ୍ରେଣୀରେ ରହିବ। ଫଳରେ ଏହି ଔଷଧଗୁଡ଼ିକ ବିନା ଡାକ୍ତରୀ ପ୍ରେସକ୍ରିପସନରେ ମେଡିସିନ୍ ଦୋକାନରୁ ବିକ୍ରି କରାଯିବ ନାହିଁ।
ସରକାରଙ୍କ କହିବା ଅନୁଯାୟୀ, ଦେଶର ବିଭିନ୍ନ ସ୍ଥାନରେ କଫ୍ ସିରପ୍ ଓ ଟନିକ୍କୁ ନିଶାଦ୍ରବ୍ୟ ଭାବେ ବ୍ୟବହାର କରିବାର ପ୍ରବୃତ୍ତି ବଢ଼ୁଛି। ବିଶେଷକରି ଯୁବପିଢ଼ି ଏହି ନିଶା ଜାଲରେ ଫସି ନିଜ ସ୍ୱାସ୍ଥ୍ୟ ଓ ଭବିଷ୍ୟତକୁ ବିପଦରେ ପକାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାର ଏହି ନୂଆ ନିୟମ ପ୍ରଣୟନ କରିଛନ୍ତି।
'Schedule H1' ଶ୍ରେଣୀରେ ପୂର୍ବରୁ ନିଦ ବଟିକା, ଶକ୍ତିଶାଳୀ ପେନକିଲର୍ ଓ କିଛି ନିୟନ୍ତ୍ରିତ ଔଷଧ ସାମିଲ ଥିବାବେଳେ, ଏବେ ଅଧିକ ଆଲକହଲ୍ ଥିବା କଫ୍ ସିରପ୍ ଓ ଟନିକ୍କୁ ମଧ୍ୟ ଏହି ତାଲିକାରେ ରଖାଯାଇଛି।
ଏହାସହ ପ୍ରତ୍ୟେକ କଫ୍ ସିରପ୍ ବୋତଲ ଉପରେ ସ୍ପଷ୍ଟ ସତର୍କତାମୂଳକ ୱାର୍ଣ୍ଣିଂ ଲେବଲ୍ ଲଗାଇବା ବାଧ୍ୟତାମୂଳକ କରାଯାଇଛି। କମ୍ପାନିରୁ ଉତ୍ପାଦନ ଠାରୁ ଆରମ୍ଭ କରି ଖୁଚୁରା ବିକ୍ରେତାଙ୍କ ପାଖକୁ ପହଞ୍ଚିବା ପର୍ଯ୍ୟନ୍ତ ସମଗ୍ର ସପ୍ଲାଇ ଚେନ୍ ଉପରେ ସରକାର କଡ଼ା ନଜର ରଖିବେ। ନିୟମ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।
କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଶୁକ୍ରବା...
ଢେଙ୍କାନାଳ ଜିଲ୍ଲାରେ ଏକ ବଡ଼ ବସ୍ ଦୁର୍ଘଟଣାରୁ ପ୍ରାୟ ୫୦...
ନ୍ୟୁୟର୍କ: US Open 2026 ଦ୍ୱିତୀୟ ସପ୍ତାହରେ ପହଞ୍ଚିଛି।...
ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଖେଳାଳିଏସ୍. ବଦ୍ରିନାଥଭ...
ଭାରତର ନୂଆ GDP ତଥ୍ୟକୁ ନେଇ ଚାଲିଥିବା ବିତର୍କ ଧୀରେ ଧୀରେ...
ଆମେରିକା-ଚୀନ୍ ବାଣିଜ୍ୟ ସମ୍ପର୍କ ମଧ୍ୟରେ ଆଉ ଏକ ବଡ଼ କୂଟନ...
ନବରଙ୍ଗପୁର: ଗୋଟିଏ ଜମିରୁ ଧାନ ସହ ମାଛ ଚାଷ କରି ଚାଷୀଙ୍କ...
ଗଞ୍ଜାମ: ମାସ ମାସ ଧରି ସାମାଜିକ ସୁରକ୍ଷା ଭତ୍ତା ନମିଳିବାକ...
ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଏବେ ଦଳର ଚୟନ କମିଟି ଏ...
ଯାତ୍ରା ସମୟରେ ଅଜଣା ବ୍ୟକ୍ତିଙ୍କଠାରୁ ଖାଦ୍ୟ କିମ୍ବା ପାନୀ...
ନ୍ୟୁୟର୍କ: ୟୁଏସ୍‌ ଓପନ୍‌ରେ ଭାରତୀୟ ଟେନିସ୍&z...