ନୀଳଗିରି: ବାଲେଶ୍ୱର ଜିଲ୍ଲାର ନୀଳଗିରିରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ୭୧ତମ ଜନ୍ମଦିନ ଉତ୍ସବକୁ ନେଇ ଉତ୍ସାହ ଦେଖାଦେଇଛି। ଏହି ଉତ୍ସବରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୀଳଗିରି ଗସ୍ତ କରିବେ। ଜନ୍ମଦିନ ପାଳନ ସହିତ ଏହି କାର୍ଯ୍ୟକ୍ରମରେ ସାମାଜିକ ସେବା ଓ ଜନକଲ୍ୟାଣମୂଳକ ପଦକ୍ଷେପକୁ ଗୁରୁତ୍ୱ ଦିଆଯାଇଛି।
ଏହି ଅବସରରେ ଦିବ୍ୟାଙ୍ଗମାନଙ୍କୁ ସାଇକେଲ ବଣ୍ଟନ କରାଯିବ। ଏଥିସହ ୨୫ଟି ମହିଳା ଗୋଷ୍ଠୀଙ୍କୁ ସିଲାଇ ମେସିନ ପ୍ରଦାନ କରାଯିବ। ଏହାଦ୍ୱାରା ଦିବ୍ୟାଙ୍ଗମାନଙ୍କ ଯାତାୟାତରେ ସହାୟତା ମିଳିବା ସହ ମହିଳା ଗୋଷ୍ଠୀଙ୍କ ଜୀବିକା ଓ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହନ ମିଳିବ ବୋଲି ଆଶା କରାଯାଉଛି।
ନୀଳଗିରି ଯୁବ ସ୍ୱାଭିମାନ ମଞ୍ଚ ପକ୍ଷରୁ ସାଂସଦଙ୍କ ୭୧ତମ ଜନ୍ମଦିନ ଉତ୍ସବ ଆୟୋଜନ କରାଯାଉଛି। ମୁଖ୍ୟମନ୍ତ୍ରୀ ମାଝୀ କେକ୍ କାଟି ସାଂସଦଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇବେ। ଏହା ସହିତ ଏକ ବିଶାଳ ରକ୍ତଦାନ ଶିବିରକୁ ଉଦ୍ଘାଟନ କରିବେ ବୋଲି ଯୁବ ସ୍ୱାଭିମାନ ମଞ୍ଚର ସଭାପତି ଚନ୍ଦ୍ରବିନ୍ଦୁ ଦାସ ସୂଚନା ଦେଇଛନ୍ତି।
କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ପାଇଁ ବାଲେଶ୍ୱର ଏସ୍ପି ନୀଳଗିରି ଗସ୍ତ କରି ଡାକବଙ୍ଗଳା ଯାଞ୍ଚ କରିଛନ୍ତି।
ପ୍ରକାଶିତ କାର୍ଯ୍ୟସୂଚୀ ଅନୁସାରେ, ବାଲେଶ୍ୱରରେ କାର୍ଯ୍ୟକ୍ରମ ଶେଷ କରି ମୁଖ୍ୟମନ୍ତ୍ରୀ ଅପରାହ୍ନ ପ୍ରାୟ ୧ଟା ୫୦ ମିନିଟ୍ରେ ସଡ଼କ ପଥରେ ନୀଳଗିରି ପହଞ୍ଚିବେ। ଜନ୍ମଦିନ ଉତ୍ସବ ଓ ରକ୍ତଦାନ ଶିବିରରେ ଯୋଗଦେବା ପରେ ଅପରାହ୍ନ ପ୍ରାୟ ୨ଟା ୨୦ ମିନିଟ୍ରେ ନୀଳଗିରି କଲେଜ ପଡ଼ିଆ ନିକଟ ହେଲିପ୍ୟାଡ୍ରୁ ଫେରିବାର କାର୍ଯ୍ୟକ୍ରମ ରହିଛି।
ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜର ସାଂସଦ ଓ ବିଧାୟକମାନେ ଉପସ୍ଥିତ ରହିବାର ସୂଚନା ରହିଛି।
ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ମୂଲ୍ୟବାନ କମ୍ପାନୀଗୁଡ଼ିକ ମ...
ବିଶ୍ୱ ବଜାରରେ ଅଶୋଧିତ ତୈଳ ଦରକୁ ନେଇ ଆସିଛି ବଡ଼ ଖବର। ଆମ...
ଶୀତଦିନ ଆସିବା ସହ ଏବେ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧିକୁ ନେଇ...
♈ ମେଷ ରାଶି (Aries) ଏହି ସପ୍ତାହ ମେଷ ରାଶିର ବ୍ୟକ୍ତ...
ବେଙ୍ଗାଲୁରୁ: ବିଶ୍ୱର ଦୁଇଟି ବଡ଼ ମଦ ବଜାର ଆମେରିକା ଓ ଚୀନ...