ଭୁବନେଶ୍ୱରର ଶିଶୁ ଭବନ ଛକ ଅଞ୍ଚଳରେ ଜଣେ ନାବାଳକଙ୍କ ମୃତ୍ୟୁକୁ କେନ୍ଦ୍ର କରି ଶନିବାର ଉତ୍ତେଜନା ଦେଖାଦେଇଛି। ଚିକିତ୍ସା ଅବହେଳା ଅଭିଯୋଗ ଆଣି ମୃତ ଶିଶୁଙ୍କ ପରିବାର ଲୋକେ ମୃତଦେହ ରାସ୍ତା ଉପରେ ରଖି ରାସ୍ତାରୋକ କରିଥିଲେ। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ନ୍ୟାୟ ଦାବି କରିଥିଲେ ପରିବାର ସଦସ୍ୟ।
ପରିବାରର ଅଭିଯୋଗ ଅନୁସାରେ, ସମନ୍ତରାପୁର ଅଞ୍ଚଳର ନାବାଳକଙ୍କୁ ବାନ୍ତି ଓ ପ୍ରବଳ ମୁଣ୍ଡବିନ୍ଧା ହେବାରୁ ଗୁରୁବାର ରାତିରେ ଶିଶୁ ଭବନ ଛକ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଡାକ୍ତରମାନେ ଶିଶୁଟିକୁ ‘ବ୍ରେନ୍ ଡେଡ୍’ ଘୋଷଣା କରିଥିବା ସହ ଚିକିତ୍ସା ପାଇଁ ୧୦ରୁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।
ପରିବାରର କହିବା ଅନୁସାରେ, ସେମାନେ ୧୦ ଲକ୍ଷ ଟଙ୍କାର ବ୍ୟବସ୍ଥା କରିବା ପରେ ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ ଶିଶୁଟିକୁ ଡିସଚାର୍ଜ କରିନଥିଲେ। ବିଲ୍ ପୈଠ କରିବା ପରେ ମାତ୍ର ଡିସଚାର୍ଜ କରାଯିବ ବୋଲି କୁହାଯାଇଥିଲା। ପରେ ଶିଶୁଟିର ମୃତ୍ୟୁ ହୋଇଥିବା ସୂଚନା ମିଳିବା ପରେ ପରିବାର ଲୋକେ ଡାକ୍ତରଖାନା ବିରୋଧରେ ଚିକିତ୍ସା ଅବହେଳା ଅଭିଯୋଗ ଆଣିଥିଲେ।
ଅନ୍ୟପଟେ ହସ୍ପିଟାଲ କର୍ତ୍ତୃପକ୍ଷ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ହସ୍ପିଟାଲର ଶିଶୁରୋଗ ବିଶେଷଜ୍ଞ ଡା. ବିଚିତ୍ର ନନ୍ଦ ରାଉତ କହିଛନ୍ତି ଯେ, ଶିଶୁଟିର ମସ୍ତିଷ୍କରେ କୌଣସି ପ୍ରତିକ୍ରିୟା ନଥିବାରୁ ତାକୁ ବ୍ରେନ୍ ଡେଡ୍ ଘୋଷଣା କରାଯାଇଥିଲା। ପରିବାର ଲୋକେ ନିଜ ଇଚ୍ଛାରେ ଶିଶୁକୁ ହସ୍ପିଟାଲରୁ ନେଇଯାଇଥିଲେ ବୋଲି ସେ କହିଛନ୍ତି। ପରେ ପୁଣି ହସ୍ପିଟାଲକୁ ଆଣିବା ବେଳେ ଶିଶୁଟିର ହୃଦସ୍ପନ୍ଦନ ନଥିବାରୁ ତାକୁ ‘ବ୍ରଟ୍ ଡେଡ୍’ ଘୋଷଣା କରାଯାଇଥିବା ମେଡିକାଲ ରେକର୍ଡରେ ଉଲ୍ଲେଖ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।
ଘଟଣାକୁ ନେଇ ପରିବାର ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବିବାଦ ଜାରି ରହିଛି। ପ୍ରକୃତରେ ଚିକିତ୍ସା ଅବହେଳା ଘଟିଛି କି ନାହିଁ, ସେନେଇ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।
ମେଷ ଏହି ସପ୍ତାହ ଆପଣଙ୍କ କର୍ମକ୍ଷେତ୍ର ପାଇଁ ଉତ୍ସାହଜନ...
ସୁବର୍ଣ୍ଣପୁର ଜିଲ୍ଲାର ବିନିକା କମ୍ୟୁନିଟି ହେଲ୍ଥ ସେଣ୍ଟର...
ମହାନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ କଟକ ଜିଲ୍ଲାର ବିଭିନ୍...
ଦେଶରେ ମୌସୁମୀର ପ୍ରଭାବ ଆହୁରି ତୀବ୍ର ହେବାର ଆଶଙ୍କା। ଅଗଷ...
ମହାନଦୀରେ ବନ୍ୟାଜଳ ବଢ଼ିବା ପରେ କଟକ ଜିଲ୍ଲାର ପ୍ରସିଦ୍ଧଅନ...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ଦକ୍ଷତାର ପ...