ଛତିଶଗଡ଼ରୁ ଚୋରି ହୋଇଥିବା ସୁନା ଓ ରୁପା ଅଳଙ୍କାରର ଚେର ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ପହଞ୍ଚିଛି। ପ୍ରାୟ ୫୦ ଲକ୍ଷ ଟଙ୍କା ମୂଲ୍ୟର ଚୋରି ଅଳଙ୍କାର ଜବତ କରିଛି ଆସିକା ପୋଲିସ। ଛତିଶଗଡ଼ ପୋଲିସର ସୂଚନା ଆଧାରରେ ତଦନ୍ତ କରି ଏହି ସଫଳତା ମିଳିଛି।
ଜବତ ଅଳଙ୍କାର ମଧ୍ୟରେ ପ୍ରାୟ ୩୦୦ ଗ୍ରାମ ସୁନା ଅଳଙ୍କାର ଏବଂ ୧ କିଲୋ ୪୦୦ ଗ୍ରାମ ରୁପା ଅଳଙ୍କାର ରହିଛି। ସୋରଡ଼ା ଥାନା ଅଧୀନ ଏକ ବସତି ଅଞ୍ଚଳରୁ ଏହି ଅଳଙ୍କାରଗୁଡ଼ିକ ଉଦ୍ଧାର କରାଯାଇଛି।
ସୂଚନା ଅନୁସାରେ, ଗତ ଜୁଲାଇ ମାସରେ ଛତିଶଗଡ଼ର ସୀତାପୁର ଅଞ୍ଚଳରେ ଥିବା ଏକ ଗହଣା ଦୋକାନରୁ ୪ ଜଣ ବ୍ୟକ୍ତି ଅଳଙ୍କାର ଚୋରି କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଛତିଶଗଡ଼ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଆଧାରରେ ଆସିକା ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଚୋରି ସାମଗ୍ରୀର ସନ୍ଧାନ ଆରମ୍ଭ କରିଥିଲା।
ତଦନ୍ତ ସମୟରେ ସୋରଡ଼ା ଥାନା ଅଞ୍ଚଳର ଏକ ବସତିରେ ଚୋରି ଅଳଙ୍କାର ଥିବା ନେଇ ସୂଚନା ମିଳିଥିଲା। ଏହାପରେ ପୋଲିସ ସେଠାରେ ଚଢ଼ାଉ କରି ସୁନା ଓ ରୁପା ଅଳଙ୍କାର ଜବତ କରିଥିଲା।
ତେବେ ଏହି ଚୋରି ଘଟଣାରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତ ଏବେବି ଫେରାର ଅଛନ୍ତି। ପୋଲିସ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିସାରିଥିବା ବେଳେ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରହିଛି। ଘଟଣାର ଅଧିକ ତଦନ୍ତ ଚାଲିଛି।
ଫ୍ରାନ୍ସର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଭୟଙ୍କର ଟର୍ନାଡୋ ତାଣ୍...
ପ୍ୟାରିସର ପ୍ରସିଦ୍ଧଏଫିଲ୍ ଟାୱାରରେ BAPS ପ୍ରତିନିଧିମଣ୍ଡଳ...
ଚୀନରେ ପ୍ରକୃତିର ତାଣ୍ଡବ ଜାରି ରହିଛି। ଘୂର୍ଣ୍ଣିଝଡ଼ &lsq...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...
ଓଡ଼ିଶାରେ ବର୍ଷାରୁ ଏବେ ମଧ୍ୟ ନିସ୍ତାର ମିଳୁନାହିଁ। ରାଜ୍ୟ...
ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ନେପାଳରେ ପ୍ରଳୟଙ୍କରୀ ବନ୍ୟାକୁ ୧୩ ଦିନ ବିତିଯାଇଥିଲେ ମଧ୍ୟ...
ନେପାଳର ରାସୁୱା ଜିଲ୍ଲାରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆ...
ଏସିଆରେ ଚୀନ୍ ଓ ଜାପାନ ମଧ୍ୟରେ ସାମରିକ ତିକ୍ତତାକୁ ନେଇ ନୂ...
ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...