ରାୟଗଡ଼ା ଜିଲ୍ଲାର ଆଦିବାସୀ ପ୍ରଧାନ ରାମନାଗୁଡ଼ା ବ୍ଲକରେ ଶିକ୍ଷା କ୍ଷେତ୍ରରେ ଏକ ଅଭିନବ ପଦକ୍ଷେପ ଦେଖିବାକୁ ମିଳିଛି। ପେନାକମ ପଞ୍ଚାୟତରେ ବ୍ରାଜିଲର ସମୁଦାୟ ଆଧାରିତ ଅଧ୍ୟୟନ କେନ୍ଦ୍ର ଆଦର୍ଶରେ ଏକ ସୌରଶକ୍ତିଚାଳିତ ‘ପାଠନ କେନ୍ଦ୍ର’ ସ୍ଥାପନ କରାଯାଇଛି। ଏହି ପ୍ରକଳ୍ପ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ଆଧୁନିକ ଶିକ୍ଷା ସୁବିଧା ସୃଷ୍ଟି କରିବା ସହ ନବୀକରଣଯୋଗ୍ୟ ଶକ୍ତିର ବ୍ୟବହାରକୁ ମଧ୍ୟ ପ୍ରୋତ୍ସାହନ ଦେଉଛି।
ରାମନାଗୁଡ଼ା ବ୍ଲକ ପ୍ରଶାସନ ପ୍ରାୟ ୪.୫ ଲକ୍ଷ ଟଙ୍କା ବ୍ୟୟରେ ଏହି କେନ୍ଦ୍ର ନିର୍ମାଣ କରିଛି। ସମ୍ପୂର୍ଣ୍ଣ ଭାବେ ସୌରଶକ୍ତି ଦ୍ୱାରା ପରିଚାଳିତ ଏହି ପାଠନ କେନ୍ଦ୍ରରେ ବିଦ୍ୟୁତ ବିଭ୍ରାଟ ସମୟରେ ମଧ୍ୟ ଆଲୋକ ବ୍ୟବସ୍ଥା ଅବିରତ ରହୁଛି, ଯାହା ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ବହୁତ ଉପକାରୀ ସାବ୍ୟସ୍ତ ହେଉଛି।
କେନ୍ଦ୍ରର ଭିତର ସଜାଣିକୁ ଆଧୁନିକ ଢଙ୍ଗରେ କରାଯାଇଛି। ଆକର୍ଷଣୀୟ ଚିତ୍ରକଳା, କାଚରେ ଘେରା ପୁସ୍ତକ ଆଲମାରୀ ଓ ସୁବିଧାଜନକ ବସିବା ବ୍ୟବସ୍ଥା ଏହାକୁ ଅଧିକ ଆକର୍ଷଣୀୟ କରିଛି। ଏଠାରେ ପ୍ରତିଯୋଗିତାମୂଳକ ପରୀକ୍ଷା, ସାଧାରଣ ଜ୍ଞାନ, ସାହିତ୍ୟ ଓ ବିଭିନ୍ନ ବିଷୟର ପୁସ୍ତକ ମାଗଣାରେ ଉପଲବ୍ଧ ରହିଛି।
ସ୍ଥାନୀୟ ଛାତ୍ରୀ ଗୌରୀ କନ୍ଧପାଣି କହିଛନ୍ତି ଯେ, ଏହି ପାଠନ କେନ୍ଦ୍ର ସେମାନଙ୍କ ଅଧ୍ୟୟନରେ ବହୁତ ସାହାଯ୍ୟ କରୁଛି। ବିଶେଷକରି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଆବଶ୍ୟକ ପୁସ୍ତକ ଏଠାରେ ସହଜରେ ମିଳୁଛି।
ସ୍ଥାନୀୟ ଅଞ୍ଚଳର ଅନେକ ଲୋକ ଏହି ପ୍ରୟାସକୁ ସ୍ୱାଗତ କରିଛନ୍ତି। ସେମାନଙ୍କ ମତରେ, ଆର୍ଥିକ ଭାବେ ଦୁର୍ବଳ ଓ ଆଦିବାସୀ ପରିବାରର ଛାତ୍ରଛାତ୍ରୀଙ୍କ ପାଇଁ ଏହି କେନ୍ଦ୍ର ଜ୍ଞାନ ଅର୍ଜନର ଏକ ମୁଖ୍ୟ କେନ୍ଦ୍ର ପାଲଟିଛି।
ରାମନାଗୁଡ଼ା ବିଡିଓ ପ୍ରଦ୍ୟୁମ୍ନ ମଣ୍ଡଳ କହିଛନ୍ତି ଯେ, ରାୟଗଡ଼ା ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବ୍ରାଜିଲ ମଡେଲକୁ ଅନୁସରଣ କରି ଏହି ପାଠନ କେନ୍ଦ୍ର ନିର୍ମାଣ କରାଯାଇଛି। ଏହା ଭବିଷ୍ୟତରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ କ୍ୟାରିୟର ଗଠନରେ ସହାୟକ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।
ଜିଲ୍ଲା ପ୍ରଶାସନର ବିଶ୍ୱାସ ଯେ, ରାୟଗଡ଼ାରେ ଆରମ୍ଭ ହୋଇଥିବା ଏହି ଅଭିନବ ପ୍ରୟାସ ଆଗାମୀ ଦିନରେ ରାଜ୍ୟର ଅନ୍ୟ ପଛୁଆ ଅଞ୍ଚଳଗୁଡ଼ିକ ପାଇଁ ମଧ୍ୟ ଏକ ଆଦର୍ଶ ମଡେଲ ହୋଇପାରିବ।
ଶିରୋମଣି ଅକାଳୀ ଦଳ (ପୁନର ସୁରଜିତ) ବିଜେପି ସହ ମେଣ୍ଟକୁ ନ...
ଇରାନର ଦକ୍ଷିଣ ଅଞ୍ଚଳର କୁହେସ୍ତାକ ସହରରେ ମଙ୍ଗଳବାର ଏକ ବି...
ହର୍ମୁଜ୍ ପ୍ରଣାଳୀରେ ନୌଚଳାଚଳର ସ୍ୱାଧୀନତାକୁ ସମର୍ଥନ କରିବ...
ୟୁକ୍ରେନକୁ ସାମରିକ ସହାୟତା ଦେବା ପାଇଁ ଗୋଳାବାରୁଦ କିଣିବା...
ରୁଷିଆର ସାରାତୋଭ ଅଞ୍ଚଳର ଏଙ୍ଗେଲ୍ସ ସହରରେ ଜଣେ ସେନା ଅଧିକ...
ଲିଓନେଲ ମେସି ଓ ଆର୍ଜେଣ୍ଟିନାର କାହାଣୀ ସାଧାରଣ ଫୁଟବଲ୍&zw...
ଆଫଗାନିସ୍ତାନ ବିପକ୍ଷ ଆଗାମୀ T20I ସିରିଜ୍ ପାଇଁ ଭାରତୀୟ ଦ...
ଭାରତୀୟ ଫୁଟବଲ ଦଳ ପାଇଁ ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର FIF...
୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ, ପଞ୍ଜାବ...
ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲର୍ଡ୍ସରେ ଚାଲିଥିବା ଟେଷ୍ଟକ...
ଚାଇନା ମାଷ୍ଟର୍ସ ୨୦୨୬ରେ ଭାରତୀୟ ଅଭିଯାନ ନିରାଶାଜନକ ଭାବେ...
ଆମେରିକା ଓ କାନାଡା ମଧ୍ୟରେ ବାଣିଜ୍ୟ ଚୁକ୍ତି ହେବା ନେଇ ଆଶ...