ପଞ୍ଚାୟତଠାରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ବାରମ୍ବାର ଗୁହାରି କରିଥିଲେ। ହେଲେ ସମସ୍ୟାର ସମାଧାନ ହୋଇନଥିଲା। ଶେଷରେ ନିରାଶ ହୋଇ ବଲାଙ୍ଗିର ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ପହଞ୍ଚିଥିଲେ ଏକ ଅସହାୟ ପରିବାର। ଅଭିଯୋଗ ଶୁଣିବା ପରେ ତୁରନ୍ତ ପଦକ୍ଷେପ ନେଇଛନ୍ତି ଜିଲ୍ଲାପାଳ।
ବଲାଙ୍ଗିର ସଦର ମହକୁମାଠାରୁ ପ୍ରାୟ୫୦ କିଲୋମିଟର ଦୂର ଲୁହାକାନ ଗାଁରଅଶ୍ୱିନୀ ପ୍ରଧାନଙ୍କ ପରିବାରର ଏଭଳି ଦୁର୍ଦ୍ଦଶା ସାମ୍ନାକୁ ଆସିଛି। ଅଶ୍ୱିନୀଙ୍କ ପୁଅ ମାନସିକ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ତାଙ୍କୁ ଦିବ୍ୟାଙ୍ଗ ଭତ୍ତା ମିଳୁନଥିଲା।
ପୁଅଙ୍କ ନିଜସ୍ୱ ଆଧାର କାର୍ଡ ନଥିବାରୁ ଏହି ସମସ୍ୟା ଉପୁଜିଥିବା ଜଣାପଡ଼ିଛି। ପୂର୍ବରୁ ବାପାଙ୍କ ଆଧାର କାର୍ଡ ସହ ଲିଙ୍କ କରି ପୁଅଙ୍କୁ ଭତ୍ତା ଦିଆଯାଉଥିଲା। କିନ୍ତୁ ଅଶ୍ୱିନୀ ପକ୍ଷାଘାତରେ ପୀଡ଼ିତ ହେବା ପରେ ସେହି ଆଧାର ଆଧାରରେ ଆଉ ଭତ୍ତା ମିଳିନଥିଲା। ଏନେଇ ପରିବାର ପକ୍ଷରୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିଲା।
ଶେଷରେ ଅଶ୍ୱିନୀ, ତାଙ୍କ ପତ୍ନୀ ଓ ଦିବ୍ୟାଙ୍ଗ ପୁଅ ଅଟୋ ଭଡ଼ା କରି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ପହଞ୍ଚିଥିଲେ। ସେଠାରେ ପରିବାରର ଆର୍ଥିକ ଓ ସାମାଜିକ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ।
ଅଶ୍ୱିନୀ ପକ୍ଷାଘାତରେ ପୀଡ଼ିତ ହେବା ପରେ ପରିବାର ଚଳାଇବା ମଧ୍ୟ କଷ୍ଟକର ହୋଇପଡ଼ିଛି। ଏହାସହ ପରିବାରଟି ଆବାସ ଯୋଜନାରୁ ମଧ୍ୟ ବଞ୍ଚିତ ରହିଛି। ଭଙ୍ଗା ଝାଟିମାଟି ଘରେ ପରିବାର ସଦସ୍ୟମାନେ ଦିନ କାଟୁଥିବା ବେଳେ ଜିଲ୍ଲାପାଳଙ୍କ ନିକଟରେ ସହାୟତା ପାଇଁ ଗୁହାରି କରିଥିଲେ।
ପରିବାରର ଅଭିଯୋଗ ଶୁଣିବା ପରେ ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନେଇଛନ୍ତି। ଅଭିଯୋଗର ଶୀଘ୍ର ସମାଧାନ ପାଇଁଦେଓଗାଁ ବିଡିଓଙ୍କୁ ନିର୍ଦ୍ଦେଶଦିଆଯାଇଛି। ଏହାସହମୁଖ୍ୟମନ୍ତ୍ରୀ ରେଡକ୍ରସ ପାଣ୍ଠିରୁ ପରିବାରକୁ ୧୦ ହଜାର ଟଙ୍କାତୁରନ୍ତ ସହାୟତା ପ୍ରଦାନ କରାଯାଇଛି।
ସେହିପରି ବାପା ଓ ପୁଅଙ୍କ ପାଇଁ ପୃଥକ୍ ପୃଥକ୍ ଆଧାର କାର୍ଡ କରାଇବା ସହ ପରିବାରକୁ ମିଳିବାକୁ ଥିବା ସମସ୍ତ ଯୋଗ୍ୟ ସରକାରୀ ସହାୟତା ଯୋଗାଇଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ସରକାର ଗରିବ ଓ ଅସହାୟଙ୍କ ପାଇଁ ଅନେକ ଯୋଜନା କରୁଥିବା ବେଳେ ତଳସ୍ତରରେ କିଛି ଅଧିକାରୀଙ୍କ ଉଦାସୀନତା ଯୋଗୁଁ ପ୍ରକୃତ ହିତାଧିକାରୀ ସରକାରୀ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ମଧ୍ୟ ରହିଛି।
ଅଷ୍ଟ୍ରେଲିଆର ଲୋକପ୍ରିୟ ଟି-୨୦ ଟୁର୍ଣ୍ଣାମେଣ୍ଟ ବିଗ୍ ବ୍ୟା...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
କନିଷ୍ଠ ଏସିଆ କପ୍‌ ହକି ପ୍ରତିଯୋଗିତାରେ ଭାରତୀୟ ଦଳ...
ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...
ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...
ମାତ୍ର୨୧ ବର୍ଷ ବୟସ, ଓଜନ ୪୫.୭ କେଜି। ଶରୀର ଗଠନ ସ୍ଲିମ୍,...
ଜୋସେ ମୋରିନିଓଙ୍କ ଚାମ୍ପିଅନ୍ସ ଲିଗ୍‌ ରିଟର୍ନ ପାଇଁ...
ଫ୍ରାନ୍ସର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଭୟଙ୍କର ଟର୍ନାଡୋ ତାଣ୍...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର...
ନେପାଳର ରାସୁୱା ଜିଲ୍ଲାରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆ...
ଓଡ଼ିଶାରେ ବର୍ଷାରୁ ଏବେ ମଧ୍ୟ ନିସ୍ତାର ମିଳୁନାହିଁ। ରାଜ୍ୟ...