ବଲାଙ୍ଗିରର ସିନ୍ଧେକେଲାରେ ଅଗଷ୍ଟ ୨୩ରେ ଘଟିଥିବା ସଶସ୍ତ୍ର ଡକାୟତି ମାମଲାର ତଦନ୍ତରେ ପୁଲିସକୁ ବଡ଼ ସଫଳତା ମିଳିଛି। ବୁଧବାର ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଅଞ୍ଚଳର ଖରାଜୋଡ଼ା ଗାଁରେ ଚଢ଼ାଉ କରି ପ୍ରାୟ ୫ କେଜି ସୁନା ଓ ରୁପା ଜବତ କରିଛି ବଲାଙ୍ଗିର ପୁଲିସ।
ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ମାମଲାରେ ସମ୍ପୃକ୍ତ ଆଉ କିଛି ସନ୍ଦିଗ୍ଧ ଫେରାର ଥିବା ସୂଚନା ମିଳିଛି।
ବିଭିନ୍ନ ଚୋରି ମାମଲାର ତଦନ୍ତ ସମୟରେ ବଲାଙ୍ଗିର ପୁଲିସ ଟିମ୍ ଖରାଜୋଡ଼ା ଗାଁରେ ଚଢ଼ାଉ କରିଥିଲା। ସେଠାରୁ ବିପୁଳ ପରିମାଣର ସୁନା ଓ ରୁପା ମିଳିଥିଲା। ଜବତ ହୋଇଥିବା ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ସିନ୍ଧେକେଲା ଡକାୟତି ଘଟଣା ସହ ଜଡ଼ିତ କି ନାହିଁ, ତାହା ପୁଲିସ ଯାଞ୍ଚ କରୁଛି।
ସୂଚନା ଅନୁସାରେ, ସ୍ଥାନୀୟ ବ୍ୟବସାୟୀ ଫୁଲଚନ୍ଦ ଜୈନଙ୍କ ଘରକୁ ଦୁର୍ବୃତ୍ତମାନେ ଟାର୍ଗେଟ କରିଥିଲେ। ଘରର ଏକ ଅଂଶରେ ତାଙ୍କର ଅଳଙ୍କାର ଦୋକାନ ମଧ୍ୟ ଚାଲୁଥିଲା।
ଅଗଷ୍ଟ ୨୩ରେ ଫୁଲଚନ୍ଦ ଜୈନ ଓ ତାଙ୍କ ପତ୍ନୀ ଚିକିତ୍ସା ପାଇଁ ରାୟପୁର ଯାଇଥିବା ସମୟରେ ଦୁର୍ବୃତ୍ତମାନେ ଘରେ ପଶିଥିଲେ। ତାଙ୍କ ମାଆଙ୍କୁ ବାନ୍ଧି ଦେବା ପରେ ଘରୁ ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗ ହୋଇଥିଲା।
ବଲାଙ୍ଗିର ଏସ୍ପିଙ୍କ ସୂଚନା ଅନୁସାରେ, ଡକାୟତିରେ ଚୋରି ହୋଇଥିବା ପ୍ରାୟ ସମସ୍ତ ସାମଗ୍ରୀ ପୁଲିସ ଉଦ୍ଧାର କରିଛି। ଅପରାଧରେ ବ୍ୟବହୃତ ହୋଇଥିବା ଗାଡ଼ି ମଧ୍ୟ ଜବତ କରାଯାଇଛି।
ଏନେଇ ଆଜି ଅପରାହ୍ନ ୩ଟାରେ ବଲାଙ୍ଗିର ଏସ୍ପି ପ୍ରେସ୍ମିଟ୍ କରିବେ। ଏହି ସମୟରେ ଡକାୟତି ମାମଲା ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିପାରେ।
ଅନ୍ୟପକ୍ଷରେ, ସିନ୍ଧେକେଲାର ଦ୍ୱାରଶୁଣୀ ମନ୍ଦିରରେ ହୋଇଥିବା ଲୁଟ୍କୁ ନେଇ ଆଦିବାସୀମାନେ ପୂର୍ବରୁ ପ୍ରତିବାଦ କରିଥିଲେ। ତେବେ ପୁଲିସ ଜବତ କରିଥିବା ସାମଗ୍ରୀ ମଧ୍ୟରେ ମନ୍ଦିରରୁ ଚୋରି ହୋଇଥିବା ସାମଗ୍ରୀ ରହିଛି କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ମୁମ୍ବାଇ: ମହାରାଷ୍ଟ୍ରରେ ନବରାତ୍ରି ପୂର୍ବରୁ ଗର୍ବା ଓ ଡାଣ...
ଓଡ଼ିଶା ସମେତ ୫ଟି ରାଜ୍ୟର ରେଳ ଯୋଗାଯୋଗକୁ ଆହୁରି ମଜବୁତ କ...
ମନି ଲଣ୍ଡରିଂ ମାମଲାକୁ ନେଇ ତୃଣମୂଳ କଂଗ୍ରେସର ରାଜ୍ୟସଭା ସ...
ପିତାମାତାଙ୍କ ସମ୍ପତ୍ତିକୁ ନେଇ ଚାଲିଥିବା ଏକ ବିବାଦରେ ସୁପ...
ତାମିଲନାଡୁ ରାଜନୀତିରେ ସିନେମା ଓ ରାଜନୀତିର ସମ୍ପର୍କ ନୂଆ...
କନ୍ନଡ ଅଭିନେତା ଶିବ ରାଜକୁମାର ହିନ୍ଦୀକୁ ‘ଜାତୀୟ ଭ...
ପ୍ରାୟ ୫ ବର୍ଷ ଧରି ଚାଲିଥିବା IDBI ବ୍ୟାଙ୍କର ଘରୋଇକରଣ ପ୍...
ଲଗାଣ ବର୍ଷା ପରେ ବିହାରରେ ବନ୍ୟା ପରିସ୍ଥିତି ଆହୁରି ଗମ୍ଭୀ...
ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ୭...
ବାଲେଶ୍ୱର ଜିଲ୍ଲାରେ ସାମାଜିକ ସୁରକ୍ଷା ଭତ୍ତା ପାଣ୍ଠି ହେର...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁମ୍ବାଇ ଗସ୍ତ ପୂର୍ବର...
ଗୁଜରାଟର ଜାମନଗରସ୍ଥିତ ଇଣ୍ଡିଆନ୍ ବ୍ୟାଙ୍କର ରଣଜିତସାଗର ରୋ...