ଗଞ୍ଜାମ: ବଙ୍ଗୋପସାଗରରେ ଗଭୀର ଅବପାତ ଯୋଗୁଁ ଦକ୍ଷିଣ ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ହୋଇପଡ଼ିଛି। ଏହାର ପ୍ରଭାବରେ ଗଞ୍ଜାମ ଜିଲ୍ଲାର ଆର୍ଯ୍ୟପଲ୍ଲୀ ମାଛଧରା ଜେଟି ନିକଟରେ ଏକ ମାଛଧରା ଡଙ୍ଗା ବୁଡ଼ିଯାଇଥିବା ଖବର ମିଳିଛି।
ସମୁଦ୍ର ପାଗ ଖରାପ ହେବା ନେଇ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବା ପାଇଁ ପୂର୍ବରୁ ସତର୍କ କରାଯାଇଥିଲା। ଏହାପରେ ମତ୍ସ୍ୟଜୀବୀମାନେ ନିଜ ଡଙ୍ଗାଗୁଡ଼ିକୁ ଜେଟି ନିକଟରେ ସୁରକ୍ଷିତ ଭାବେ ବାନ୍ଧି ରଖିଥିଲେ। କିନ୍ତୁ ସମୁଦ୍ରରେ ପାଣିର ସ୍ତର ବଢ଼ିବା ସହ ଗୋଟିଏ ଡଙ୍ଗା ବୁଡ଼ିଯାଇଥିଲା। ଡଙ୍ଗାଟିକୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ମତ୍ସ୍ୟଜୀବୀମାନେ ପ୍ରୟାସ ଆରମ୍ଭ କରିଛନ୍ତି।
ଏପଟେ ଗଭୀର ଅବପାତ ଯୋଗୁଁ ଗଞ୍ଜାମ ଉପକୂଳରେ ଅନେକ ମାଛଧରା ଡଙ୍ଗା ଓ ଟ୍ରଲର ଆଶ୍ରୟ ନେଇଛନ୍ତି। ରିପୋର୍ଟ ଅନୁସାରେ, ଆନ୍ଧ୍ରପ୍ରଦେଶର କାକିନାଡ଼ା ଅଞ୍ଚଳରୁ ଆସିଥିବା ୨୭ରୁ ଅଧିକ ଟ୍ରଲର ଖରାପ ପାଗ ଯୋଗୁଁ ଆର୍ଯ୍ୟପଲ୍ଲୀ ଜେଟିରେ ଆଶ୍ରୟ ନେଇଥିଲେ। ପ୍ରଶାସନ ପକ୍ଷରୁ ମତ୍ସ୍ୟଜୀବୀଙ୍କ ସୁରକ୍ଷା ଉପରେ ନଜର ରଖାଯାଇଛି।
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଦକ୍ଷିଣ ଓଡ଼ିଶା ଉପକୂଳରେ ସମୁଦ୍ର ଅବସ୍ଥା ଅତ୍ୟନ୍ତ ଅଶାନ୍ତରୁ ଉଚ୍ଚ ରହିବାର ସମ୍ଭାବନା ରହିଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବା ପାଇଁ ସତର୍କତା ଜାରି କରାଯାଇଛି।
ନୂଆଦିଲ୍ଲୀ:ଭାରତରେ ଏକ ଜଟିଳ ଲିଭର ଟ୍ରାନ୍ସପ୍ଲାଣ୍ଟ ପରେ ଜ...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବରରେ ଆମେରିକା ଗସ୍...
ଆଜିକାଲି କାମ, ମୋବାଇଲ୍, ସୋସିଆଲ୍ ମିଡିଆ କିମ୍ବା ଦେରିରାତ...
ମୋବାଇଲ୍ ରିଚାର୍ଜକୁ ନେଇ TRAI ନୂଆ ନିୟମ ଜାରି କରିଛି। Te...
IIT ବମ୍ବେର ଦ୍ୱିତୀୟ ବର୍ଷର BTech ଛାତ୍ର ସାହିଲ ୱାକୋଡେଙ...
ଆମେରିକା-ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଜାତିସ...
ନୂଆଦିଲ୍ଲୀ: ଯୁବ ବୟସରେ ହାର୍ଟ ଆଟାକ୍‌ର ଘଟଣା ନେଇ ଚ...
ଇଟାଲୀରେ ସ୍କୁଲ ଶିକ୍ଷା ବ୍ୟବସ୍ଥାକୁ ନେଇ ନୂଆ ନିୟମ ଆଣିବା...
HIV ପ୍ରତିରୋଧ କ୍ଷେତ୍ରରେ ଏକ ନୂଆ ଔଷଧ ନେଇ ଆଶା ସୃଷ୍ଟି ହ...
ଚଣ୍ଡୀଗଡ଼ରେ ମାଗଣା iPhone ବାଣ୍ଟିବାକୁ ନେଇ ଘୋଷଣା ହୋଇଥି...
ବିମାନବନ୍ଦରରେ ଯାତ୍ରୀଙ୍କ ସମୟ ବଞ୍ଚାଇବା ଏବଂ ଚେକିଂ ପ୍ରକ...
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଡେନମାର୍କ ପ୍ରଧାନ...