BJP leader Umakanta Pattnaik denies misbehaviour allegation involving Derabish BDO Namita Barik

CCTV ଦେଖାନ୍ତୁ’: କେନ୍ଦ୍ରାପଡ଼ା BDOଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ ଖଣ୍ଡନ କଲେ ବିଜେପି ନେତା

କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ BDO ନମିତା ବାରିକଙ୍କ ସହ ଦୁର୍ବ୍ୟବହାର ଅଭିଯୋଗକୁ ବିଜେପି ନେତା ଉମାକାନ୍ତ ପଟ୍ଟନାୟକ ଖଣ୍ଡନ କରିଛନ୍ତି। ଅଭିଯୋଗର ସତ୍ୟତା ଜାଣିବା ପାଇଁ CCTV ଫୁଟେଜ୍ ଯାଞ୍ଚ ସହ ଉଚିତ ତଦନ୍ତ ଦାବି କରିଛନ୍ତି ସେ।

କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକର BDO ନମିତା ବାରିକଙ୍କ ସହ ଦୁର୍ବ୍ୟବହାରକୁ ନେଇ ଉଠିଥିବା ଅଭିଯୋଗକୁ ବିଜେପି ନେତା ଉମାକାନ୍ତ ପଟ୍ଟନାୟକ ଖଣ୍ଡନ କରିଛନ୍ତି। ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଏହି ଘଟଣାକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି।

ସୂଚନା ଅନୁସାରେ, ବ୍ଲକରେ ଦୁର୍ନୀତି ଅଭିଯୋଗ, PEOମାନଙ୍କ ବାରମ୍ବାର ବଦଳି ଏବଂ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରିତା ନେଇ ଆଲୋଚନା କରିବାକୁ ଉମାକାନ୍ତ ପଟ୍ଟନାୟକ BDOଙ୍କ କାର୍ଯ୍ୟାଳୟକୁ ଯାଇଥିବା କହିଛନ୍ତି।

ସେଠାରେ ବିଭିନ୍ନ ପ୍ରସଙ୍ଗରେ ସ୍ପଷ୍ଟ ଉତ୍ତର ମିଳିନଥିବା ଏବଂ କିଛି ଅସଙ୍ଗତି ଦେଖିବାକୁ ମିଳିଥିବା ମଧ୍ୟ ସେ ଦାବି କରିଛନ୍ତି। ଘଟଣା ସମ୍ପର୍କରେ ତୁରନ୍ତ ଜିଲ୍ଲାପାଳଙ୍କୁ ଜଣାଇଥିବା ଏବଂ ତାଙ୍କୁ ଫେରିଯିବାକୁ କୁହାଯାଇଥିବା ସେ କହିଛନ୍ତି।

ଉମାକାନ୍ତ ପଟ୍ଟନାୟକ କହିଛନ୍ତି ଯେ, ଏଭଳି କୌଣସି ଘଟଣା ଘଟିନାହିଁ। ଘଟଣାର ପ୍ରକୃତ ସତ୍ୟ ଜାଣିବା ପାଇଁ BDO କାର୍ଯ୍ୟାଳୟର CCTV ଫୁଟେଜ୍ ଯାଞ୍ଚ କରାଯାଉ ଏବଂ ଉଚିତ ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି।

ଅନ୍ୟପଟେ, ବ୍ଲକ କର୍ମଚାରୀମାନେ ଉମାକାନ୍ତ ପଟ୍ଟନାୟକ BDO ନମିତା ବାରିକଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ କର୍ମଚାରୀମାନେ କଲମଛାଡ଼ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି।

ଅଭିଯୋଗ ଓ ପ୍ରତ୍ୟାରୋପକୁ ନେଇ ବିଜେପି ନେତା ଏବଂ ବ୍ଲକ କର୍ମଚାରୀଙ୍କ ମଧ୍ୟରେ ବିବାଦ ତୀବ୍ର ହୋଇଛି।

Latest News
ମଶରୁମ୍ ହତ୍ୟା ମାମଲାରେ ନୂଆ ମୋଡ଼: ଜୁରି ସଦସ୍ୟଙ୍କ ହୋଟେଲ୍‌ରେ ‘ବଡ଼ ତ୍ରୁଟି’ ନେଇ ଏରିନ୍ ପାଟରସନଙ୍କ ଅପିଲ୍

ମଶରୁମ୍ ହତ୍ୟା ମାମଲାରେ ନୂଆ ମୋଡ଼: ଜୁରି...

ଅଷ୍ଟ୍ରେଲିଆରେ ଚର୍ଚ୍ଚିତ ‘ମଶରୁମ୍ ମର୍ଡର’ ମ...

ଛାତ୍ରଙ୍କୁ CJP ଓ ବାମଦଳର ଆନ୍ଦୋଳନରୁ ଦୂରେଇବା ନିର୍ଦ୍ଦେଶ ଉପରେ ବିଜୟ ସରକାରଙ୍କ ୟୁ-ଟର୍ଣ୍ଣ, ଆଦେଶ ପ୍ରତ୍ୟାହାର

ଛାତ୍ରଙ୍କୁ CJP ଓ ବାମଦଳର ଆନ୍ଦୋଳନରୁ ଦୂରେଇବା...

CJP ଓ ବାମଦଳ ପକ୍ଷରୁ ଆୟୋଜିତ ପ୍ରତିବାଦ ଏବଂ ଆନ୍ଦୋଳନରେ ଛ...

୨୦୨୯ରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ କି ବିଜୟ? ୧୦୦ ଦିନର ସରକାର ପରେ TVKରେ ଚର୍ଚ୍ଚା

୨୦୨୯ରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ କି ବିଜୟ?...

ତାମିଲନାଡୁର ରାଜନୀତିରେ ଅଭିନେତାରୁ ରାଜନେତା ହୋଇଥିବା ସି....

୧୦୦ ଦିନିଆ ଟିବି ମୁକ୍ତ ଭାରତ ଅଭିଯାନ: ଓଡ଼ିଶାରେ ୧୫,୨୬୮ ଟିବି ରୋଗୀ ଚିହ୍ନଟ

୧୦୦ ଦିନିଆ ଟିବି ମୁକ୍ତ ଭାରତ ଅଭିଯାନ:...

୦୦ ଦିନିଆ ଟିବି ମୁକ୍ତ ଭାରତ ଅଭିଯାନର ସଫଳତା ଓ ଆଗାମୀ ରଣନ...

‘ବସ୍ ସ୍କାମ୍’: CEOଙ୍କ WhatsApp ହ୍ୟାକ୍ କରି କମ୍ପାନୀର ଟଙ୍କା ଲୁଟୁଛନ୍ତି ସାଇବର ଠକ

‘ବସ୍ ସ୍କାମ୍’: CEOଙ୍କ WhatsApp ହ୍ୟାକ୍ କରି...

‘ବସ୍ ସ୍କାମ୍’ ନାମରେ ଏକ ନୂଆ ସାଇବର ଠକେଇ କ...

କ୍ୟାନ୍ସର ଚିକିତ୍ସାକୁ ଆହୁରି ସୁଦୃଢ଼ କଲା ଓଡ଼ିଶା; ଆୟୁଷ୍ମାନ ଭାରତ-GJAYରେ ଯୋଡ଼ିଲା ୯୧ ନୂଆ ପ୍ୟାକେଜ୍

କ୍ୟାନ୍ସର ଚିକିତ୍ସାକୁ ଆହୁରି ସୁଦୃଢ଼ କଲା ଓଡ଼ିଶା;...

ଓଡ଼ିଶାରେ କ୍ୟାନ୍ସର ରୋଗୀଙ୍କ ପାଇଁ ଚିକିତ୍ସା ସୁବିଧାକୁ ଆ...

ଆଇଫୋନ୍ ଓ ବାଇକ୍ କିଣିବା ପାଇଁ ୬୭ ବର୍ଷୀୟ ସମ୍ପର୍କୀୟଙ୍କୁ ହତ୍ୟା: ୧୩ ବର୍ଷୀୟା ନାବାଳିକା ମାଷ୍ଟରମାଇଣ୍ଡ!

ଆଇଫୋନ୍ ଓ ବାଇକ୍ କିଣିବା ପାଇଁ ୬୭...

କେରଳର ଆଲପ୍ପୁଝାରେ ଜଣେ ୬୭ ବର୍ଷୀୟ ବ୍ୟକ୍ତିଙ୍କ ହତ୍ୟା ଘଟ...

ଚୀନ୍‌ ସହ ଲିଙ୍କ୍ ଥିବା ସାଇବର ଠକେଇ ରାକେଟ୍‌ର ପର୍ଦ୍ଦାଫାଶ: ୧,୦୯୦ ସାଇବର ଅପରାଧରେ ଜଡ଼ିତ ଆସାମ ଯୁବକ ଗିରଫ

ଚୀନ୍‌ ସହ ଲିଙ୍କ୍ ଥିବା ସାଇବର ଠକେଇ...

ଗୁଜରାଟ CID ଏକ ବଡ଼ ଆନ୍ତର୍ଜାତୀୟ ସାଇବର ଠକେଇ ନେଟୱର୍କର...

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଯୋଜନାର ହେବ ସମୀକ୍ଷା; ସଙ୍କେତ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଯୋଜନାର ହେବ ସମୀକ୍ଷା;...

ଓଡ଼ିଶାର ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ବୀମା ସୁବିଧାକୁ ନେ...

ସିୱାନରେ AK-47 ଗୁଳିଚାଳନାକୁ ନେଇ ଲାଲୁଙ୍କ ଆହ୍ୱାନ; ଅଗଷ୍ଟ ୧୯ରେ ରାଜଭବନ ଅଭିମୁଖେ ମହାମେଣ୍ଟ ମାର୍ଚ୍ଚ

ସିୱାନରେ AK-47 ଗୁଳିଚାଳନାକୁ ନେଇ ଲାଲୁଙ୍କ ଆହ୍ୱାନ;...

ବିହାରର ସିୱାନରେ ଛାତ୍ର ଆନ୍ଦୋଳନ ସମୟରେ AK-47ରୁ ଗୁଳିଚାଳ...

ବଙ୍ଗଳ ବାର୍ କାଉନସିଲ ନିର୍ବାଚନରେ TMCର ବାଜିମାତ୍, BJPକୁ ମାତ୍ର ୩ ଆସନ

ବଙ୍ଗଳ ବାର୍ କାଉନସିଲ ନିର୍ବାଚନରେ TMCର ବାଜିମାତ୍,...

ପଶ୍ଚିମବଙ୍ଗ ବାର୍ କାଉନସିଲ ନିର୍ବାଚନରେ ତୃଣମୂଳ କଂଗ୍ରେସ...

ଜନଗଣନା ୨୦୨୭ରେ ଜାତି, ଧର୍ମ, କୋଭିଡ୍ ଟିକାକରଣ କେନ୍ଦ୍ର ସମେତ ୪୦ ପ୍ରଶ୍ନର ଉତ୍ତର ଦେବେ ନାଗରିକ

ଜନଗଣନା ୨୦୨୭ରେ ଜାତି, ଧର୍ମ, କୋଭିଡ୍ ଟିକାକରଣ...

ନୂଆଦିଲ୍ଲୀ:ଜନଗଣନା ୨୦୨୭ ପାଇଁ କେନ୍ଦ୍ର ସରକାର ପ୍ରଶ୍ନପତ୍...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+