କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକର BDO ନମିତା ବାରିକଙ୍କ ସହ ଦୁର୍ବ୍ୟବହାରକୁ ନେଇ ଉଠିଥିବା ଅଭିଯୋଗକୁ ବିଜେପି ନେତା ଉମାକାନ୍ତ ପଟ୍ଟନାୟକ ଖଣ୍ଡନ କରିଛନ୍ତି। ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଏହି ଘଟଣାକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି।
ସୂଚନା ଅନୁସାରେ, ବ୍ଲକରେ ଦୁର୍ନୀତି ଅଭିଯୋଗ, PEOମାନଙ୍କ ବାରମ୍ବାର ବଦଳି ଏବଂ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରିତା ନେଇ ଆଲୋଚନା କରିବାକୁ ଉମାକାନ୍ତ ପଟ୍ଟନାୟକ BDOଙ୍କ କାର୍ଯ୍ୟାଳୟକୁ ଯାଇଥିବା କହିଛନ୍ତି।
ସେଠାରେ ବିଭିନ୍ନ ପ୍ରସଙ୍ଗରେ ସ୍ପଷ୍ଟ ଉତ୍ତର ମିଳିନଥିବା ଏବଂ କିଛି ଅସଙ୍ଗତି ଦେଖିବାକୁ ମିଳିଥିବା ମଧ୍ୟ ସେ ଦାବି କରିଛନ୍ତି। ଘଟଣା ସମ୍ପର୍କରେ ତୁରନ୍ତ ଜିଲ୍ଲାପାଳଙ୍କୁ ଜଣାଇଥିବା ଏବଂ ତାଙ୍କୁ ଫେରିଯିବାକୁ କୁହାଯାଇଥିବା ସେ କହିଛନ୍ତି।
ଉମାକାନ୍ତ ପଟ୍ଟନାୟକ କହିଛନ୍ତି ଯେ, ଏଭଳି କୌଣସି ଘଟଣା ଘଟିନାହିଁ। ଘଟଣାର ପ୍ରକୃତ ସତ୍ୟ ଜାଣିବା ପାଇଁ BDO କାର୍ଯ୍ୟାଳୟର CCTV ଫୁଟେଜ୍ ଯାଞ୍ଚ କରାଯାଉ ଏବଂ ଉଚିତ ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି।
ଅନ୍ୟପଟେ, ବ୍ଲକ କର୍ମଚାରୀମାନେ ଉମାକାନ୍ତ ପଟ୍ଟନାୟକ BDO ନମିତା ବାରିକଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ କର୍ମଚାରୀମାନେ କଲମଛାଡ଼ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି।
ଅଭିଯୋଗ ଓ ପ୍ରତ୍ୟାରୋପକୁ ନେଇ ବିଜେପି ନେତା ଏବଂ ବ୍ଲକ କର୍ମଚାରୀଙ୍କ ମଧ୍ୟରେ ବିବାଦ ତୀବ୍ର ହୋଇଛି।
ଭାରତ ଓ ଆମେରିକା ମଧ୍ୟରେ ରଣନୈତିକ ଓ ପ୍ରତିରକ୍ଷା ସମ୍ପର୍କ...
ଆମେରିକାରେ ଆଗାମୀ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନକୁ ନେଇ ରା...
ଭାରତର ପ୍ରତିରକ୍ଷା ଶିଳ୍ପ ଏବେ ଆଉ କେବଳ ଦେଶର ଆବଶ୍ୟକତା ପ...
ଦୀପାବଳି ଓ ଧନତେରସ୍ ପୂର୍ବରୁ ସୁନା କିଣିବାକୁ ଯୋଜନା କରୁଥ...
ଜାତିସଂଘରେ ପୁଣିଥରେ ପାକିସ୍ତାନକୁ ଘେରିଛି ଭାରତ। ଜମ୍ମୁ-କ...
ବଙ୍ଗୋପସାଗରରେ ସୃଷ୍ଟ ଡିପ୍ରେସନ୍‌କୁ ନେଇ ଓଡ଼ିଶା ଓ ଆ...
🚆 କାଉଣ୍ଟର ଟିକେଟ୍‌ରେ ମଧ୍ୟ ମିଳିବ ବୀମା ଏପର୍ଯ...
🇮🇳🇦🇿 ଭାରତ-ଆଜରବୈଜାନ ସମ୍ପର୍କରେ ଆସୁଛି ନୂଆ ମୋଡ଼ ଅପର...