ଯାଜପୁର ଜିଲ୍ଲାରେ ବିଜେଡି ଭିତରେ ଚଞ୍ଚଳତା ବଢ଼ିଥିବା ଦେଖାଯାଉଛି । ଜିଲ୍ଲାର ବିଭିନ୍ନ ନେତାମାନେ ପ୍ରଥମେ ପୂର୍ବତନ ମନ୍ତ୍ରୀ ଓ ବିଜେଡିର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ବାସଭବନରେ ବୈଠକ କରିଥିଲେ ।
ଏହାପରେ ସେମାନେ ନବୀନ ନିବାସକୁ ଯାଇ ବିରୋଧୀ ଦଳ ନେତା ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ।
ବୈଠକ ପରେ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ଆଗକୁ ଜିଲ୍ଲା ସ୍ତରରେ ବୈଠକ ହେବ ଏବଂ ଛାତ୍ର, ଯୁବ ଓ ମହିଳା ସଂଗଠନକୁ ସୁଦୃଢ଼ କରିବାକୁ ଗୁରୁତ୍ୱ ଦିଆଯିବ ।
ସେ କହିଛନ୍ତି ଯେ ନେତାମାନେ ତାଙ୍କର ପ୍ରସ୍ତୁତ ଯୋଜନା ସୁପ୍ରିମୋଙ୍କୁ ଜଣାଇଛନ୍ତି ଓ ନବୀନ ପଟ୍ଟନାୟକ ଏହାରେ ସନ୍ତୋଷ ପ୍ରକାଶ କରି ସେହି ଯୋଜନା ଅନୁଯାୟୀ କାମ କରିବାକୁ କହିଛନ୍ତି ।
ଦଳ ଛାଡ଼ୁଥିବା ନେତାଙ୍କ ବିଷୟରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ବିଜେଡି ଏକ ବଡ଼ ଦଳ ଓ ଜଣେ ଯାଇଲେ ଆଉ ଅନେକ ଆସିବେ । ସେ କହିଛନ୍ତି ଯେ ଆଗକୁ ଅନେକ ଲୋକ ଦଳକୁ ଫେରିବେ ।
ଏହି ବୈଠକରେ ପ୍ରଣବ ପ୍ରକାଶ ଦାସ, ଶର୍ମିଷ୍ଠା ସେଠୀ, ବିଶ୍ବ ରଞ୍ଜନ ମଲ୍ଲିକ, ସୁଜାତା ସାହୁ, ପ୍ରୀତି ରଞ୍ଜନ ଘଡାଇ ଓ ପ୍ରଣବ ବଳବନ୍ତରାୟ ସହିତ ଅନେକ ନେତା ଉପସ୍ଥିତ ଥିଲେ ।
ଭଦ୍ରକର ମଣ୍ଡଳ ଦମ୍ପତିଙ୍କୁ ଦଳରୁ ସସପେଣ୍ଡ କରାଯାଇଥିବା ପରେ 24 ଘଣ୍ଟା ମଧ୍ୟରେ ଏହି ବୈଠକ ହେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋରଦାର ହୋଇଛି ।
ଯାଜପୁରରେ ଏହାର ପ୍ରଭାବ ପଡ଼ିପାରେ ବୋଲି ଅନୁମାନ କରାଯାଉଛି । ପ୍ରମିଳା ମଲ୍ଲିକ କହିଛନ୍ତି ଯେ ଆବଶ୍ୟକ ପଡିଲେ ନବୀନ ପଟ୍ଟନାୟକ ସ୍ୱୟଂ ଯାଜପୁର ଯାଇପାରନ୍ତି ।
ୱାଶିଂଟନ୍: ଇରାନ ସହ ଚାଲିଥିବା ଯୁଦ୍ଧ ସମ୍ପର୍କିତ ଆମେରିକୀ...
ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ (BSE) ପକ୍ଷରୁ ଓଡ଼ିଶା ଶ...
ୟୁକ୍ରେନ୍‌ରେ ଚାଲିଥିବା ଦୀର୍ଘ ଯୁଦ୍ଧକୁ ଶେଷ କରିବା...
ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଏବେ ଦଳର ଚୟନ କମିଟି ଏ...
ଭିସା ଆବେଦନ ସମୟରେ ଦିଆଯାଉଥିବା ବାୟୋମେଟ୍ରିକ୍ ତଥ୍ୟ କେତେ...