ଲଗାଣ ବର୍ଷା ଯୋଗୁଁ ରାଜଧାନୀ ଭୁବନେଶ୍ୱରରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବୁଧବାର ରାତିରୁ ଆରମ୍ଭ ହୋଇଥିବା ପ୍ରବଳ ବର୍ଷା ଗୁରୁବାର ସକାଳ ପର୍ଯ୍ୟନ୍ତ ଜାରି ରହିବାରୁ ସହରର ବହୁ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ରାସ୍ତାରେ ପାଣି ଜମି ରହିବା ସହ ଅନେକ ତଳିଆ ବସ୍ତି ଓ ଘରେ ବର୍ଷା ପାଣି ପଶିଯାଇଛି।
ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସଙ୍କ ସୂଚନା ଅନୁସାରେ, ଗତ ୧୨ ଘଣ୍ଟା ମଧ୍ୟରେମଧୁସୂଦନ ନଗରରେ ସର୍ବାଧିକ ୧୦୭ ମି.ମି. ବର୍ଷାରେକର୍ଡ କରାଯାଇଛି। ଗୁରୁବାର ସକାଳ ୫ଟା ୩୦ ସୁଦ୍ଧା ଭୁବନେଶ୍ୱରର ହାରାହାରି ବର୍ଷା ପରିମାଣ୯୭.୨ ମି.ମି.ରହିଥିଲା।
ସହିଦ ନଗରର ଶାନ୍ତିପଲ୍ଲୀ ବସ୍ତି ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ସେଠାରେ ଆଣ୍ଠୁଏ ଉଚ୍ଚର ପାଣି ଘର ଭିତରକୁ ପଶିଯାଇ ଲୋକଙ୍କ ଦୈନନ୍ଦିନ ଜୀବନକୁ ବ୍ୟାହତ କରିଛି। ଅନେକ ପରିବାରଙ୍କ ଘରୋଇ ସାମଗ୍ରୀ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି।
ଏପଟେ ଭାରତୀୟ ପାଣିପାଗ ବିଭାଗ (IMD) ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି।ମୟୂରଭଞ୍ଜ ଓ କେନ୍ଦୁଝରଜିଲ୍ଲା ପାଇଁଅରେଞ୍ଜ ୱାର୍ଣ୍ଣିଂଜାରି ହୋଇଥିବା ବେଳେ ଅନ୍ୟ୨୮ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂଜାରି କରାଯାଇଛି। ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସତର୍କ ରହିବା ସହ ଅନାବଶ୍ୟକ ଯାତାୟାତ ନ କରିବାକୁ ପରାମର୍ଶ ଦିଆଯାଇଛି।
ଭୁବନେଶ୍ୱର ଉପକଣ୍ଠବାଲିଅନ୍ତା ବଜାରରେ ଥିବା ଏକSBI ATMରୁ...
ଏସିଆନ୍ ଗେମ୍ସ କ୍ରିକେଟ୍ରେ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବ...
ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ...
ଭାରତୀୟ କ୍ରିକେଟ୍‌ ଦଳର ଖେଳାଳିଙ୍କ ଫିଟନେସ୍‌କ...
ଚନ୍ଦ୍ରନାଥ ରଥ ହତ୍ୟାକାଣ୍ଡର ତଦନ୍ତ କରୁଥିବା କେନ୍ଦ୍ରୀୟ ଅ...
ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳ ଅଗଷ୍ଟ ୧୫ର...
ଜନ୍ତର ମନ୍ତରରେ ହୋଇଥିବା ସମ୍ପ୍ରତିର ପ୍ରତିବାଦକୁ ନେଇ ପ୍ର...
ଲକ୍ଷ୍ଣୌ:ଉତ୍ତର ପ୍ରଦେଶର ରାୟବରେଲୀ ଜିଲ୍ଲାରେ ଏକ ଚାଞ୍ଚଲ୍...