ଓଡ଼ିଶାରୁ ବିଦେଶ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଆସିଛି ଖୁସି ଖବର। ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର (BPIA)ରେ ଖୁବଶୀଘ୍ର ସିଙ୍ଗଲ ଚେକ୍-ଇନ୍ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ କେନ୍ଦ୍ର ନାଗରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ହବ୍-ଆଣ୍ଡ-ସ୍ପୋକ୍ ମଡେଲ୍ ଲାଗୁ କରିବାକୁ ଯୋଜନା କରିଛି।
ଏହି ମଡେଲ୍ ଅନୁଯାୟୀ, ଭୁବନେଶ୍ୱର ସମେତ ଦେଶର ପାଞ୍ଚଟି ବିମାନବନ୍ଦରକୁ 'ସ୍ପୋକ୍' ଭାବେ ଚୟନ କରାଯାଇଥିବା ବେଳେ ଦିଲ୍ଲୀକୁ ପ୍ରମୁଖ 'ହବ୍' ଭାବେ ନିର୍ଦ୍ଧାରଣ କରାଯାଇଛି। ସ୍ପୋକ୍ ବିମାନବନ୍ଦରରୁ ଯାତ୍ରୀମାନେ ପ୍ରଥମେ ହବ୍ ବିମାନବନ୍ଦରକୁ ଯିବେ ଏବଂ ସେଠାରୁ ସେମାନେ ନିଜର ଆନ୍ତର୍ଜାତିକ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିବେ।
ଏହି ନୂତନ ବ୍ୟବସ୍ଥାର ସବୁଠୁ ବଡ଼ ସୁବିଧା ହେଲା, ଯାତ୍ରୀମାନଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ହିଁ ଇମିଗ୍ରେସନ୍, କଷ୍ଟମ୍ସ ଏବଂ ବ୍ୟାଗେଜ୍ ଚେକ୍-ଇନ୍ ସମ୍ପର୍କିତ ସମସ୍ତ ପ୍ରକ୍ରିୟା ଏକଥରରେ ସମ୍ପନ୍ନ କରିବାକୁ ପଡ଼ିବ। ପରେ ଦିଲ୍ଲୀରେ ପହଞ୍ଚିବା ପରେ ସେମାନଙ୍କୁ ପୁଣିଥରେ ଏହି ପ୍ରକ୍ରିୟା କରିବାକୁ ପଡ଼ିବ ନାହିଁ।
ଯାତ୍ରୀମାନଙ୍କୁ ଭୁବନେଶ୍ୱର ବିମାନବନ୍ଦରରୁ ଦୁଇଟି ବୋର୍ଡିଂ ପାସ୍ ପ୍ରଦାନ କରାଯିବ। ଗୋଟିଏ ବୋର୍ଡିଂ ପାସ୍ ଦିଲ୍ଲୀ ପର୍ଯ୍ୟନ୍ତ ଘରୋଇ ବିମାନ ଯାତ୍ରା ପାଇଁ ହୋଇଥିବା ବେଳେ ଅନ୍ୟଟି ଅନ୍ତିମ ଆନ୍ତର୍ଜାତିକ ଗନ୍ତବ୍ୟସ୍ଥଳ ପାଇଁ ହେବ। ସେହିପରି ଯାତ୍ରୀଙ୍କ ଲଗେଜ୍ ସ୍ୱୟଂଚାଳିତ ଭାବେ ଅନ୍ତିମ ବିମାନକୁ ସ୍ଥାନାନ୍ତର ହୋଇଯିବ। ଏଥିପାଇଁ ଯାତ୍ରୀଙ୍କୁ ନିଜେ ଲଗେଜ୍ ବହନ କରିବା କିମ୍ବା ପୁଣିଥରେ ଚେକ୍-ଇନ୍ କରିବାକୁ ପଡ଼ିବ ନାହିଁ।
ବିମାନବନ୍ଦର କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ପ୍ରାରମ୍ଭିକ ପର୍ଯ୍ୟାୟରେ ଦିଲ୍ଲୀ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନରେ ଏହି ସୁବିଧା ଆରମ୍ଭ ହେବ। ପରବର୍ତ୍ତୀ ସମୟରେ ଅନ୍ୟ ବିମାନ ସେବା ସଂସ୍ଥା ଏବଂ ପ୍ରମୁଖ ମହାନଗର ବିମାନବନ୍ଦରଗୁଡ଼ିକୁ ମଧ୍ୟ ଏହି ବ୍ୟବସ୍ଥାରେ ସାମିଲ କରାଯାଇପାରେ।
ଉଲ୍ଲେଖଯୋଗ୍ୟ ଯେ, ଭୁବନେଶ୍ୱରରୁ ସିଧାସଳଖ ଆନ୍ତର୍ଜାତିକ ବିମାନ ସେବା ସଂଖ୍ୟା ପୂର୍ବରୁ ଚାରିଟି ଥିବାବେଳେ ବର୍ତ୍ତମାନ କେବଳ ବ୍ୟାଙ୍କକ୍କୁ ଗୋଟିଏ ବିମାନ ସେବା ଜାରି ରହିଛି। ଦୁବାଇ, ସିଙ୍ଗାପୁର ଓ ଆବୁଧାବିକୁ ସିଧାସଳଖ ବିମାନ ସେବା ବନ୍ଦ ରହିଛି। ଏଭଳି ସ୍ଥିତିରେ ନୂତନ ହବ୍-ଆଣ୍ଡ-ସ୍ପୋକ୍ ମଡେଲ୍ ଆନ୍ତର୍ଜାତିକ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି କରିବା ସହ ଯାତ୍ରାକୁ ଅଧିକ ସହଜ କରିବ ବୋଲି ଆଶା କରାଯାଉଛି।
ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତ...
ପୂର୍ବତନ ଅଗ୍ନିବୀରମାନଙ୍କ ଉଚ୍ଚଶିକ୍ଷା ଓ ଭଲ ରୋଜଗାର ସୁଯୋ...
ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଆସାମ ସରକାରଙ୍କୁ ବଡ଼...
ଭାରତ ଏବେ୬-ଜି ଟେକ୍ନୋଲୋଜିର ବିଶ୍ୱସ୍ତରୀୟ ଦୌଡ଼ରେଆହୁରି ଏ...
ମହାରାଷ୍ଟ୍ରରେ ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନକାରୀଙ୍କ ବିର...
ତାମିଲନାଡୁର ଶାସକ ମେଣ୍ଟ ଏବେ ନିଜର ଏକ ସ୍ୱତନ୍ତ୍ର ରାଜନୈତ...
ଆମେରିକା ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପଆମେରିକାର ରାଜ୍ୟନ୍ୟୁ...