ଶିକ୍ଷକ ଅଭାବ ମଧ୍ୟରେ ଦୁଇଜଣ ଶିକ୍ଷକଙ୍କ ବଦଳିକୁ ବିରୋଧ କରି ଭଦ୍ରକ ଜିଲ୍ଲାର କେଦାରପୁର ପଞ୍ଚାୟତ ଅଧୀନ କାର୍ତ୍ତିକେଶ୍ୱର ହାଇସ୍କୁଲରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଶନିବାର ଜୋରଦାର ବିକ୍ଷୋଭ କରିଛନ୍ତି। ପ୍ରତିବାଦ ସ୍ୱରୂପ ସେମାନେ ସ୍କୁଲ ଫାଟକରେ ତାଲା ପକାଇ ପ୍ରଶାସନ ବିରୋଧରେ ନାରାବାଜି କରିଥିଲେ।
ବିକ୍ଷୋଭକାରୀଙ୍କ ଅଭିଯୋଗ ଅନୁସାରେ, ପୂର୍ବରୁ ସ୍କୁଲରେ ଶିକ୍ଷକଙ୍କ ଘୋର ଅଭାବ ରହିଛି। ଏପରି ସ୍ଥିତିରେ ଦୁଇଜଣ ଶିକ୍ଷକଙ୍କୁ ଅନ୍ୟ ସ୍କୁଲକୁ ବଦଳି କରାଯିବା ଫଳରେ ପାଠପଢ଼ା ବ୍ୟବସ୍ଥା ଆହୁରି ବ୍ୟାହତ ହେବ ବୋଲି ସେମାନେ କହିଛନ୍ତି।
ସୂଚନା ଅନୁସାରେ, ଏହି ସ୍କୁଲରେ ତିନୋଟି ପଞ୍ଚାୟତର ପ୍ରାୟ ୧୨୫ ଜଣ ଛାତ୍ରଛାତ୍ରୀ ପାଠପଢ଼ା କରୁଛନ୍ତି। କିନ୍ତୁ ପର୍ଯ୍ୟାପ୍ତ ଶିକ୍ଷକ ନ ଥିବାରୁ ନିୟମିତ ଶ୍ରେଣୀ ପରିଚାଳନା ଓ ପାଠଦାନରେ ବିଭିନ୍ନ ସମସ୍ୟା ଦେଖାଦେଇଛି।
ଅଭିଭାବକମାନଙ୍କ କହିବା ଅନୁସାରେ, ଶିକ୍ଷକ ବଦଳିକୁ ବନ୍ଦ କରିବା ପାଇଁ ସେମାନେ ପୂର୍ବରୁ ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଓ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ। ସ୍କୁଲରେ ପର୍ଯ୍ୟାପ୍ତ ଶିକ୍ଷକ ନିଯୁକ୍ତି ପାଇଁ ମଧ୍ୟ ଦାବି କରିଥିଲେ। ତେବେ ସେମାନଙ୍କ ଦାବି ଉପରେ କୌଣସି ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ କରିଛନ୍ତି।
ଛାତ୍ରଛାତ୍ରୀ ଓ ଅଭିଭାବକମାନେ ତୁରନ୍ତ ଦୁଇ ଶିକ୍ଷକଙ୍କ ବଦଳି ଆଦେଶ ବାତିଲ କରିବାକୁ ଦାବି କରିଛନ୍ତି। ସେମାନଙ୍କ କହିବା ଅନୁସାରେ, ପ୍ରଥମେ ସ୍କୁଲରେ ପର୍ଯ୍ୟାପ୍ତ ଶିକ୍ଷକ ନିଯୁକ୍ତ କରାଯାଉ, ତା'ପରେ ଅନ୍ୟତ୍ର ବଦଳି କରାଯାଉ। ପ୍ରଶାସନିକ ନିଷ୍ପତ୍ତି ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହେବା ଉଚିତ୍ ନୁହେଁ ବୋଲି ସେମାନେ କହିଛନ୍ତି।
ବିକ୍ଷୋଭକାରୀମାନେ ଏହି ସମସ୍ୟାର ଶୀଘ୍ର ସମାଧାନ କରି ସ୍କୁଲରେ ସ୍ୱାଭାବିକ ଶିକ୍ଷା ବ୍ୟବସ୍ଥା ଫେରାଇ ଆଣିବାକୁ ଜିଲ୍ଲା ପ୍ରଶାସନଙ୍କୁ ଦାବି କରିଛନ୍ତି।
ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ‘ହିଟ୍‌...
କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ...
ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇ ରେଳ ମଣ୍ଡଳରେ ରେଳ ଚଳାଚଳ ପ୍...
୨୦୦୪ ଲୋକସଭା ନିର୍ବାଚନ ପରେ ଡ଼. ମନମୋହନ ସିଂହଙ୍କ ନେତୃତ୍...
ରାଜଧାନୀ ଦିଲ୍ଲୀରେ ଆନ୍ଦୋଳନର ରାଜନୀତି ପୁଣିଥରେ ଚର୍ଚ୍ଚାର...
ଦେଶରେ ଚିକିତ୍ସା ଶିକ୍ଷା ଓ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃ...
ଗ୍ଲାସଗୋରେ ଆୟୋଜିତ କମନୱେଲ୍ଥ ଗେମ୍ସ ୨୦୨୬ ଅବସରରେ ପ୍ରଧାନ...
ଦେଶର ବିଭିନ୍ନ ସ୍ଥାନରେ ଚାଲିଥିବା ଛାତ୍ର ଆନ୍ଦୋଳନ ଏବଂ ପ୍...
ସଂସଦର ମୌସୁମୀ ଅଧିବେଶନର ପ୍ରଥମ ସପ୍ତାହ ହଟ୍ଟଗୋଳ ମଧ୍ୟରେ...
ଭାରତରେ ଦିନେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଐତିହାସିକ ଆଶ...
ଭାରତର ପୂର୍ବତନ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ଏକ ହ...
କେନ୍ଦ୍ର ଶିକ୍ଷାମନ୍ତ୍ରୀଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାପର...