ବ୍ରହ୍ମପୁରରେ ଚର୍ଚ୍ଚିତ ଗିରି ରୋଡ୍ ଆକ୍ରମଣ ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁ ପୋଲିସ ଏନକାଉଣ୍ଟରରେ ଆହତ ହୋଇଛି। ବୁଧବାର ଦେରରାତିରେ ବ୍ରହ୍ମପୁର ଟାଉନ ପୋଲିସ ତମଣା ରୋଡରେ ଏହି ଏନକାଉଣ୍ଟର କରିଥିବା ସୂଚନା ମିଳିଛି।
ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ମୁକେଶ ସାହୁଙ୍କ ଦୁଇ ଗୋଡ଼ ଓ ଗୋଟିଏ ହାତରେ ଗୁଳି ଲାଗିଛି। ଏନକାଉଣ୍ଟର ପରେ ତାଙ୍କୁ ତୁରନ୍ତ MKCG ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି।
ଏହି ଘଟଣାରେ ଆହୁରି କିଛି ସହଯୋଗୀ ଅଭିଯୁକ୍ତ ଫେରାର ଥିବା ପୋଲିସ କହିଛି। ସେମାନଙ୍କୁ ଧରିବା ପାଇଁ ଚଢ଼ାଉ ଓ ତଲାଶି ଜାରି ରହିଛି। ସହରରେ ଚର୍ଚ୍ଚା ସୃଷ୍ଟି କରିଥିବା ଏହି ନିର୍ମମ ଆକ୍ରମଣ ପରେ ପୋଲିସ ବିଶେଷ ଅଭିଯାନ ଆରମ୍ଭ କରିଥିଲା।
ଏହା ପୂର୍ବରୁ ପୋଲିସ ଏହି ମାମଲାରେ ରାଜ ମଲହୋତ୍ରା ଓ ଲିଙ୍ଗରାଜ ସାମଲଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ଦୁଇଟି ସ୍କୁଟି, ଆକ୍ରମଣରେ ବ୍ୟବହୃତ ଏକ ବାଡ଼ି ଏବଂ ଏକ ମୋବାଇଲ ଫୋନ ଜବତ କରାଯାଇଥିଲା।
ଗତ ମେ ୧୮ ତାରିଖ ରାତିରେ ବ୍ରହ୍ମପୁରର ଗିରି ରୋଡ୍ରେ ଏହି ଘଟଣା ଘଟିଥିଲା। ଉମେଶ ରଥ ନାମକ ଜଣେ ଯୁବକ ତାଙ୍କ ଜଣେ ମହିଳା ବନ୍ଧୁଙ୍କ ସହ ସ୍କୁଟିରେ ଯାଉଥିବା ବେଳେ କିଛି ଯୁବକ ସେମାନଙ୍କୁ ଅଟକାଇଥିଲେ। ପରେ ଉମେଶଙ୍କୁ ରାସ୍ତା ମଝିକୁ ଟାଣି ଆଣି ଲାଠି ଓ ବାଡ଼ିରେ ନିର୍ମମ ଭାବେ ମାଡ଼ ମାରିଥିଲେ।
ଏହି ଆକ୍ରମଣରେ ଉମେଶ ଗୁରୁତର ଆହତ ହୋଇଥିବା ବେଳେ ବର୍ତ୍ତମାନ ସେ ବିଶାଖାପଟ୍ଟଣମର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସମଗ୍ର ସହରରେ ଭାରୀ ପ୍ରତିକ୍ରିୟା ଦେଖାଦେଇଥିଲା। ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ମଧ୍ୟ ଚିନ୍ତା ବଢ଼ିଥିଲା। ଏହାପରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ବିଶେଷ ଅଭିଯାନ ଆରମ୍ଭ କରିଥିଲା।
ମୁଖ୍ୟ ଅଭିଯୁକ୍ତ ଏନକାଉଣ୍ଟର ପରେ ପୋଲିସ ହାତରେ ଥିବା ବେଳେ ଘଟଣାର ପ୍ରକୃତ କାରଣ ଓ ଫେରାର ଅନ୍ୟ ଅଭିଯୁକ୍ତଙ୍କ ସଂପୃକ୍ତି ନେଇ ତଦନ୍ତ ଜାରି ରହିଛି।
ଆମେରିକା ଓ କାନାଡା ମଧ୍ୟରେ ବାଣିଜ୍ୟ ଚୁକ୍ତି ହେବା ନେଇ ଆଶ...
୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ, ପଞ୍ଜାବ...
କନ୍ନଡ ଅଭିନେତା ୟଶଙ୍କ ଅଭିନୀତ ଫିଲ୍ମ **‘Toxic: A...
ୟଶଙ୍କ ଅଭିନୀତ‘Toxic: A Fairy Tale for Grown-U...
ଆଗ୍ରାରେ ତାମିଲନାଡୁ ଏକ୍ସପ୍ରେସ୍ର ଏକ ଅନରିଜର୍ଭ୍ଡ କୋଚ୍ରୁ...
ଦିଲ୍ଲୀରେ ବଢୁଥିବା ସାଇବର ଅପରାଧ ଓ ଟେକ୍ନୋଲୋଜି ଆଧାରିତ ଧ...
ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇ-ଅହମଦାବାଦବନ୍ଦେ ଭାରତ ଏକ୍ସ...
ନେପାଳ-ତିବ୍ବତ ସୀମାରେ ଭୟଙ୍କର ଫ୍ଲାସ୍ ଫ୍ଲଡ୍ ପରେ ସହାୟତା...
ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲର୍ଡ୍ସରେ ଚାଲିଥିବା ଟେଷ୍ଟକ...
ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାୱତ ଏବଂ ଯୋଗଗୁର...
ଶିରୋମଣି ଅକାଳୀ ଦଳ (ପୁନର ସୁରଜିତ) ବିଜେପି ସହ ମେଣ୍ଟକୁ ନ...
ଜିମ୍‌ରୁ ବାହାରିବା ପରେ ଚାରିଜଣ ସନ୍ଦିଗ୍ଧ ଆକ୍ରମଣକା...