Water crisis in Badapalli village despite Basudha scheme tap installation in Odisha

ବସୁଧା ଯୋଜନା ଫେଲ୍! ଟ୍ୟାପ୍ ଅଛି, ପାଣି ନାହିଁ—ଖରାରେ ଡହଳ ବିକଳ ଖଲ୍ଲିକୋଟ ବାଦପଲ୍ଲୀ ଗ୍ରାମବାସୀ

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକର ବାଦପଲ୍ଲୀ ଗାଁରେ ବସୁଧା ଯୋଜନା ଅଧୀନରେ ଟ୍ୟାପ୍ ଲଗାଯାଇଥିଲେ ମଧ୍ୟ ପାଣି ଆସୁନଥିବାରୁ ୧୨୦ ପରିବାର ଜଳ ସଙ୍କଟରେ ଜୁଝୁଛନ୍ତି।

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିବା ସହ ଜଳ ସଙ୍କଟ ଭୟାବହ ରୂପ ନେଇଛି। ଘରେ ଘରେ ପାନୀୟ ଜଳ ପହଞ୍ଚାଇବା ପାଇଁ ସରକାରଙ୍କ ‘ବସୁଧା’ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକର ବାଣିଆ ପଞ୍ଚାୟତ ଅନ୍ତର୍ଗତ ନୂଆ ବାଦପଲ୍ଲୀ ଗାଁରେ ଦେଖିବାକୁ ମିଳିଛି ଏହାର ବିପରୀତ ଚିତ୍ର।

ଗାଁରେ ପାଇପ୍ ପୋତାଯାଇଛି ଏବଂ ଘର ଆଗରେ ଟ୍ୟାପ୍ ମଧ୍ୟ ଲଗାଯାଇଛି, କିନ୍ତୁ ସେଥିରୁ ପାଣି ଆସୁନାହିଁ। ଫଳରେ ୧୨୦ରୁ ଅଧିକ ପରିବାର ଗୁରୁତର ଜଳ ସମସ୍ୟାରେ ପଡ଼ିଛନ୍ତି।

ଗାଁର ନଳକୂପ ଅଚଳ ଥିବାରୁ ଲୋକମାନେ ଦୂରଦୂରାନ୍ତରେ ଧାଇଁ ଗରାଏ ପାଣି ଆଣୁଛନ୍ତି। ଯେପରି ପାଣି ମିଳୁଛି ସେଥି ମଧ୍ୟ ପିଇବା ଯୋଗ୍ୟ ନୁହେଁ। ଶେଷରେ ଜୀବନ ରକ୍ଷା ପାଇଁ ଲୋକେ ବିଲ ମଝିରେ ଥିବା କୂଅରୁ ପାଣି ଆଣି ଛାଣି ପିଉଛନ୍ତି।

ଖରା ପ୍ରଭାବ ବଢ଼ିବା ସହ ଗାଁର ପୋଖରୀ ମଧ୍ୟ ଶୁଖିଯାଇଛି। ପିଇବା ପାଣି ତ ଦୂରର କଥା, ଦୈନନ୍ଦିନ କାମକାଜ ପାଇଁ ମଧ୍ୟ ପାଣି ମିଳୁନାହିଁ।

ଏହି ସମସ୍ୟାର ପ୍ରଭାବ ଚାଷ କାମରେ ମଧ୍ୟ ପଡ଼ିଛି। ଲୋକେ ଚାଷ ଛାଡ଼ି ପାଣି ଆଣିବାରେ ବ୍ୟସ୍ତ ହେଉଛନ୍ତି। ଫସଲ ପାଇଁ ଥିବା କୂଅର ପାଣିକୁ ପିଇବା ପାଇଁ ବ୍ୟବହାର କରାଯାଉଥିବାରୁ ରବି ଚାଷ ମଧ୍ୟ ପ୍ରଭାବିତ ହେଉଛି।

ଗ୍ରାମବାସୀମାନେ ଅନେକଥର ଅଭିଯୋଗ କରିଥିଲେ ମଧ୍ୟ ପାନୀୟ ଜଳ ବିଭାଗ ପକ୍ଷରୁ କୌଣସି ସ୍ଥାୟୀ ସମାଧାନ ହୋଇନାହିଁ। ଯୋଜନା ହୋଇଥିଲେ ମଧ୍ୟ ତାହାର ସଠିକ୍ କାର୍ଯ୍ୟନ୍ୱୟନ ନ ହେବାରୁ ଲୋକମାନେ ଦୁଃଖ ଭୋଗୁଛନ୍ତି।

ଏବେ ପ୍ରଶାସନ କେବେ ଏହି ସମସ୍ୟାର ସମାଧାନ କରିବ ଓ ଗ୍ରାମବାସୀଙ୍କୁ ପିଇବା ପାଣି ଯୋଗାଇଦେବ, ସେଥି ପ୍ରତି ସମସ୍ତଙ୍କ ଦୃଷ୍ଟି ରହିଛି।

Latest News
Q1ରେ ୭.୮% GDP ବୃଦ୍ଧିକୁ ‘ହର୍କ୍ୟୁଲିଆନ୍ ଫିଟ୍’ କହିଲେ PM ମୋଦୀ, ବିଶ୍ୱ ଚାପ ମଧ୍ୟରେ ଭାରତର ଅର୍ଥନୀତିକୁ ପ୍ରଶଂସା

Q1ରେ ୭.୮% GDP ବୃଦ୍ଧିକୁ ‘ହର୍କ୍ୟୁଲିଆନ୍ ଫିଟ୍’...

ଭାରତର ଅର୍ଥନୀତି ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସି...

୩% ରାଲି ପରେ କାହିଁକି ଲାଲ୍ ହେଲା HDFC ବ୍ୟାଙ୍କ ଶେୟର? CEO ଉତ୍ତରାଧିକାରୀ ନେଇ ବଢ଼ିଲା ଚିନ୍ତା

୩% ରାଲି ପରେ କାହିଁକି ଲାଲ୍ ହେଲା...

HDFC ବ୍ୟାଙ୍କର ଶେୟର ସୋମବାର ବଜାର ଖୋଲିବା ପରେ ପ୍ରାୟ ୩%...

ଭାରତରେ ଗ୍ଲୋବାଲ୍ ବ୍ରାଣ୍ଡର ସ୍ୱାଦ ଓ ଗୁଣ କାହିଁକି ଅଲଗା? Fanta, Vaseline ଠାରୁ Head & Shoulders ପର୍ଯ୍ୟନ୍ତ ଜାଣନ୍ତୁ କାରଣ

ଭାରତରେ ଗ୍ଲୋବାଲ୍ ବ୍ରାଣ୍ଡର ସ୍ୱାଦ ଓ ଗୁଣ...

ଭାରତୀୟ ବଜାରରେ ମିଳୁଥିବା ଅନେକ ପ୍ରସିଦ୍ଧ ଗ୍ଲୋବାଲ୍ ବ୍ରା...

ଯୁଦ୍ଧ, ତେଲ ଓ ୯ ବିଲିୟନ ଡଲାରର ଘାଟତି: ସାଉଦି ଆରବ କାହିଁକି ନୂଆ ଋଣ ଖୋଜୁଛି?

ଯୁଦ୍ଧ, ତେଲ ଓ ୯ ବିଲିୟନ ଡଲାରର...

ଇରାନ ଯୁଦ୍ଧରୁ ସୃଷ୍ଟି ହୋଇଥିବା ଆର୍ଥିକ ଚାପ ମଧ୍ୟରେ ସାଉଦ...

ଇମ୍ରାନ ଖାନଙ୍କ ପୁଅଙ୍କ ସାକ୍ଷାତକାରକୁ ନେଇ ପାକିସ୍ତାନର ଲର୍ଡ୍ସ ଟେଷ୍ଟ ବୟକଟ୍ ଧମକ: କ୍ରିକେଟ୍‌ରେ ରାଜନୀତିର ପ୍ରଭାବ ନେଇ ବଢ଼ିଲା ପ୍ରଶ୍ନ

ଇମ୍ରାନ ଖାନଙ୍କ ପୁଅଙ୍କ ସାକ୍ଷାତକାରକୁ ନେଇ ପାକିସ୍ତାନର...

ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲର୍ଡ୍ସରେ ଚାଲିଥିବା ଟେଷ୍ଟକ...

ଛାତ୍ର ଆନ୍ଦୋଳନ ମାମଲା: ୧୩ FIR ଆଉ ଚଳାଇବାକୁ ଚାହୁଁନି ଦିଲ୍ଲୀ ପୋଲିସ, ୨୮୭୩ଙ୍କ ବିରୋଧରେ ନୂଆ FIR ପାଇଁ SC ଅନୁମତି ମାଗିଲା

ଛାତ୍ର ଆନ୍ଦୋଳନ ମାମଲା: ୧୩ FIR ଆଉ...

ନୂଆଦିଲ୍ଲୀ: ଜୁଲାଇ ମାସରେ ଦିଲ୍ଲୀରେ ହୋଇଥିବା ଛାତ୍ର ଆନ୍ଦ...

ତିବ୍ବତର ବନ୍ୟାର ଭୟଙ୍କର ଦୃଶ୍ୟ ଚୀନ୍‌ରେ ଦେଖାଯାଉନି; ମୃତାହତଙ୍କ ସମ୍ପର୍କରେ ବି ଅଜଣା ଅନେକ ତଥ୍ୟ

ତିବ୍ବତର ବନ୍ୟାର ଭୟଙ୍କର ଦୃଶ୍ୟ ଚୀନ୍‌ରେ ଦେଖାଯାଉନି;...

ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...

କିଭ୍‌ ଅଞ୍ଚଳରେ ରୁଷିଆର ଡ୍ରୋନ୍‌ ଆକ୍ରମଣ: ଗୋଦାମରେ ବିସ୍ଫୋରଣ, ୩୭ ମୃତ; ପ୍ରାୟ ୪୦୦ ଜଣ ସ୍ଥାନାନ୍ତର

କିଭ୍‌ ଅଞ୍ଚଳରେ ରୁଷିଆର ଡ୍ରୋନ୍‌ ଆକ୍ରମଣ: ଗୋଦାମରେ...

ୟୁକ୍ରେନ୍ର କିଭ୍ ଅଞ୍ଚଳର ବୁଚା ଜିଲ୍ଲାର ମାଇଲା ଗାଁରେ ଶୁକ...

ନେପାଳ ବନ୍ୟାରେ ଭାସି ଆସିଲା ୧୩ ମୃତଦେହ, ପରିଚୟ ଜାଣିବାକୁ ଚାଲିଛି ପ୍ରକ୍ରିୟା

ନେପାଳ ବନ୍ୟାରେ ଭାସି ଆସିଲା ୧୩ ମୃତଦେହ,...

ଲକ୍ଷ୍ନୌ:ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ପରେ ଏହାର ପ୍...

SIRରେ ୪୭ ଲକ୍ଷରୁ ଅଧିକ ଭୋଟରଙ୍କ ନାମ ବାଦ, କେଜ୍ରିୱାଲଙ୍କ କଟାକ୍ଷ

SIRରେ ୪୭ ଲକ୍ଷରୁ ଅଧିକ ଭୋଟରଙ୍କ ନାମ...

ନୂଆଦିଲ୍ଲୀ: ଦିଲ୍ଲୀର ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ ପାଇବ...

ଆମେ ଦେଶକୁ ଅପମାନ ସହିବୁନି: ଆମେରିକାରେ ତ୍ରିରଙ୍ଗା ଅବମାନନା ଘଟଣାରେ ପ୍ରତିବାଦକାରୀଙ୍କୁ ରିଜିଜୁଙ୍କ ଚେତାବନୀ

ଆମେ ଦେଶକୁ ଅପମାନ ସହିବୁନି: ଆମେରିକାରେ ତ୍ରିରଙ୍ଗା...

ନୂଆଦିଲ୍ଲୀ: ଆମେରିକାର ନ୍ୟୁୟର୍କରେ RSS ମୁଖ୍ୟ ମୋହନ ଭାଗବ...

ଇରାନ ଯୁଦ୍ଧ ଉତ୍ତେଜନାରେ କ୍ରୁଡ୍ ତେଲ ୯୦ ଡଲାର ଉପରେ, ଆଜି ଖସିବ କି Sensex-Nifty?

ଇରାନ ଯୁଦ୍ଧ ଉତ୍ତେଜନାରେ କ୍ରୁଡ୍ ତେଲ ୯୦...

ସୋମବାର ଭାରତୀୟ ଷ୍ଟକ୍ ବଜାର ସତର୍କ ଭାବେ କାରବାର ଆରମ୍ଭ କ...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+