ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ଭିଜିଲାନ୍ସର ବଡ଼ ଧରଣର ଚଢ଼ାଉ। ଦୁଇ ଜଣ ଅଡିଟ୍ ଅଫିସରଙ୍କୁ ଭିଜିଲାନ୍ସ ଟିମ୍ ଅଟକ ରଖିଥିବା ବେଳେ ସେମାନଙ୍କ ଗାଡ଼ି ଓ ହୋଟେଲ ରୁମରୁ ମୋଟ ୧୪ ଲକ୍ଷ ୨୦ ହଜାର ଟଙ୍କା ନଗଦ ଜବତ କରାଯାଇଛି।
ଅଟକ ଦୁଇ ଅଡିଟ୍ ଅଫିସର ହେଉଛନ୍ତି ପ୍ରଜ୍ଞା ପ୍ରକାଶ ପାତ୍ର ଏବଂ ପ୍ରଶାନ୍ତ ପ୍ରଧାନ। ଉଭୟ ଭୁବନେଶ୍ୱରସ୍ଥିତ ଏସ୍ଟିଏସ୍ ବିଭାଗରେ କାର୍ଯ୍ୟରତ ଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଆଶ୍ରମ ଓ ଆଦିବାସୀ ହଷ୍ଟେଲରେ ଅଡିଟ୍ କାର୍ଯ୍ୟ ଚାଲିଥିଲା। ଏହି ସମୟରେ ଦୁଇ ଅଧିକାରୀଙ୍କ ନିକଟରେ ବିପୁଳ ପରିମାଣର ନଗଦ ଟଙ୍କା ଥିବା ନେଇ ଭିଜିଲାନ୍ସକୁ ସୂଚନା ମିଳିଥିଲା।
ସୂଚନା ପାଇବା ପରେ ଭିଜିଲାନ୍ସ ଟିମ୍ ଉଭୟ ଅଧିକାରୀଙ୍କ ଗତିବିଧି ଉପରେ ନଜର ରଖିଥିଲା। ଗତ ବିଳମ୍ବିତ ରାତିରେ ସେମାନଙ୍କୁ ପିଛା କରିବା ପରେ ବାରିପଦା ସହରରୁ ଦୁଇ ଜଣଙ୍କୁ ଅଟକ କରାଯାଇଥିଲା।
ଭିଜିଲାନ୍ସ ଟିମ୍ ଅଟକ ଅଧିକାରୀଙ୍କ ଗାଡ଼ିରୁ ୫ ଲକ୍ଷ ୨୦ ହଜାର ଟଙ୍କା ଜବତ କରିଛି। ଏହାସହ ବାରିପଦାରେ ସେମାନେ ରହୁଥିବା ଏକ ହୋଟେଲ ରୁମରେ ଚଢ଼ାଉ କରି ୯ ଲକ୍ଷ ଟଙ୍କା ଜବତ କରାଯାଇଛି।
ମୋଟ ୧୪ ଲକ୍ଷ ୨୦ ହଜାର ଟଙ୍କା ଜବତ ପରେ ଏହି ଟଙ୍କା କେଉଁଠାରୁ ଆସିଥିଲା ଏବଂ ଅଡିଟ୍ କାର୍ଯ୍ୟ ସହ ଏହାର କୌଣସି ସମ୍ପର୍କ ରହିଛି କି ନାହିଁ, ତାହା ନେଇ ତଦନ୍ତ ଚାଲିଛି।
ଅଟକ ଦୁଇ ଅଧିକାରୀଙ୍କୁ ନେଇ ଭିଜିଲାନ୍ସ ଟିମ୍ ଭୁବନେଶ୍ୱର ଯାଇଥିବା ସୂଚନା ମିଳିଛି। ଘଟଣା ସମ୍ପର୍କରେ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
ଦେଶବ୍ୟାପୀ ଆଜି ବ୍ୟାଙ୍କ ଧର୍ମଘଟ। ବିଭିନ୍ନ ଦାବି ପୂରଣ ହେ...
ଦୁବାଇରେ ଗୁରୁବାର ଖେଳାଯାଇଥିବା ମହିଳା ଏସିଆ କପ୍‌ର...
ଦୁବାଇରେ ଗୁରୁବାର ବାଂଲାଦେଶ ବିପକ୍ଷ ମହିଳା ଏସିଆ କପ୍ ସେମ...
ଭାରତର ପରମାଣୁ ଅସ୍ତ୍ର ଭଣ୍ଡାରକୁ ନେଇ ଆମେରିକୀୟ ଥିଙ୍କ୍&z...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...