ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ଜିଆରପି କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ମୃତ୍ୟୁକୁ ନେଇ ସୃଷ୍ଟି ହୋଇଥିବା ଚର୍ଚ୍ଚିତ ହିଂସାକାଣ୍ଡ ଘଟଣାର ତଦନ୍ତକୁ ଆହୁରି ଜୋରଦାର କରିଛି ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି)।
ଏହି ଘଟଣା ସମ୍ପର୍କରେ ଆୟୋଗ ନିକଟରେ ହୋଇଥିବା ଅଭିଯୋଗ ଆଧାରରେ ଏକ ଦୁଇ ସଦସ୍ୟ ବିଶିଷ୍ଟ ତଦନ୍ତକାରୀ ଦଳ ସୋମବାର ଭୁବନେଶ୍ୱରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦଳଟି ଜୁନ୍ ୧ ରୁ ୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହି ଘଟଣାର ବିଭିନ୍ନ ଦିଗ ଉପରେ ଖୋଳତାଡ଼ କରିବ।
ତଦନ୍ତ ସମୟରେ ହିଂସାକାଣ୍ଡ ଘଟିବାର ପରିସ୍ଥିତି, ଆଇନ ଶୃଙ୍ଖଳା ରକ୍ଷାକାରୀ ସଂସ୍ଥାର ପ୍ରତିକ୍ରିୟା ଏବଂ ପୁଲିସର ଅବହେଳା ସମ୍ପର୍କିତ ଅଭିଯୋଗ ଯାଞ୍ଚ କରାଯିବ। ଏହା ସହିତ ଟ୍ୱିନ୍ ସିଟି ପୁଲିସ କମିଶନର, ଡିସିପି ଏବଂ ଗୃହ ବିଭାଗର ଓଏସଡି ଦୟାଲ ଗଙ୍ଗୱାରଙ୍କୁ ମଧ୍ୟ ଆୟୋଗ ସମ୍ମୁଖରେ ହାଜର ହେବାକୁ ନୋଟିସ ଜାରି କରାଯାଇଥିବା ସୂଚନା ମିଳିଛି।
ଏନଏଚଆରସି ଦଳ ସୌମ୍ୟ ରଞ୍ଜନଙ୍କ ପରିବାର ସଦସ୍ୟ, ପ୍ରତ୍ୟକ୍ଷଦର୍ଶୀ ଏବଂ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ବୟାନ ରେକର୍ଡ କରିବ। ଘଟଣା ସମ୍ପର୍କିତ ଭାଇରାଲ ଭିଡିଓ, ଉପଲବ୍ଧ ରେକର୍ଡ ଏବଂ ସାକ୍ଷୀଙ୍କ ବୟାନ ମଧ୍ୟ ଯାଞ୍ଚ କରାଯିବ।
ଏହା ସହିତ ପୁଲିସ ପକ୍ଷରୁ କୌଣସି ତ୍ରୁଟି କିମ୍ବା ବିଳମ୍ବ ଘଟଣାକୁ ଅଧିକ ଗୁରୁତର କରିଥିଲା କି ନାହିଁ, ସେ ନେଇ ମଧ୍ୟ ତଦନ୍ତ ହେବ।
ଏହି ମାମଲାରେ ସୋମବାର ପୂର୍ବତନ ବାଲିଅନ୍ତା ଥାନା ଆଇଆଇସି ଅନିଲ କୁମାର ପରିଡା ଏନଏଚଆରସି ଦଳ ସମ୍ମୁଖରେ ହାଜର ହୋଇଥିଲେ। ଘଟଣା ପରେ ତାଙ୍କୁ ବଦଳି କରାଯାଇ ପୁଲିସ କମିଶନରଙ୍କ କାର୍ଯ୍ୟାଳୟକୁ ପଠାଯାଇଥିଲା।
ଆୟୋଗର ତଦନ୍ତ ରିପୋର୍ଟ ଘଟଣାର ପ୍ରକୃତ ସତ୍ୟ, ପୁଲିସର ଭୂମିକା ଏବଂ କୌଣସି ମାନବାଧିକାର ଉଲ୍ଲଂଘନ ଘଟିଥିଲା କି ନାହିଁ, ସେଥିପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବ ବୋଲି ଆଶା କରାଯାଉଛି।
ଆମେରିକା ଓ କାନାଡା ମଧ୍ୟରେ ବାଣିଜ୍ୟ ଚୁକ୍ତି ହେବା ନେଇ ଆଶ...
ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲର୍ଡ୍ସରେ ଚାଲିଥିବା ଟେଷ୍ଟକ...
ହର୍ମୁଜ୍ ପ୍ରଣାଳୀରେ ନୌଚଳାଚଳର ସ୍ୱାଧୀନତାକୁ ସମର୍ଥନ କରିବ...
ଇରାନର ଦକ୍ଷିଣ ଅଞ୍ଚଳର କୁହେସ୍ତାକ ସହରରେ ମଙ୍ଗଳବାର ଏକ ବି...
ରୁଷିଆର ସାରାତୋଭ ଅଞ୍ଚଳର ଏଙ୍ଗେଲ୍ସ ସହରରେ ଜଣେ ସେନା ଅଧିକ...
ଭାରତୀୟ ଫୁଟବଲ ଦଳ ପାଇଁ ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର FIF...
ଚାଇନା ମାଷ୍ଟର୍ସ ୨୦୨୬ରେ ଭାରତୀୟ ଅଭିଯାନ ନିରାଶାଜନକ ଭାବେ...
ଶିରୋମଣି ଅକାଳୀ ଦଳ (ପୁନର ସୁରଜିତ) ବିଜେପି ସହ ମେଣ୍ଟକୁ ନ...
ୟୁକ୍ରେନକୁ ସାମରିକ ସହାୟତା ଦେବା ପାଇଁ ଗୋଳାବାରୁଦ କିଣିବା...
ଲିଓନେଲ ମେସି ଓ ଆର୍ଜେଣ୍ଟିନାର କାହାଣୀ ସାଧାରଣ ଫୁଟବଲ୍&zw...
ଆଫଗାନିସ୍ତାନ ବିପକ୍ଷ ଆଗାମୀ T20I ସିରିଜ୍ ପାଇଁ ଭାରତୀୟ ଦ...
୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ, ପଞ୍ଜାବ...