ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ପ୍ରାୟ ୭୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ସିମୁଳିଆ ଥାନା ଅଧୀନ ଜାତୀୟ ରାଜପଥ-୧୬ର ମାର୍କୋଣା ଇଲେକ୍ଟ୍ରିକ୍ ଅଫିସ ନିକଟରେ ବୁଧବାର ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଯାତ୍ରୀବାହୀ ଟୁରିଷ୍ଟ ବସ୍ଟି ସିମୁଳିଆ ଥାନା ନିକଟ ଜାତୀୟ ରାଜପଥ-୧୬ରେ ଏକ ସ୍କର୍ପିଓ ଏବଂ ଅନ୍ୟ ଏକ କାର୍ ସହ ଧକ୍କା ହୋଇଥିଲା। ଧକ୍କା ଯୋଗୁଁ ଗାଡ଼ିଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଘଟଣାସ୍ଥଳରେ କିଛି ସମୟ ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଥିଲା।
ତେବେ ଟୁରିଷ୍ଟ ବସ୍ରେ ଥିବା ପ୍ରାୟ ୭୦ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବସ୍ର ଯାତ୍ରୀମାନଙ୍କ କୌଣସି ଆହତ ହୋଇନଥିବା ସୂଚନା ମିଳିଛି।
ଅନ୍ୟପକ୍ଷରେ, ସ୍କର୍ପିଓରେ ଯାତ୍ରା କରୁଥିବା ଜଣେ ବୃଦ୍ଧ ଓ ଜଣେ ଯୁବତୀ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି। ଉଭୟଙ୍କୁ ଚିକିତ୍ସା ପାଇଁ ସିମୁଳିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଘଟଣା ସମ୍ପର୍କରେ ଖବର ପାଇ ସିମୁଳିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା କିପରି ଘଟିଲା ଏବଂ ଏଥିରେ କାହାର ତ୍ରୁଟି ରହିଛି, ସେନେଇ ଅଧିକ ତଦନ୍ତ ଜାରି ରହିଛି।
ଘଟଣାର ପ୍ରକୃତ କାରଣ ଏବଂ ଦୁର୍ଘଟଣା ସମ୍ପର୍କିତ ଅନ୍ୟାନ୍ୟ ତଥ୍ୟ ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ।
ନୂଆଦିଲ୍ଲୀ:ବିମାନ ଯାତ୍ରୀଙ୍କ ପାଇଁ ଆସିଛି ଚିନ୍ତାଜନକ ଖବର...
ଓଡ଼ିଶା ସମେତ ୫ଟି ରାଜ୍ୟର ରେଳ ଯୋଗାଯୋଗକୁ ଆହୁରି ମଜବୁତ କ...
ନୂଆଦିଲ୍ଲୀ:କ୍ୟାରିୟରର ପ୍ରଥମ ପାହାଚ ଜୀବନର ଶେଷ ଗନ୍ତବ୍ୟ...
ପିତାମାତାଙ୍କ ସମ୍ପତ୍ତିକୁ ନେଇ ଚାଲିଥିବା ଏକ ବିବାଦରେ ସୁପ...
ଲଗାଣ ବର୍ଷା ପରେ ବିହାରରେ ବନ୍ୟା ପରିସ୍ଥିତି ଆହୁରି ଗମ୍ଭୀ...
ନୂଆଦିଲ୍ଲୀ:Air Indiaରେ ଆହୁରି ପୁଞ୍ଜି ନିବେଶ କରିବା ପୂର...
ନୂଆଦିଲ୍ଲୀ:ଭାରତର ଏୟାରପୋର୍ଟ ଓ ବିମାନ ଭିତ୍ତିଭୂମି କ୍ଷେତ...
ପ୍ରାୟ ୫ ବର୍ଷ ଧରି ଚାଲିଥିବା IDBI ବ୍ୟାଙ୍କର ଘରୋଇକରଣ ପ୍...