ପୁରୀ ଶ୍ରୀକ୍ଷେତ୍ର ଆଜି ପୁଣିଥରେ ଭକ୍ତି, ଭାବ ଓ ଉତ୍ସାହରେ ଉଦ୍ବେଳିତ ହୋଇଉଠିଛି। ଗୁଣ୍ଡିଚା ମନ୍ଦିରରେ ନବଦିନର ଲୀଳାଖେଳା ସମାପ୍ତ କରି ଚତୁର୍ଦ୍ଧାମୂର୍ତ୍ତି ଜନ୍ମବେଦିରୁ ରତ୍ନବେଦିକୁ ବାହୁଡ଼ିଛନ୍ତି। ନିର୍ଦ୍ଧାରିତ ସମୟରେ ରଥଟଣା ଆରମ୍ଭ ହୋଇଥିବାବେଳେ ସର୍ବପ୍ରଥମେ ତାଳଧ୍ୱଜ ରଥ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିବା ଆରମ୍ଭ କରିଛି।
ପରମ୍ପରା ଓ ଶ୍ରୀମନ୍ଦିର ନୀତିକାନ୍ତି ଅନୁଯାୟୀ, ସକାଳୁ ମଙ୍ଗଳାର୍ପଣ, ସକାଳ ଧୂପ, ପହଣ୍ଡି ବିଜେ ଓ ଆଜ୍ଞାମାଳ ନୀତି ସମ୍ପନ୍ନ ହୋଇଥିଲା। ପରେ ଗଜପତି ମହାରାଜାଙ୍କ ଦ୍ୱାରା ରାଜକୀୟ ଛେରାପହଁରା ନୀତି ପୂରଣ କରାଯିବା ପରେ ରଥଟଣା ଆରମ୍ଭ ହୋଇଥିଲା।
ଶରଧାବାଲିରେ ଉପସ୍ଥିତ ଲକ୍ଷାଧିକ ଭକ୍ତଙ୍କ ‘ଜୟ ଜଗନ୍ନାଥ’ ଧ୍ୱନି, ହରିବୋଲ, ହୁଳହୁଳି ଓ କାହାଳିର ନିନାଦରେ ସମଗ୍ର ଶ୍ରୀକ୍ଷେତ୍ର କମ୍ପିଉଠିଥିଲା। ଘଣ୍ଟ, ଝାଞ୍ଜ ଓ କାହାଳିର ତାଳେ ତାଳେ ଭକ୍ତମାନଙ୍କ ଭାବପୂର୍ଣ୍ଣ ହାତର ଟାଣରେ ଗୋଟିଏ ପରେ ଗୋଟିଏ ରଥ ବଡ଼ଦାଣ୍ଡ ଦେଇ ଶ୍ରୀମନ୍ଦିର ଅଭିମୁଖେ ଅଗ୍ରସର ହେଉଛି।
ବାହୁଡ଼ା ଯାତ୍ରାର ଏହି ଦିବ୍ୟ ମୁହୂର୍ତ୍ତକୁ ଆଖିପୁରାଇ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଜନସମୁଦ୍ର ସୃଷ୍ଟି ହୋଇଛି। ଭକ୍ତମାନେ ରଥଦଉଡ଼ିକୁ ସ୍ପର୍ଶ କରି ନିଜକୁ ଧନ୍ୟ ମନେ କରୁଛନ୍ତି।
ବାହୁଡ଼ା ଯାତ୍ରା ଶେଷରେ ରଥଗୁଡ଼ିକ ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ସୁନାବେଶ, ଅଧରପଣା ଓ ଶେଷରେ ନୀଳାଦ୍ରି ବିଜେ ନୀତି ସମ୍ପନ୍ନ ହେବ। ଏହା ସହିତ ଶ୍ରୀଜିଉମାନଙ୍କ ବାର୍ଷିକ ରଥଯାତ୍ରା ମହୋତ୍ସବର ପରିସମାପ୍ତି ଘଟିବ।
ଭାରତର ପୂର୍ବତନ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ଏକ ହ...
ଗ୍ଲାସଗୋରେ ଆୟୋଜିତ କମନୱେଲ୍ଥ ଗେମ୍ସ ୨୦୨୬ ଅବସରରେ ପ୍ରଧାନ...
ସାଉଦି ଆରବର ଯୁବ ପ୍ରିନ୍ସ ଅବ୍ଦୁଲ୍ଲା ବିନ୍ ଫହଦ ବିନ୍ ଅବଦ...
ମଧ୍ୟପୂର୍ବରେ ପୁଣି ଥରେ ଉତ୍ତେଜନା ବଢ଼ିବା ସହ ଯୁଦ୍ଧର ଆଶଙ...
ଫିଲିପାଇନ୍ସର ରାଜଧାନୀ ମାନିଲାରେ ଆୟୋଜିତ ଆସିଆନ୍ ବୈଦେଶିକ...
କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର। ଭାରତ ଏବଂ ଆଫଗାନିସ...
ଭାରତରେ ଦିନେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଐତିହାସିକ ଆଶ...
ରାଜଧାନୀ ଦିଲ୍ଲୀର ଜନ୍ତରମନ୍ତରରେ ଛାତ୍ରଛାତ୍ରୀଙ୍କ ବିରୋଧ...
ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକରେ ନିଯୁକ୍ତି ପ୍ରକ୍ରିୟାକୁ ଅ...
ଦେଶବ୍ୟାପୀ ନିଟ୍ ପରୀକ୍ଷା ବିବାଦ ଓ ଶିକ୍ଷା ବ୍ୟବସ୍ଥାକୁ ନ...
ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ସଂଘର୍ଷର ପ୍ରଭ...
ଉଚ୍ଚଶିକ୍ଷା ପାଇଁ ବଢ଼ୁଥିବା ଖର୍ଚ୍ଚ ଅନେକ ପରିବାରଙ୍କ ପାଇ...