ଦେଶବ୍ୟାପୀ ନିଟ୍ ପରୀକ୍ଷା ବିବାଦ ଓ ଶିକ୍ଷା ବ୍ୟବସ୍ଥାକୁ ନେଇ ଚାଲିଥିବା ଛାତ୍ର ଆନ୍ଦୋଳନ ମଧ୍ୟରେ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ କଡ଼ା ଆକ୍ରମଣ କରିଛନ୍ତି।
ଏକ ଜାତୀୟ ଦୈନିକରେ ପ୍ରକାଶିତ ନିଜ ଲେଖାରେ ସୋନିଆ ଗାନ୍ଧୀ କହିଛନ୍ତି ଯେ, ଛାତ୍ରଛାତ୍ରୀମାନେ ଦେଶର ଭବିଷ୍ୟତ, ଶତ୍ରୁ ନୁହନ୍ତି। ସେମାନଙ୍କ ଦାବି କେବଳ ଶିକ୍ଷା ବ୍ୟବସ୍ଥାରେ ସୁଧାର ଏବଂ ଦାୟିତ୍ୱ ନିର୍ଦ୍ଧାରଣ କରିବା ଥିଲା। କିନ୍ତୁ ସେମାନଙ୍କ କଥା ଶୁଣିବା ପରିବର୍ତ୍ତେ ବଳ ପ୍ରୟୋଗ କରାଯାଇଥିବା ଅତ୍ୟନ୍ତ ଦୁଃଖଦ ବୋଲି ସେ କହିଛନ୍ତି।
ସୋନିଆ ଗାନ୍ଧୀ ୨୦ ଜୁଲାଇରେ ଦିଲ୍ଲୀରେ ହୋଇଥିବା ଛାତ୍ର ମାର୍ଚ୍ଚର ଉଲ୍ଲେଖ କରି କହିଛନ୍ତି ଯେ, ପୋଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ବଳ ପ୍ରଦର୍ଶନକାରୀଙ୍କ ଉପରେ ଲାଠିଚାର୍ଜ ଏବଂ ଟିୟର ଗ୍ୟାସ ପ୍ରୟୋଗ କରିଥିଲେ। ଏଥିରେ ଅନେକ ଛାତ୍ରଛାତ୍ରୀ ଆହତ ହୋଇଥିବା ସେ ଦାବି କରିଛନ୍ତି।
ଲୋକସଭାର ବିରୋଧୀ ଦଳନେତା ରାହୁଲ ଗାନ୍ଧୀ ମଧ୍ୟ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ, ଛାତ୍ରମାନଙ୍କ ତିନୋଟି ପ୍ରମୁଖ ଦାବି ରହିଛି— କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଦରୁ ହଟାଇବା, ଛାତ୍ରଙ୍କୁ ମାଡ଼ ମାରିଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ପ୍ରଧାନମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା।
ସୋନିଆ ଗାନ୍ଧୀ ଉଚ୍ଚଶିକ୍ଷାର ବଢ଼ୁଥିବା ଖର୍ଚ୍ଚ ଓ ଯୁବପିଢ଼ି ମଧ୍ୟରେ ବେରୋଜଗାରୀ ସମସ୍ୟାକୁ ମଧ୍ୟ ଉଠାଇଛନ୍ତି। ସେ କହିଛନ୍ତି ଯେ, ଶିକ୍ଷା ଶେଷ ପରେ ଭଲ ଚାକିରିର ଅଭାବ ଯୁବପିଢ଼ି ମଧ୍ୟରେ ନିରାଶା ସୃଷ୍ଟି କରୁଛି।
ସେହିପରି ଜାତୀୟ ଶିକ୍ଷା ନୀତି (NEP) ୨୦୨୦, ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ପ୍ରକ୍ରିୟା ଏବଂ ଏନଟିଏର ଜବାବଦେହିତାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି।
ନିଜ ଲେଖାର ଶେଷରେ ସୋନିଆ ଗାନ୍ଧୀ କହିଛନ୍ତି ଯେ, ସରକାର ବଳ ପ୍ରୟୋଗ କରିବା ପରିବର୍ତ୍ତେ ସଂଳାପର ପଥ ବାଛିବା ଉଚିତ। କାରଣ ଦେଶର ଯୁବପିଢ଼ିର ଭବିଷ୍ୟତର ସୁରକ୍ଷା କରିବା ପ୍ରତ୍ୟେକ ସରକାରର ନୈତିକ ଏବଂ ସାମ୍ବିଧାନିକ ଦାୟିତ୍ୱ।
ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...
ବାଲେଶ୍ୱର ଜିଲ୍ଲାରେ ସାମାଜିକ ସୁରକ୍ଷା ଭତ୍ତା ପାଣ୍ଠି ହେର...
ଗୁଜରାଟର ଜାମନଗରସ୍ଥିତ ଇଣ୍ଡିଆନ୍ ବ୍ୟାଙ୍କର ରଣଜିତସାଗର ରୋ...
ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁମ୍ବାଇ ଗସ୍ତ ପୂର୍ବର...
ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରେ ଜଣ୍ଡିସ ବା ହ...
ନୂଆଦିଲ୍ଲୀ:ଭାରତୀୟ ବାୟୁସେନା (IAF) ନିଜର ପରିବହନ ବିମାନ...
ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...
ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...