ଭାରତୀୟ ସେନାପ୍ରମୁଖ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ ଶନିବାର ପୁରୀ ଯାଇ ପରିବାର ସହ ଶ୍ରୀଜଗନ୍ନାଥ ମନ୍ଦିରରେ ଦର୍ଶନ କରିଥିଲେ। ସେ ଶ୍ରୀଜଗନ୍ନାଥଙ୍କ ପାଖରେ ଦେଶର ସୁରକ୍ଷା ଓ ସେନାବାହିନୀର ସୁସ୍ଥତା ପାଇଁ ପ୍ରାର୍ଥନା କରିଥିଲେ।
ଦର୍ଶନ ପରେ ସେ କହିଥିଲେ ଯେ ପୁରୀ ଆସି ତାଙ୍କୁ ଅତ୍ୟନ୍ତ ଶାନ୍ତି ଓ ଆଧ୍ୟାତ୍ମିକ ଅନୁଭୂତି ମିଳିଛି। ସେ ଭାରତୀୟ ସେନାର ଶକ୍ତି ଓ ସୁରକ୍ଷା ନିରନ୍ତର ରହୁ ବୋଲି ମଧ୍ୟ ପ୍ରାର୍ଥନା କରିଥିଲେ।
ସୂଚନା ଅନୁସାରେ, ସେନାପ୍ରମୁଖ ସକାଳ ୫ଟା ୧୫ମିନିଟ୍ ସମୟରେ NH-316 ମାର୍ଗରେ ପୁରୀ ପହଞ୍ଚିଥିଲେ। ମନ୍ଦିର ଦର୍ଶନ ପରେ ସେ ସକାଳ ୮ଟା ସମୟରେ ସୈନିକ ସଦନକୁ ଫେରିଥିଲେ ଓ ସେଠାରେ କିଛି ସମୟ ବିତାଇଥିଲେ।
ପରବର୍ତ୍ତୀ କାର୍ଯ୍ୟସୂଚୀ ଅନୁଯାୟୀ ସେ ତାଳବାଣିଆ ହେଲିପ୍ୟାଡ଼ରୁ ସକାଳ ୯ଟା ୨୦ମିନିଟ୍ ସମୟରେ ଗୋପାଳପୁର ମିଲିଟାରୀ ଷ୍ଟେସନକୁ ଯାଇଥିଲେ। ସେଠାରେ ସେ ଟ୍ରେନିଂ ବ୍ୟବସ୍ଥାର ସମୀକ୍ଷା କରିବା ସହ ଅବସରପ୍ରାପ୍ତ ସେନା ସଦସ୍ୟମାନଙ୍କୁ ସମ୍ମାନିତ କରିବେ।
ଏହା ସହିତ ସେ ଫିଲ୍ଡ ଫାୟାରିଂ ରେଞ୍ଜରେ ଲାଇଭ୍ ଫାୟାରିଂ ଅଭ୍ୟାସ ଓ ଅସ୍ତ୍ର ପ୍ରଦର୍ଶନୀ ମଧ୍ୟ ନିରୀକ୍ଷଣ କରିବେ। ସନ୍ଧ୍ୟା ସମୟରେ ସେ ସେବାରତ ଓ ପୂର୍ବତନ ସେନା ସଦସ୍ୟଙ୍କ ସହ ଆଲୋଚନା କରିବେ।
ସେ ଗୋପାଳପୁରରେ ରାତି ରହିବା ପରେ ପରବର୍ତ୍ତୀ ଦିନ ହେଲିକପ୍ଟର ଯୋଗେ ଭୁବନେଶ୍ୱର ମାର୍ଗରେ ଦିଲ୍ଲୀ ଫେରିବେ।
ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...
ୟୁକ୍ରେନ୍ର କିଭ୍ ଅଞ୍ଚଳର ବୁଚା ଜିଲ୍ଲାର ମାଇଲା ଗାଁରେ ଶୁକ...
ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲର୍ଡ୍ସରେ ଚାଲିଥିବା ଟେଷ୍ଟକ...
ଭାରତୀୟ ବଜାରରେ ମିଳୁଥିବା ଅନେକ ପ୍ରସିଦ୍ଧ ଗ୍ଲୋବାଲ୍ ବ୍ରା...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର...
ଭାରତରେ ଚିପ୍ସ, ମିଠା ପାନୀୟ ଓ ଅନ୍ୟାନ୍ୟ ପ୍ୟାକେଜ୍ଡ ଖାଦ୍...
ଆଲାର୍ମ ବାଜିବା ପୂର୍ବରୁ ସ୍ୱାଭାବିକ ଭାବେ ଉଠିବା ଅନେକଙ୍କ...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
‘୧୦୦%’ ଦାବିକୁ ନେଇ ITC Limited ଏବଂ ଭାରତ...